Odia news portal

ଆମେ ଗଜପତିଙ୍କ ମତ ସହିତ ଏକମତ, ଅସମୟରେ ରଥଯାତ୍ରା ହେବା ଅନୁଚିତ : ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି

ଭୁବନେଶ୍ୱର : ଇସ୍କନ ପକ୍ଷରୁ ଆମେରିକାର ହଷ୍ଟନ ଟେକ୍ସସାସ ସହରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନଭେମ୍ବର ୩ରେ ଏବଂ ରଥ ଯାତ୍ରା ନଭେମ୍ବର ୯ ଓ ନଭେମ୍ବର ୨୩ରେ ନାଇଜେରିଆରେ କରାଯିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ । ଏହାକୁ ବିରୋଧ କରି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଇସ୍କନକୁ ଚିଠି ଲେଖିବା ସହ ଇଲେକ୍ଟ୍ରୋନିକ ମିଡ଼ିଆରେ ଏହାକୁ ବନ୍ଦ କରିବାକୁ ମତ୍ତ ପ୍ରକାଶ କରିଛନ୍ତି ଏଥି ନିମନ୍ତେ ଯଦି ଆଇନି ଗତ ପଦକ୍ଷେପ ନେବାକୁ ପଡେ ତାହା କରାଯିବା ନିମନ୍ତେ ମତ୍ତ ଦେଇଛନ୍ତି । ପୂର୍ବରୁ ମଧ୍ୟ ଲୁଧିଆନ ଓ ଦିଲ୍ଲୀରେ ଅଦିନିଆ ରଥଯାତ୍ରା କରିବାକୁ ବାରମ୍ବାର ନିଷ୍ପତ୍ତିକୁ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଘୋର ବିରୋଧ କରି ଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ନିନ୍ଦା କରି ଏପରି ନ କରିବାକୁ ଇସ୍କନ କତୃପକ୍ଷକୁ ଜଣାଇ ଥିଲେ ।

ବହୁତ ବାଦ ବିବାଦ ପରେ ୨୦୨୧ରେ ଇସ୍କନ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା ଯେ ପୁରୀ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଜେଷ୍ଟ ପୁର୍ଣିମା ଓ ରଥଯାତ୍ରା ଆଶାଡ ଶୁକ୍ଳ ପକ୍ଷ ଦୂତିଆ ତିଥିରେ କରାଯାଉ ଥିବାରୁ ସେହି ସମୟରେ ରଥଯାତ୍ରା କରାଯିବ । ଇସ୍କନ ଭୁବନେଶ୍ୱରର ପ୍ରେମାନନ୍ଦ ପ୍ରଭୁ ସମସ୍ତଙ୍କୁ ନିଶ୍ଚିତ କରି ଥିଲେ ଏହି ବିଷୟରେ ଉପର କତୃପକ୍ଷକୁ ଜଣାଇବେ ଓ ରଥଯାତ୍ରା ଏକା ସମୟରେ କରାଯିବ ନିମନ୍ତେ ପାଳିତ ହୋଇ ଥିବା ପ୍ରସ୍ତାବକୁ ଗ୍ରହଣ କରାଯିବ । ଆହୁରି ଗୋଟେ ଭୁଲ ହେଉଛି ଇସ୍କନ ରଥଯାତ୍ରାରେ ପ୍ରଭୁ ସୁଦର୍ଶନଙ୍କ ସ୍ଥାନ ନାହିଁ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ଇସ୍କନର ଅଦିନିଆ ରଥଯାତ୍ରାକୁ ସଂସ୍କୃତି ବିରୋଧୀ ଓ ଏହା ବିଧି ଓ ପରମ୍ପରା କୁ ଉଲ୍ଲଙ୍ଘନ କରୁଛି ବୋଲି ମତ୍ତ ଦେଇଛନ୍ତି । ରାଧାବଲ୍ଲଭ ମଠ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଅଧକ୍ଷ୍ୟ ଓ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ କାର୍ଯ୍ୟକାରୀ ଅଧକ୍ଷ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଭୁବନେଶ୍ୱର, ପୁରୀ ମୁକ୍ତିମଣ୍ଡପ ସଭାପତି ବିଶ୍ୱନାଥ ମିଶ୍ର ଓ ଆଦିତ୍ୟ ବାହିନୀ ମୁଖ୍ୟ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଗୋବର୍ଦ୍ଧନ ମଠ ପୀଠ ସଦସ୍ୟ ଡ଼ ପ୍ରଫୁଲ୍ଲ କୁମାର ରଥ ଶ୍ରୀ ଜଗନ୍ନାଥ ବାହିନୀର ମୁଖ୍ୟ ନରେନ୍ଦ୍ର ପ୍ରସାଦ ନାୟକ ଉତ୍କଳ ବିଦ୍ୟୁତ ପରିଷଦର ସଭାପତି ମନୋଜ ରଥ ଏହି ଅଦିନିଆ ରଥଯାତ୍ରା ନ କରାଯିବା ପାଇଁ ମତ୍ତ ଦେଇଛନ୍ତି ଏବଂ ତାଙ୍କ ବାର୍ତ୍ତାରେ ଏହା ମହାପ୍ରଭୁଙ୍କ ସଂସ୍କୃତିକୁ ଅପମାନ ବୋଲି କହିଛନ୍ତି ।

ପୂର୍ବରୁ ମଧ୍ୟ ରବି ନାରାୟଣ ସାମନ୍ତରାୟ ଓ ବିନାୟକ ଦାସ ମହାପାତ୍ର ସେବାୟତ ଶ୍ରୀମନ୍ଦିର ପୁରୀ ତାଙ୍କ ବାର୍ତ୍ତା ରେ ଏପରି କରାଯିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ଅଟେ ବୋଲି ଜଣାଇଛନ୍ତି, ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା ରାଧା ବଲ୍ଲଭ ସିଂ, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଉପ ସଭାପତି ବୈକୁଣ୍ଠ ମହାପାତ୍ର କୋଷାଧକ୍ଷ ସୁରେଶ ମିଶ୍ର ଉପ କୋଷାଧକ୍ଷ ରଶ୍ମି ରଞ୍ଜନ ପଟ୍ଟନାୟକ ପୁଷ୍ପଳତା ପାତ୍ର ତ୍ରିଲୋଚନ ନାୟକ ବଂଶୀଧର ନାୟକ ତନ୍ମୟ କୁମାର ସାହୁ ଅକ୍ଷୟ କୁମାର ସାହୁ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ ଆଜିର ଏଣୁ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଓଡିଶା ସରକାର ଓ ମନ୍ଦିର ପ୍ରଶାସନକୁ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରୁଅଛୁ ।

You might also like
Leave A Reply

Your email address will not be published.