Odia news portal

ସମାଜ ସେବା କ୍ଷେତ୍ରରେ ମହାପାତ୍ରଙ୍କୁ ନେସନାଲ ଟାଲେଣ୍ଟେ ସମ୍ମାନ

ଭୁବନେଶ୍ୱର : ସାରାସଚ ମିଡ଼ିଆ ଓ ଟିଭି ଟିମ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ ରେଷ୍ଟପେକଟେଡ଼ ପର୍ଶନାଲିଟି ଭାବେ ନେସନାଲ ଟାଲେଣ୍ଟେ ସମ୍ମାନ ୨୦୨୪” ରେ ସମ୍ଵର୍ଦ୍ଧିତ କରିଛନ୍ତି ।

ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବରିଷ୍ଠ ନାଗରିକଙ୍କ ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଜନ୍ମ ଦିନ, ବିଭାହ ବାର୍ଷିକ ଉତ୍ସବ ପାଳନ କରୁ ଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି ।

ଏହାର ଉଦ୍ଦେଶ୍ୟ ଯେ ପ୍ରଭୁଙ୍କ କୃପାରୁ ସେମାନେ ଭଲ ରୁହନ୍ତୁ ଓ କିଛି ସମୟ ଆମେ ସମସ୍ତେ ମିଶି ଖୁସୀ ହେଉ, ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇ ଥାଏ, ପୂର୍ବରୁ ମଧ୍ୟ ବହୁ ଅନୁଷ୍ଠାନ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନ ସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି ।

You might also like
Leave A Reply

Your email address will not be published.