Odia news portal

ଟିପିସିଓଡିଏଲ୍ ପକ୍ଷରୁ ମୌସୁମୀ ଋତୁରେ ସୁରକ୍ଷିତ ରହିବାକୁ ବିଦ୍ୟୁତ ଉପଭୋକ୍ତାଙ୍କୁ ଅନୁରୋଧ

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ମୌସୁମୀ ଋତୁର ପ୍ରସ୍ତୁତି ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ମୌସୁମୀ ଋତୁରେ ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ନିରାପତ୍ତା ଉପରେ ଗୁରୁତ୍ୱ ଦେବା ଏହି ପଦକ୍ଷେପର ଲକ୍ଷ୍ୟ । ମୌସୁମୀ ଋତୁରେ ଦାୟିତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ଟିପିସିଓଡିଏଲ୍ ଉପଭୋକ୍ତାଙ୍କୁ ଉତ୍ସାହିତ କରୁଛି । ଉପଭୋକ୍ତାଙ୍କ ପାଇଁ ଏଠାରେ କିଛି ଜରୁରୀ ସୁରକ୍ଷା ଟିପସ ପ୍ରଦାନ କରାଯାଇଛି:

୧. ଜଳବନ୍ଦୀ ଅଞ୍ଚଳକୁ ପ୍ରବେଶରୁ ଦୂରେଇ ରୁହନ୍ତୁ: ଜଳବନ୍ଦୀ ଅଞ୍ଚଳ ଦେଇ ଯିବାରୁ ଦୂରେଇ ରୁହନ୍ତୁ, କାରଣ ଜଳମଗ୍ନ ତାର କିମ୍ବା ଉପକରଣରୁ ବିଜୁଳି ପ୍ରବାହିତ ହୋଇପାରେ ।

୨. ଇଲେକ୍ଟ୍ରିକାଲ୍ ଆପ୍ଲାଏନ୍ସକୁ ପ୍ଲଗରୁ ଅଲଗା କରନ୍ତୁ: ପ୍ରବଳ ବର୍ଷା କିମ୍ବା ଝଡ଼ ସମୟରେ ବିଦ୍ୟୁତ୍ ବିଭ୍ରାଟ ରୋକିବା ପାଇଁ ଆବଶ୍ୟକ ନଥିବା ସମସ୍ତ ବୈଦ୍ୟୁତିକ ଉପକରଣକୁ ପ୍ଲଗରୁ ବାହାର କରିଦିଅନ୍ତୁ ।

୩. ବିଦ୍ୟୁତ ବ୍ୟବସ୍ଥାର ଯାଞ୍ଚ କରନ୍ତୁ: ସର୍କିଟ୍ ବ୍ରେକର, ଫ୍ୟୁଜ୍ ଏବଂ ତାର ସମେତ ବିଦ୍ୟୁତ ବ୍ୟବସ୍ଥାର ନିରାପତ୍ତା ଏବଂ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବରେ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ କରନ୍ତୁ ।

୪. ତଳେ ପଡ଼ିଯାଇଥିବା ବିଦ୍ୟୁତ ତାର ଠାରୁ ଦୂରରେ ରୁହନ୍ତୁ: ଯଦି ଆପଣ କୌଣସି ବିଦ୍ୟୁତ୍ ତାର ଖସିପଡ଼ିଥିବାର ଦେଖୁଛନ୍ତି ତାହାକୁ ସ୍ପର୍ଶ କରନ୍ତୁ ନାହିଁ, ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ ଏବଂ ତୁରନ୍ତ କର୍ତୃପକ୍ଷଙ୍କୁ ଜଣାନ୍ତୁ ।

୫. ସର୍ଜ ପ୍ରୋଟେକ୍ଟର ବ୍ୟବହାର କରନ୍ତୁ: ବଜ୍ରପାତ ଜନିତ ଭୋଲ୍ଟେଜ୍ ସମସ୍ୟାରୁ ଆପଣଙ୍କ ଇଲେକ୍ଟ୍ରୋନିକ୍ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ସର୍ଜ ପ୍ରୋଟେକ୍ଟର ଲଗାନ୍ତୁ ।

୬. ବାତ୍ୟା ସମୟରେ ଘର ବାହାରେ କିଛି କରିବାଠାରୁ ଦୂରେଇ ରୁହନ୍ତୁ: ବଜ୍ରପାତ କିମ୍ବା ପ୍ରବଳ ବର୍ଷା ସମୟରେ ବାହାର କାର୍ଯ୍ୟକଳାପଠାରୁ ଦୂରେଇ ରୁହନ୍ତୁ । ଆବଶ୍ୟକ ପଡ଼ିଲେ ଖୋଲା ପଡ଼ିଆ, ଉଚ୍ଚ ଗଛ ଓ ଧାତବ ଢାଞ୍ଚାଠାରୁ ଦୂରେଇ ରୁହନ୍ତୁ ।

୭. ବିଦ୍ୟୁତ ଆଉଟଲେଟକୁ ଶୁଖିଲା ରଖନ୍ତୁ: ନିଶ୍ଚିତ କରନ୍ତୁ ଯେ ଇଲେକ୍ଟ୍ରିକାଲ୍ ଆଉଟ୍‌ଲେଟ୍ ଏବଂ ସୁଇଚ ଗୁଡ଼ିକ ଶୁଖିଲା ଏବଂ ବର୍ଷା କିମ୍ବା ଆର୍ଦ୍ରତାରୁ ସୁରକ୍ଷିତ ରହିବ । ଉପଯୁକ୍ତ ସ୍ଥାନରେ ଜଳନିରୋଧୀ କଭର ବ୍ୟବହାର କରନ୍ତୁ ।

୮. ପିଲାମାନଙ୍କୁ ବୈଦ୍ୟୁତିକ ନିରାପତ୍ତା ବିଷୟରେ ସଚେତନ କରନ୍ତୁ: ମୌସୁମୀ ଋତୁରେ ବିଜୁଳିର ବିପଦ ଏବଂ ନିରାପତ୍ତାର ଗୁରୁତ୍ୱ ବିଷୟରେ ପିଲାମାନଙ୍କୁ ସଚେତନ କରନ୍ତୁ ।

ଏହି ଗାଇଡଲାଇନକୁ ପାଳନ କରି ଗ୍ରାହକମାନେ ବିଦ୍ୟୁତ ଦୁର୍ଘଟଣାକୁ ରୋକିବାରେ ସହାୟକ ହୋଇପାରିବେ ଏବଂ ମୌସୁମୀ ଋତୁରେ ସୁରକ୍ଷାକୁ ସୁନିଶ୍ଚିତ କରିପାରିବେ । ଗ୍ରାହକମାନେ କୌଣସି ଘଟଣାକୁ ପଞ୍ଜୀକୃତ କରିବା ପାଇଁ କିମ୍ବା କୌଣସି ସହାୟତା ପାଇଁ: ୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲପଲାଇନ ନମ୍ବର: ୧୯୧୨ ଚା ୱେବସାଇଟ୍‌: ଙ୍ଗଙ୍ଗଙ୍ଗ.ଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ ଚା ମିତ୍ର ଆପ୍ ର ବ୍ୟବହାର କରିପାରିବେ ଗ୍ରାହକଙ୍କ ସୁରକ୍ଷାର ଗୁରୁତ୍ୱ ଉପରେ ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିିନ୍ଦ୍ ସିଂହ କହିଛନ୍ତି ଯେ,“ଏହି ଆହ୍ୱାନଗୁଡିକର ସିଧାସଳଖ ମୁକାବିଲା କରିବା ପାଇଁ ଆମର ବ୍ୟାପକ ସୁରକ୍ଷା ପ୍ରୋଟୋକଲ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି ଯାହା ବର୍ଷା ଋତୁରେ ଆମର ଉପଭୋକ୍ତାଙ୍କୁ ନିରନ୍ତର ବିଜୁଳି ଯୋଗାଣ ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବ । ଆମେ ଆମର ସମସ୍ତ ଉପଭୋକ୍ତା ମାନଙ୍କୁ ସତର୍କ ରହିବାକୁ ଏବଂ ଦିଆଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଉତ୍ସାହିତ କରୁଛୁ । ଏକାଠି କାମ କରି ଆମେ ଏକ ସୁରକ୍ଷିତ ଏବଂ ବିପଦମୁକ୍ତ ମୌସୁମୀ ଋତୁ ସୁନିଶ୍ଚିତ କରିପାରିବା ।’’

You might also like
Leave A Reply

Your email address will not be published.