Odia news portal

ଜ୍ଞାନ ଓ ସୃଜନଶୀଳତା ସହ ଶିକ୍ଷାର ଯାତ୍ରାକୁ ପାଳନ କରିଛି ଓଡିଏମ୍ ଗ୍ଲୋବାଲ ସ୍କୁଲ


ଭୁବନେଶ୍ୱର : ଓଡିଏମ୍ ଗ୍ଲୋବାଲ ସ୍କୁଲ ଜ୍ଞାନ ଓ ସୃଜନଶୀଳତାର ଶକ୍ତି ସହିତ ଶିକ୍ଷାର ଯାତ୍ରାକୁ ଗର୍ବର ସହ ପାଳନ କରିଛି । ଦ ନଲେଜ କ୍ରଲ କାର୍ଯ୍ୟକ୍ରମ ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୈଜ୍ଞାନିକ କୌତୁହଳକୁ ପ୍ରଜ୍ଜ୍ୱଳିତ ଓ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ଅଭିନବ ବିଚାରଧାରା, କଳାତ୍ମକ ଅଭିବ୍ୟକ୍ତି ଓ ଭୌତିକ ସଫଳତାର ଏକ ଜୀବନ୍ତ ପ୍ରଦର୍ଶନୀ ଥିଲା । ଗ୍ରେଡ୍‌-୧ରୁ ୫ ପର୍ଯ୍ୟନ୍ତ ସ୍କୁଲର ଯୁବ ଶିକ୍ଷାର୍ଥୀମାନେ ପ୍ରେରଣାଦାୟକ ଶିକ୍ଷଣୀୟ ଚଳଚିତ୍ରଗୁଡିକୁ ଅନ୍ୱେଷଣ କରିଥିଲେ, ଫନ୍ ୱିଥ୍ ସାଇନ୍ସ, ମ୍ୟାଡ୍ ଓଭର ମ୍ୟାଥ୍‌ସ ଓ ରିଲିଭିଙ୍ଗ ଆୱାର ହିଷ୍ଟ୍ରୀର ଏକ ଚମତ୍କାର ଯାତ୍ରାକୁ ପରିଲକ୍ଷିତ କରିଥିଲେ ଯାହା ସେମାନଙ୍କର ପରିକଳ୍ପନାର ସୀମାକୁ ଆଗକୁ ବିସ୍ତାର କରିଥିଲା ଏବଂ ଆନ୍ତଃବିଭାଗୀୟ ସହଭାଗିତାକୁ ପ୍ରୋତ୍ସାହିତ କରିଥିଲା ।

ସ୍କୁଲର ସିନିୟର ଛାତ୍ରଛାତ୍ରୀମାନେ ରୋବୋଟିକ୍ସ ଉପରେ ଶ୍ରୀଯୁକ୍ତ ରାଜା ମାହାରୀଙ୍କର ଏକ କର୍ମଶାଳା ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଶ୍ରୀଯୁକ୍ତ ବିଶ୍ୱନାଥ ପାତ୍ରଙ୍କ କର୍ମଶାଳାରେ ଯୋଗ ଦେଇଥିଲେ । ଏଥିସହିତ କସମସ୍‌: ନୋଇଙ୍ଗ୍ ଦ ସ୍ପେଶ ଆଣ୍ଡ ଇନୋଭେଶନ ଫେଷ୍ଟ ଉପରେ ଏକ ଉପସ୍ଥାପନା ଦିଆଯାଇଥିଲା ଯେଉଁଠାରେ ବିଭିନ୍ନ ଗ୍ରେଡର ଛାତ୍ରଛାତ୍ରୀମାନେ ନିଜର ପ୍ରୋଜେକ୍ଟଗୁଡିକୁ ପ୍ରଦର୍ଶିତ କରିଥିଲେ ଯାହା ସେମାନଙ୍କର ସୃଜନଶୀଳତା, ଜଟିଳ ଚିନ୍ତାଧାରା ଓ ସମସ୍ୟା-ସମାଧାନକାରୀ କ୍ଷମତାକୁ ଦର୍ଶାଇଥିଲା । ଯୁବ ଶିକ୍ଷାର୍ଥୀମାନେ କଳାତ୍ମକ ଅଭିବ୍ୟକ୍ତି ଓ ବୈଜ୍ଞାନିକ ପରୀକ୍ଷଣର ଏକ ମିଶ୍ରଣ ସହିତ ସ୍ଥାୟୀ ସମାଧାନ ଉପରେ ନିଜର ଉଦ୍ଭାବନଗୁଡିକୁ ଆହୁରି ଉନ୍ନତ କରିଥିଲେ । ଦ ନଲେଜ କ୍ରଲ୍ କାର୍ଯ୍ୟକ୍ରମ ଏକ ଉଲ୍ଲେଖନୀୟ ସଫଳତା ଥିଲା ଯାହା ଏହାର ଛାତ୍ରଛାତ୍ରୀଙ୍କ ଅଭିନବ ଉତ୍ସାହ, ସୃଜନଶୀଳତା ଓ ଉତ୍କର୍ଷତାକୁ ପ୍ରଦର୍ଶିତ କରିଛି ।

You might also like
Leave A Reply

Your email address will not be published.