Odia news portal

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଲିଙ୍ଗିପୁରେ ୨୧୮ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ମାସର ପ୍ରଥମ ରବିବାର ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ନୀଳ କଣ୍ଠେଶ୍ୱର ମନ୍ଦିର ଇନ୍ଦିରା କଲୋନୀ ଲିଙ୍ଗିପୁର ଭୁବନେଶ୍ୱରରେ ୨୧୮ତମ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ସଞ୍ଚିତା ମହାନ୍ତି ସଂଯୋଜନାରେ ନୀଳକଣ୍ଠେଶ୍ଵର ମନ୍ଦିର ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୮ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଭଜନ କାର୍ଯ୍ୟକ୍ରମରେ ଦିବ୍ୟରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି ଓ ଅନ୍ୟନ୍ୟ ପ୍ରମୁଖ ଭଜନ ଗାଈ ଥିଲେ, ସଭାପତି ସମସ୍ତ କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା ଓ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରିଥିଲେ । ପଣ୍ଡିତ ଗୁରୁପ୍ରସାଦ ମହାପାତ୍ର ସ୍କନ୍ଦ ପୁରାଣ ଅନୁଯାଇ ଶ୍ରୀଜଗନ୍ନାଥଙ୍କ ବିଷୟରେ ପ୍ରାଞ୍ଜଳ ଭାବେ ସମସ୍ତଙ୍କୁ ଜଣାଇ ଥିଲେ, ଅକ୍ଷୟ ସାହୁ ଓ ମନ୍ଦିରର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ ।

You might also like
Leave A Reply

Your email address will not be published.