Odia news portal

ଚଳିତବର୍ଷ ପାଇଁ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଶେଷ

ବିଭିନ୍ନ ଷ୍ଟାଣ୍ଡିଂ କମିଟି ପାଇଁ ହେଲା ଶୃଙ୍ଖଳିତ ନିର୍ବାଚନ

ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନ ପ୍ରକ୍ରିୟାରେ ଅତିରିକ୍ତ କମିଶନର ଶ୍ରୀ ଘାସିରାମ ମାଝୀ, ସସ୍ମିତା ସାହୁ, ଡେପୁଟି କମିଶନର କର୍ପୋରେସନ ଏବଂ ଡେପୁଟି କମିଶନର, ନିର୍ବାଚନ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ ।

ଓଡିଶା ମହାନଗର ନିଗମ ଆଇନ୍ -୨୦୦୩ ର ଧାରା ୧୧ ତଥା ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ(ପ୍ରୋସିଜିଓର ଆଣ୍ଡ କଣ୍ଡକ୍ଟ ଅଫ୍ ବିଜିନେସ୍‌) ରୁଲ୍‌ସ୍‌-୨୦୦୩ର ନିୟମ ୨୧(୩) ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଆହ୍ୱାନ କରିଥିଲେ । ସାଢେ ୧୦ଟା ବେଳେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କେବଳ ପବ୍ଲିକ ହେଲ୍‌ଥ, ଇଲେକ୍ଟ୍ରି ସପ୍ଲାଇ, ୱାଟର ସପ୍ଲାଇ, ଡ୍ରେନେଜ୍ ଓ ପରିବେଶ ଅଧ୍ୟକ୍ଷ/ଅଧ୍ୟକ୍ଷା ପଦ ପାଇଁ ଏକାଧିକ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଟ୍ୟାକ୍ସେସନ, ଫାଇନାନ୍ସ ଆଣ୍ଡ ଆକାଉଂଟସ, ପବ୍ଲିକ ୱାର୍କ୍ସ, ପ୍ଲାନିଂ ଆଣ୍ଡ ଡେଫଲପମେଂଟ, ଏଜୁକେସନ, ରିକ୍ରେସନ ଓ କଲଚର, ଲାଇସେନ୍ସ ଆଣ୍ଡ ଆପିଲ୍ସ୍ସ, କର୍ପୋରେସନ ଏଷ୍ଟାବ୍ଲିସମେଂଟ, ଗ୍ରିଭାନ୍ସ ଆଣ୍ଡ ସୋସିଆଲ ଜଷ୍ଟିସ୍‌, ସ୍ଲମ ସେଟଲମେଂଟ ଅଧ୍ୟକ୍ଷ ପଦ ପାଇଁ ଗୋଟିଏ ଲେଖାଏଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଫଳରେ ଏହି ସବୁ କମିଟି ପାଇଁ ଅଧ୍ୟକ୍ଷ ଅଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।

୭ ଟି କମିଟି ଯଥା-ଟ୍ୟାକ୍ସେସନ, ଫାଇନାନ୍ସ ଆଣ୍ଡ ଆକାଉଂଟସ୍ କମିଟି ଅଧ୍ୟକ୍ଷ ଭାବେ ରାଜକିଶୋର ଦାସ, ପବ୍ଲିକ ୱାର୍କ୍ସ କମିଟି ଅଧ୍ୟକ୍ଷ ଭାବେ ଶ୍ରୀଧର ବେହେରା, ଏଜୁକେସନ, ରିକ୍ରେସନ ଓ କଲଚର ଅଧ୍ୟକ୍ଷ ଭାବେ ମିହିର କୁମାର ରାଉତ, କର୍ପୋରେସନ ଏଷ୍ଟାବ୍ଲିସମେଂଟ ଅଧ୍ୟକ୍ଷ ଭାବେ କୁମାରେନ୍ଦ୍ର ମହାପାତ୍ର, ଗ୍ରୀଭାନ୍ସ ଆଣ୍ଡ ସୋସିଆଲ ଜଷ୍ଟିସ୍ ଅଧ୍ୟକ୍ଷା ଭାବେ ବିନୟିନୀ ଜେନା ଏବଂ ସ୍ଲମ ସେଟଲମେଂଟ ଅଧ୍ୟକ୍ଷା ଭାବେ ମହାମାୟା ସ୍ୱାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପବ୍ଲିକ ହେଲ୍‌ଥ, ଇଲେକ୍ଟ୍ରି ସପ୍ଲାଇ, ୱାଟର ସପ୍ଲାଇ, ଡ୍ରେନେଜ୍ ଓ ପରିବେଶ ଅଧ୍ୟକ୍ଷ ପଦ ପାଇଁ ବିରଂଚି ନାରାୟଣ ମହାସୂପକାର ଏବଂ ଭରତ ଲେଙ୍କା ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏକାଧିକ ନାମାଙ୍କନ ପତ୍ର ଦାଖଲ ହୋଇଥିବାରୁ ନିୟମ ଅନୁସାରେ ନିର୍ବାଚନ ଅନୁ ିତ ହୋଇଥିଲା । ଏହି କମିଟିର ସଦସ୍ୟ ସଦସ୍ୟା ଭୋଟ ଦେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ବାଲଟ୍ ବକ୍ସ ଖୋଲାଯାଇଥିଲା । ଏଥିରେ ବିରଂଚି ନାରାୟଣ ମହାସୂପକାରଙ୍କ ସପକ୍ଷରେ ୪ଟି ଭୋଟ ଯାଇଥିବା ବେଳେ, ଭରତ ଲେଙ୍କାଙ୍କ ସପକ୍ଷରେ ୩ଟି ଭୋଟ ମିଳିଥିଲା । ଫଳରେ ମେୟର ଶ୍ରୀମତୀ ଦାସ, ବିରଂଚି ନାରାୟଣ ମହାସୂପକାରଙ୍କୁ ବିଜୟୀ ଘୋଷଣା କରିଥିଲେ ।

ତେବେ ପ୍ଲାନିଂ ଆଣ୍ଡ ଡେଫଲପମେଂଟ ଏବଂ ଲାଇସେନ୍ସ ଆଣ୍ଡ ଆପିଲ୍‌ସ, ଏହି ଦୁଇଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇ ନାହିଁ । କାରଣ ନାମାଙ୍କନ ପତ୍ର ବିଳମ୍ବରେ ପହିଂଚିଥିବାରୁ ନିୟମ ଅନୁଯାୟୀ ତାହାକୁ ଗ୍ରହଣ କରାଯାଇ ନଥିଲା । ତେଣୁ ଏହି ଦୁଇଟି ଅଧ୍ୟକ୍ଷ ପଦ ପାଇଁ ପୁନଃ ନୋଟିଫିକେସନ ପରେ ସମୟାନୁସାରେ ନିର୍ବାଚନ କରାଯିବ ।

You might also like
Leave A Reply

Your email address will not be published.