Odia news portal

ହରିଦ୍ଵାରରେ ଏକାଠି ହେଲେ ଜଗନ୍ନାଥ ପ୍ରେମୀ ; ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟର ଅଗ୍ରଗତି ସମ୍ୱନ୍ଧରେ ଆଲୋଚନା

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହରିଦ୍ୱାରର ଭୂମା ନିକେତନରେ ତିଆରି କରା ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିର ସମନ୍ଧରେ ଆଶ୍ରମ ପରିସରରେ ଶ୍ରୀରବି ନାରାୟଣ ମହାପାତ୍ର, ଶ୍ରମତି କନକ ଲତା ମହାପାତ୍ର ଓ ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ କାର୍ଯ୍ୟର ଅଗ୍ରଗତି ସମ୍ୱନ୍ଧରେ ବ୍ୟାପକ ଆଲୋଚନା କରାଯାଇଛି ।

ଏହି ଅବସରରେ ଉପସ୍ଥିତ ସମସ୍ତ ଓଡ଼ିଆ ଶ୍ରୀଜଗନ୍ନାଥଙ୍କ ଭକ୍ତ ମାନେ ନିଜର ମତ୍ତ ଦେବା ସହ ସାହାଯ୍ୟ ଓ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ, ହରିଦ୍ୱାରରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବା ସତ୍ୟାନନ୍ଦ ଦାସ ମହାରାଜ ସମ୍ପାଦକ ପ୍ରଭାକର ମଲ୍ଲିକ, ଉପ ସଭାପତି ବୈକୁଣ୍ଠ ନାଥ ମହାପାତ୍ର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ଓ ବହୁ ଓଡ଼ିଆ ଭକ୍ତ ମାନେ ଏହି ବୈଠକରେ ଭାଗ ନେଇଥିଲେ ।

ହରିଦ୍ୱାର ଠାରେ ଶ୍ରୀଜଗନ୍ନାଥ ମନ୍ଦିର ତିଆରି ନିମନ୍ତେ ପଦକ୍ଷେପ ନିଆଯାଉ ଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ । ଶେଷରେ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରିଥିଲେ ।

You might also like
Leave A Reply

Your email address will not be published.