Odia news portal

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚରେ ରଜ ଉତ୍ସବ ପାଳିତ କରାଯିବ

ଭୁବନେଶ୍ୱର : ପାଶ୍ଚାତ୍ୟ ସଭ୍ୟତା କୁ ନିଜ ଆଦର୍ଶ ଭାବରେ ମଣୁଥିବା କିଛି ତଥାକଥିତ ବୁଦ୍ଧିଜୀବୀ ଓ ଆଧୁନିକବାଦୀଙ୍କ ଚିନ୍ତାଧାରାରେ ରଜପର୍ବ ଆଜି ମଳିନ। ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି, ମୌଳିକତା ଓ ଆତ୍ମୀୟତା । ଆମେ ଗ୍ରହଣ କରି ନେଲୁଣି ପାଶ୍ଚାତ୍ୟର ରଙ୍ଗରସର ସେହି ରଙ୍ଗିନ ସଂସ୍କୃତିକୁ । ଆମକୁ ସବୁଦିନ ପାଇଁ ମନେରଖିବାକୁ ପଡ଼ିବ ଆମ ସଂସ୍କୃତିର ସ୍ୱତନ୍ତ୍ରତା, ସ୍ୱାବଲମ୍ବନତା ଓ ପ୍ରାଚୀନତାକୁ। ଆମ ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ହେଉଛି ଆମ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରମୁଖ କର୍ତ୍ତବ୍ୟ ।

ସେହି ପାରମ୍ପରିକ ରଜ ମହୋତ୍ସବକୁ ପାଳନ କରିବା ପାଇଁ ଜୟ ମା ଭବାନୀ ଚାରିଟେବଲ ଟ୍ରଷ୍ଟ ଆସନ୍ତା ୧୫ ତାରିଖ ରଜସଂକ୍ରାନ୍ତି (ଏକଦିନ)କୁ ସକାଳ ୯ ଘଟିକା ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ କରାଯିବ, ଏଥିରେ ଓଡିଶୀ ନାଚ, ରଜପାନ, ପାରମ୍ପାରିକ ପିଠା, ପାରମ୍ପାରିକ ଖାଦ୍ୟ, ପୂଚିଖେଳ, ଦଉଡି ଡିଆଁ ଖେଳ ଅନୁଷ୍ଠିତ ହେବା ସହ ଓଡିଶା ର ସୁନାମ ବଢ଼ାଇବାରେ ସହାୟକ ହୋଇ ଥିବା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ *ସେବା ରତ୍ନ” ସମ୍ମାନରେ ସମ୍ମାନୀତ କରାଯିବ। ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ବାବା ରାମ ନାରାୟଣ ମହାରାଜ ମୁଖ୍ୟ ଅତିଥି ଭାବେ ସୁଭାଶିଷ ଖୁଣ୍ଟିଆ ସମ୍ମାନନୀୟ ଅତିଥି ଭାବେ ତନୟା ପଟ୍ଟନାୟକ ନିର୍ଦେଶକ ସମ୍ବାଦ ଗ୍ରୁପ ଓ ଶ୍ରୀମତୀ ଶାଶ୍ଵତୀ ମିଶ୍ର ଉପଦେଷ୍ଟା ଭାବେ ଯୋଗ ଦେବେ,

ପାରମ୍ପାରିକ ପିଠା , ପୂଚିଖେଳ, ଦଉଡି ଡିଆଁ ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଉପଢୌକନ ଦେଇ ପୁରସ୍କୃତ କରାଯିବ । ଚଳିତ ବର୍ଷ ଓଡିଶା ର ବର ପୁତ୍ର ପଣ୍ଡିତ ଦାଶରଥୀ ସାମନ୍ତରାୟ ଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖନିୟ କାର୍ଯ୍ୟ କରି ଥିବାରୁ “ଉତ୍କଳ ଶ୍ରୀ” ସମ୍ମାନ ରେ ସମ୍ମାନିତ କରାଯିବ, ଆଜିର ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଡ ନାରାୟଣ ମହାପାତ୍ର କୋଷାଧ୍ୟକ୍ଷ ଶ୍ରୀ ଉମାନାଥ ମିଶ୍ର ମଳୟ ମହାପାତ୍ର,ଦିଲ୍ଲୀପ ପଟ୍ଟନାୟକ ବିପିନ ବିହାରୀ ସାହୁ ରଞ୍ଜନ କୁମାର ସାମଲ,ମନୋଜ କୁମାର ରାଉଳ, ଶ୍ରୀନିବାସ ରାଓ, ଆଦର୍ଶ ପଟ୍ଟନାୟକ, ଆତିଶ ପଣ୍ଡା, ରାହୁଲ ପଳେଇ,ଅଭିଷେକ ପ୍ରଧାନ, ରଞ୍ଜନ ବାରିକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ

You might also like
Leave A Reply

Your email address will not be published.