Odia news portal

ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର କାର୍ଯ୍ୟକ୍ରମ ନିମନ୍ତେ ହରିଦ୍ୱାର ଯାତ୍ରା

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡିଶାରୁ ପ୍ରାୟ ୧୫୦ ଜଣ ମହାପ୍ରଭୁଙ୍କୁ ଭଲ ପାଉଥିବା ଭକ୍ତ ଆଜି ହରିଦ୍ୱାରକୁ ଯାତ୍ରା କରିଛନ୍ତି ।

ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ପ୍ରଭାକର ମଲ୍ଲିକ ଉପସଭାପତି ବୈକୁଣ୍ଠ ନାଥ ମହାପାତ୍ର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ସଂଗଠନ ସମ୍ପାଦକ ନାରାୟଣ ମହାପାତ୍ର ଓ ଅନ୍ୟମାନେ ହରିଦ୍ୱାରରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ଦେଶ ଓ ବିଦେଶରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇ ଅଛି ।

ଆଗାମୀ ଦିନରେ ଏହାକୁ ବ୍ୟାପକ ଭାବେ କରାଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆ ଯାଉଛି । ମହାପ୍ରଭୁଙ୍କ ପୁରାଣ ସ୍କନ୍ଦ ପୁରାଣର ପ୍ରଚାର ପ୍ରସାର କରିବା ନିମନ୍ତେ ପାଞ୍ଚରାତ୍ର ପ୍ରଚାର ସମିତି ସର୍ବଦା ଚେଷ୍ଟା କରି ଆସୁଅଛି । ହରିଦ୍ୱାରରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନ ଥିବାରୁ ଶ୍ରୀ ଜଗନ୍ନାଥ ମନ୍ଦିର ତିଆରିର ଅଗ୍ରଗତି ସମନ୍ଧରେ ଜାଣିବାକୁ ସେହି କ୍ଷେତ୍ରକୁ ମଧ୍ୟ ସମସ୍ତେ ପରିଦର୍ଶନ କରିବେ ଏବଂ ହରିଦ୍ୱାରରେ ଥିବା ଦର୍ଶନୀୟ ସ୍ଥାନ ଗୁଡିକ ମଧ୍ୟ ବୁଲା ବୁଲି କରିବେ

You might also like
Leave A Reply

Your email address will not be published.