Odia news portal

ରାଜଧାନୀରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ନଭେମ୍ବର ୮ରୁ

ଭୁବନେଶ୍ଵର : ଠାରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବର ଭବ୍ୟ ଆୟୋଜନ କରାଯାଉଛି। ନଭେମ୍ବର ମାସ ୮ ତାରିଖରୁ ୧୩ ତାରିଖ ପର୍ଯନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ସଂସ୍କୃତି, ନୀତି, କାନ୍ତି ଓ ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ବ ସ୍ତରରେ ପ୍ରଚାର ଓ ପ୍ରସାର ପାଇଁ ଭୁବନେଶ୍ବର ନୂଆପଲ୍ଲୀ ସ୍ଥିତ କସ୍ତୁରବା ପଡିଆ ( ରାବଣପୋଡି ପଡିଆ ) ଠାରେ ଅନୁଷ୍ଠିତ ହବ।

ଏହି ଅବସରରେ ଶ୍ରୀଜଗନ୍ନାଥଙ୍କର ଦୁର୍ଲଭ ୨୪ ବେଶ, ୫୬ ଭୋଗ ପ୍ରଦର୍ଶନୀ ଓ ଆନନ୍ଦ ବଜାର ମାହାତ୍ମ୍ୟ ବର୍ଣ୍ଣନା, ପଞ୍ଚଦିବସୀୟ ଓ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ (ସ୍କନ୍ଧ ପୁରାଣ ଉକ୍ତ), ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପୁସ୍ତକ ଓ ହସ୍ତଶିଳ୍ପ ଆଦିର ପ୍ରଦର୍ଶନୀ ମହୋତ୍ସବ
ପରିସର ରେ ସ୍ଥାନ ପାଇବ | ସାରା ଭାରତବର୍ଷରୁ ସାଧୁ ସନ୍ଥଙ୍କ ସମାବେଶ ତଥା ଭକ୍ତ ମାନଙ୍କୁ ବ୍ରହ୍ମଚେତନା ସହିତ ଆଶୀବାଦ ପ୍ରଦାନ କରିବେ । ଜଗନ୍ନାଥ ସଂସ୍କୃତିର ଓ ମହିମାର ବରିଷ୍ଟ ପ୍ରଚାରକ ପୂଜ୍ୟ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ସ୍କନ୍ଦ ପୁରାଣ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ର ପଞ୍ଚ ଦିବସ ବ୍ୟାପୀ ପ୍ରତ୍ୟହ ସନ୍ଧ୍ୟାରେ ପ୍ରଭୁ ଜଗନ୍ନାଥଙ୍କର ମହିମା ଓ ସଂସ୍କୃତିର ଗୁଣ ଗାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି|

ସେହିପରି ପ୍ରଭୁ ଜଗନ୍ନାଥଙ୍କ ସେବକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଦସ୍ୟ, ବିଧାୟକ, ପ୍ରଶାସକ, ତଥା ରାଜ୍ୟର ଅନେକ ବୁଦ୍ଧିଜୀବୀ ମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ | ଶ୍ରୀକ୍ଷେତ୍ର ଧାମ ପୁରୀ ବଡ଼ଦେଉଳରେ ଥିବା ବିଭିନ୍ନ ନିଯୋଗର ସେବାୟତ ମାନଙ୍କୁ ଯୋଗଦାନ କରି, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଆଧାରିତ ଜ୍ଞାନଚର୍ଯ୍ୟା ନିମନ୍ତେ ସ୍ବତନ୍ତ୍ର ଓ ସମସ୍ତ ରୀତି ନୀତିରେ କମିଟି ତରଫରୁ ନିମନ୍ତ୍ରଣ କରା ଯିବ ବୋଲି ସଭାପତି ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରକାଶ କରିଥିଲେ।
ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ୨୦୨୪ କୁ ଆକର୍ଷଣୀୟ କରିବା ନିମନ୍ତେ, ସୁ ଉଚ୍ଚ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ମା ଲକ୍ଷ୍ମୀ, ମା ବିମଳାଙ୍କ ମନ୍ଦିରର ଅବିକଳ ତୋରଣ, ମହୋତ୍ସବର ମୁଖ୍ୟ ପ୍ରବେଶ ପଥକୁ ସିଂହଦ୍ବାର ଓ ମେଘନାଦ ପାଚେରୀ ସଦୃଶ୍ଯ ନିର୍ମାଣ ନିମନ୍ତେ ଶିଳ୍ପୀ ଶ୍ରୀ ଆଲୋକ ସାହୁ ଓ ଶିଳ୍ପୀ ଚନ୍ଦନ କୁମାରଙ୍କୁ ଦାୟିତ୍ବ ଦିଅ ଯାଇଥ‌ିବା ଏହି ସାମ୍ବାଦିକ ସମ୍ମିଳନୀ ରେ କମିଟିର ମୁଖ୍ୟ ସଂଯୋଜକ ତଥା କୋଷାଧ୍ୟକ୍ଷ ଶ୍ରୀ ରଞ୍ଜିତ କର୍ମୀ ସୂଚନା ଦେଇଥିଲେ।

ନୟାପଲ୍ଲି ସ୍ଥିତ ବାଲୁଙ୍କେଶ୍ବର ମନ୍ଦିର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପରିଚାଳନା କମିଟିର ଅଧକ୍ଷ ବିଶିଷ୍ଟ ସମାଜ ସେବି ଶ୍ରୀ ଜଗନ୍ନାଥ ପ୍ରଧାନ, କାର୍ଯ୍ୟକାରୀ ଅଧକ୍ଷ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲୀପ ଶ୍ରୀଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ସେହିପରି ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ରାଉତରାୟ, ଉପସଭାପତି ଶ୍ରୀ ଆଦିତ୍ୟ ପାଢୀ, ସଂଯୋଜକ ଶ୍ରୀ ରାମକୃଷ୍ଣ ପଣ୍ଡା, ଉପସଭାପତି ଶ୍ରୀ ନାରାୟଣ ମହାପାତ୍ର ମହୋତ୍ସବ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ |

ଏହି ସମ୍ମିଳନୀ ରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ସମାଜ ସେବି ଶ୍ରୀ ପ୍ରକାଶ ଶ୍ରୀଚନ୍ଦନ, ରୋଟାରିଆନ ସୁଧାଂଶୁ ଶେଖର ହରିଚନ୍ଦନ, ଶ୍ରୀ କଳ୍ପତରୁ ଖୁଣ୍ଟିଆ, ଜଲିଲ ଖାନ, ଶ୍ରୀ ସମରେନ୍ଦ୍ର ଜେନା, ଶ୍ରୀ ସଞ୍ଜୟ ସାହୁ, ଶ୍ରୀମତୀ ରାଜଲକ୍ଷ୍ମୀ ରାଉତରାୟ ଦଇତାପତି ଭବାନୀ ପ୍ରସାଦ ଦାସ ମହାପାତ୍ର କୋର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ, କୋର୍ପୋରେଟର ବିଜୟଲକ୍ଷ୍ମୀ ସାହୁ, କୋର୍ପୋରେଟର ଶ୍ରୀ ଅମରେଶ ଜେନା,ଶ୍ରୀ ଚିତ୍ରସେନ ବେହେରା, ଶ୍ରୀ ମନୋରଞ୍ଜନ ବାରିକ, ବିଶିଷ୍ଟ ଶିକ୍ଷାବିତ ଶ୍ରୀ ପବିତ୍ର ରାଉତରାୟ, ଶ୍ରୀ ନଟବର ସାମନ୍ତରାୟ, ଦୂରଦର୍ଶୀ ସମ୍ପାଦକ ଶ୍ରୀ ଦୂର୍ଗା ସାମନ୍ତରାୟ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା।

You might also like
Leave A Reply

Your email address will not be published.