Odia news portal

ଵଵିଙ୍କ ଜନ୍ମଦିନରେ ବିଶାଳ ରକ୍ତଦାନ ଶିବିର

ଭୁବନେଶ୍ୱର : ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ପଟିଆ ସ୍ଥିତ ଡ଼ଲଫିନ ଗାର୍ଡେନ ଠାରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତଦାନ ଏକ ମହତ କାର୍ଯ୍ୟ ତଥା, ଜୀବନ ରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତିପୋଷଣ କ୍ଷେତ୍ରରେ ଏହା ଏକ ମହତ୍ଵପୁର୍ଣ ପଦକ୍ଷେପ । ଏହି ସାମାଜିକ ବାର୍ତ୍ତା ସହିତ ଏହାର ଗୁରୁତ୍ୱକୁ ଉପଲବ୍ଧ କରି, ବିଜୁ ଜନତା ଦଳ, ସଦା ସର୍ବଦା ଏହିପରି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଗୁଡିକୁ ପ୍ରୋତ୍ସାହନ ଦେଇଆସିଛି ଏବଂ ଆଗକୁ ମଧ୍ୟ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଜାରି ରହିବାର ଯୋଜନା ଅଛି ।

ଆଜିର ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ଜଟଣୀର ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ବଳବନ୍ତରାୟ, ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, କୁନ ବିହାରୀ ଦାସ, ପ୍ରଫୁଲ୍ଲ ସିଂଙ୍କ ସମେତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର ସହିତ ମିହିର କୁମାର ରାଉତ, ମନୋଜ କୁମାର ସାହୁ, ପ୍ରୀତିନନ୍ଦା ରାଉତରାୟ, ଭୋଳାନାଥ ମହାରଣା, ଅଚ୍ୟୁତାନନ୍ଦ ସ୍ୱାଇଁ, ପୂଜା ବେହେରା, ଇତିଶ୍ରୀ ଦାସ, ଯୁବନେତା ହିମାଂଶୁ ଶେଖର ଦାସ,ଇଲା ସ୍ଵାଇଁ, ବୀରେନ୍ଦ୍ର କୁମାର ଜେନାଙ୍କ ସମେତ ବରିଷ୍ଠ ମୁରବି ଜିତେନ୍ଦ୍ର ନାଥ ରାୟ, ଯୁବ ଛାତ୍ର ମାନେ ଯୋଗଦାନ କରିବା ସହିତ ଆଗ୍ରହୀ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରି ଏହାକୁ ସଫଳ କରିବାରେ ସହାୟକ ହୋଇଥିଲେ |

You might also like
Leave A Reply

Your email address will not be published.