Odia news portal

ବ୍ରହ୍ମଗିରିର ବିକାଶ ପାଇଁ ବିଧାୟିକା ଉପାସନା ମହାପାତ୍ରଙ୍କ ସମୀକ୍ଷା

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ ୨୪ ବର୍ଷ ଧରି ଅବହେଳିତ ହୋଇ ରହିଛି। ଶିକ୍ଷା,ରାସ୍ତାଘାଟ,ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପରି ମୌଳିକ ସମସ୍ୟାରୁ ବଞ୍ଚିତ ହୋଇ ରହିଛନ୍ତି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଲୋକେ।ଗତ ୫ ବର୍ଷରେ ତାଙ୍କ ଦାଦା ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଯାଇଥିବାରୁ ଅନୁଦାନ ଆସି ପ୍ରକଳ୍ପ ମଞ୍ଜୁର ହୋଇଥିଲେ ହେଁ ତାହା ଜାଣିଶୁଣି କାର୍ଯ୍ୟକାରୀ କରାଯାଇନାହିଁ।

ଏବେ ଡବଲ ଇଞ୍ଜିନ ସରକାର।ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି,କୃଷ୍ଣପ୍ରସାଦ ଓ ପୁରୀ ସଦର ବ୍ଲକର ୧୧ ଟି ପଞ୍ଚାୟରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଯିବା ସହ ଉନ୍ନତି ଓ ବିକାଶମୂଳକ କାର୍ଯ୍ୟକ୍ରମ କରାଯିବ।ବିଶେଷ କରି ଅଧା ପନ୍ତରିଆ ଓ ମଞ୍ଜୁର ହୋଇ ବାକି ରହିଥୁବା କାର୍ଯ୍ୟ ଗୁଡିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।ସବୁ ବିଭାଗ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଦିଆଯାଇଥିବା ଦେଡ ଲାଇନ ମଧ୍ୟରେ ଅଧୁରା ଓ ପୁରୁଣା କାର୍ଯ୍ୟ ଗୁଡିକ ଶେଷ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର।ମୋହନ ମାଝୀ ସରକାର ଲୋକଙ୍କ ସରକାର ହୋଇଥିବାରୁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ମୂଳ ପ୍ରାଥମିକତା।

ସେହିପରି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରହୁନାହାନ୍ତି।ସାମାନ୍ୟ ପ୍ରାଥମିକ ଚିକିତ୍ସା ସମସ୍ତ ରୋଗୀଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଉଛି।ଏହି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକ ରେଫରରାଲ ହସ୍ପିଟାଲରେ ପରିଣତ ହୋଇଛି।ଏ ନେଇ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରୁଛନ୍ତି।

ସେହିପରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସ୍ୱପ୍ନ ଉପକୂଳ ରାଜପଥ ଯୋଜନା ମଧ୍ୟ ପୂରଣ ହେବାକୁ ଯାଉଛି।ସାତପଡ଼ା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ବ୍ରିଜ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରି ଘୋଷଣା କରିବା ସହ ଏହାର ଡିପିଆର ପ୍ରସ୍ତୁତି ଶେଷ ହୋଇଛି।ମୂର୍ତ୍ତିକା ପରୀକ୍ଷା ମଧ୍ୟ ସରିଛି।ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି।

You might also like
Leave A Reply

Your email address will not be published.