Odia news portal

ସାମ୍ବାଦିକ ମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ

ଭୁବନେଶ୍ୱର : ଓଡ଼ିଶାରେ କାର୍ଯ୍ୟରତ ପ୍ରାୟ ୩୦ ହଜାର ସାମ୍ବାଦିକ ମାନଙ୍କୁ ଅବସରକାଳୀନ ଭତ୍ତା ଭାବେ ମାସିକ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଓଡ଼ିଶା ଗଣମାଧ୍ୟମ ପରିଷଦ ଓ ଓଡିଶା ପ୍ରେସ୍ ଏକାଡେମୀର ମିଳିତ ଉଦ୍ୟମରେ ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ଓଡ଼ିଶା ପ୍ରେସ୍ ଏକାଡେମୀର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

ପ୍ରାୟ ୧୦ କୋଟି ଟଙ୍କାର ସ୍ଥାୟୀ ପୁଞ୍ଜିର ସୂତ୍ରରୁ ମିଳୁଥିବା ଅର୍ଥକୁ ୬୦ ବର୍ଷରୁ ଉର୍ଦ୍ଧ ଅବସର ଗ୍ରହଣ କରିଥିବା ସାମ୍ବାଦିକମାନଙ୍କୁ ଅନ୍ତର୍ଭୁକ୍ତ
କରାଯିବାର ବ୍ୟବସ୍ଥା ରହିଛି। ଓଡ଼ିଶା ଗଣମାଧ୍ୟମ ପରିଷଦ ପକ୍ଷରୁ ସାମ୍ବାଦିକମାନଙ୍କୁ ସବିଶେଷ ବିବରଣୀ ଯଥା ନାମ, ଠିକଣା, ବୟସ, ମାସିକ ଦରମାର ପ୍ରମାଣ ଏବଂ ସାମ୍ବାଦିକତା ଭାବେ କାର୍ଯ୍ୟ କରୁଥିବା ସମ୍ବାଦପତ୍ର, ସମ୍ବାଦ ସରବରାହ ସଂସ୍ଥା ଏବଂ ଗଣମାଧ୍ଯମ ଅନୁଷ୍ଠାନ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ।

ରାଜ୍ୟର ସମସ୍ତ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନଙ୍କୁ ସାମ୍ବାଦିକମାନକର ତଥ୍ୟ ପ୍ରଦାନ କରିବାକୁ ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ପ୍ରଧାନ ଅନୁରୋଧ କରିଛନ୍ତି। ରାଜ୍ୟ ବଜେଟରେ ଆବଶ୍ୟକୀୟ ଅନୁଦାନ ବ୍ୟବସ୍ଥା କରିବା ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ସହ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ କାର୍ଯ୍ୟା ଅନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ।

You might also like
Leave A Reply

Your email address will not be published.