Odia news portal

ଓ.ଡି.ଏମ୍‌. ସ୍କୁଲରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ଓ.ଡି.ଏମ୍‌. ଗ୍ଲୋବାଲ ସ୍କୁଲ ଏବଂ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୪ ପାଳିତ ହୋଇଯାଇଅଛି । ଓ.ଡି.ଏମ୍‌. ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓ.ଡି.ଏମ୍‌. ଗ୍ଲୋବାଲ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ. ସଂଘମିତ୍ରା ଦାଶ, ସନ୍ଦୀପ କୁମାର ମୁଖାର୍ଜୀ ପ୍ରିୟଙ୍କା ସାହୁ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ବିକାଶ ସହିତ ବିଶ୍ୱରେ ଏ.ଆଇ.ର ଭବିଷ୍ୟତ, ବ୍ୟବହାର ଓ ଆବଶ୍ୟକତା ବିଷୟରେ ନିଜ ନିଜର ମତ ଉପସ୍ଥାନା କରିଥିଲେ ।

ଶେଷରେ ବିଦ୍ୟାଳୟର ଅଳ୍ପ ଥଧ୍‌ଯକ୍ଷା ଶୈଳେନ୍ଦ୍ର କୁମାରୀ ଯୁବ ଦକ୍ଷତାର ଆବଶ୍ୟକତା ଓ ତାହାର ବ୍ୟବହାର ବିଷୟରେ ସୂଚନା ପ୍ରଦାନ କରିଥିଲେ । ସେହିପରି, ଓ.ଡି.ଏମ୍‌. ବ୍ଲିକ ସ୍କୁଲରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଶିକ୍ଷା-ନିର୍ଦ୍ଦେଶକ ଡ. ଆର୍ତତ୍ରାଣ ମିଶ୍ର ଯୋଗଦେଇ, ଏହିପରି କାର୍ଯ୍ୟକ୍ରମ ଯୁବକମାନଙ୍କ ପ୍ରତିଭାର ବିକାଶ କରିବା ସହିତ ଚାକିରି ଓ ଉଦ୍ୟୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ- ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

ଏହି ଅବସରରେ ଛାତ୍ର-ଛାତ୍ରୀମାନେ କୌଶଳ ବିକାଶ ସମ୍ପର୍କରେ ନିଜ ନିଜର ଅଭିମତ ରଖିବା ସହ ବିଭିନ୍ନ କ୍ରିୟାକଳା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଉପାଧକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ ଯୁବଶକ୍ତିମାନଙ୍କୁ କୁଶଳୀ ହେବାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ ।

You might also like
Leave A Reply

Your email address will not be published.