୨୬, ୨୭ରେ ମାରଓ୍ବାଡି ମହିଳା ସମିତିର ସାୱନ ମେଳା
ଭୁବନେଶ୍ବର : ମାରଓ୍ବାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଆସନ୍ତା ୨୬ ଓ ୨୭ ଜୁଲାଇରେ ସାନ ମେଳାର ଆୟୋଜନ ହେବାକୁ ଯାଉଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯେଉଁ ମହିଳା ଉଦ୍ୟୋଗୀମାନେ ନିଜ ନିଜ ଘରେ ଉଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଏହାକୁ ଚଳାଇଛନ୍ତି ସେମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହି ସାନ ମେଳାର ଆୟୋଜନ କରାଯାଇଛି।
ଚଳିତ ବର୍ଷ ସାୱନ ମେଳାରେ ୫୦ ରୁ ଉର୍ଦ୍ଧ୍ବ ଷ୍ଟଲ୍ ପ୍ରଦର୍ଶିତ ହେବ ଯେଉଁଥୁରୁ ୪୫ଟି ଷ୍ଟଲ୍ରେ ରାକ୍ଷୀ, ସାଢୀ, କୁର୍ତ୍ତୀ, ବ୍ୟାଗ୍, ପର୍ସ, ଚପଲ, ଗିଫ୍ଟ, ଖେଳନା ଏବଂ ଭଗବାନଙ୍କର ସୁନ୍ଦର ସୁନ୍ଦର କପଡା ପ୍ରଦର୍ଶିତ ହେବ । ଏଠାରେ ୫ ଟି ଖାଇବା ଷ୍ଟଲ ମଧ୍ଯ ଲଗାଯିବ ଯେଉଁଠି ସ୍ବାଦିଷ୍ଟ ବ୍ୟଞ୍ଜନ ମିଳିବ। ଓଡିଶାର ସଂସ୍କୃତିକୁ ପ୍ରେତ୍ସାହିତ କରିବା ପାଇଁ ମାରୱାଡି ମହିଳା ସମିତି ତରଫରୁ ନିଃଶୁଳ୍କ ଷ୍ଟଲ୍ ଲଗା ଯାଇଛି ଯେଉଁଥୁରେ ହସ୍ତଶିଳ୍ପମାନ ପ୍ରଦର୍ଶିତ ହେବ ।
ଏହି ମେଳାରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଜଟଣୀ, ଭଦ୍ରକ, କୋଲକାତା ଓ ବାଲେଶ୍ଵରର ମାରୱାଡି ମହିଳାମାନେ ଆସି ନିଜ ନିଜର ଷ୍ଟଲ ପ୍ରଦର୍ଶନ କରିବେ। ଏହି ଅବସରରେ ପ୍ରେସିଡେଣ୍ଟ ଜୁହି ଅଗ୍ରୱାଲ, ସେକ୍ରେଟାରୀ ସିବାଙ୍ଗୀ ଗୋ ଏନ୍ହାଙ୍କ ସମେତ ସୁଧା ଖଣ୍ଡେଲୱାଲ, ବୀଣା ବିର୍ଲା, ପ୍ରବୀଣ ଭଣ୍ଡାରୀ, ନିଲମ ଅଗ୍ରୱାଲ ଓ ସ୍ନେହା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।