Odia news portal

ବିଦେଶରେ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଗ୍ଲୋବାଲ ଫୋକସ୍ ପାଲଟିଛି ମାର୍ଗଦର୍ଶକ

ଗ୍ଲୋବାଲ ଏଡୁଫେଷ୍ଟ-୨୦୨୪ ଉଦ୍‌ଯାପିତ

ଭୁବନେଶ୍ଵର : ମେଡିକାଲ ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ବିଦେଶରେ ନାମ ଲେଖାଇବା ନିମନ୍ତେ ମାର୍ଗଦର୍ଶନ କରିଥାଏ ଗ୍ଲୋବାଲ ଫୋକସ ଏଜୁକେସନ ପ୍ରତିଷ୍ଠାନ । ଏହି କ୍ରମରେ ଭୁବନେଶ୍ଵର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଗ୍ଲୋବାଲ ଫୋକସ ଏଜୁକେସନ ଅନୁଷ୍ଠାନ ପକ୍ଷରୁ ଗ୍ଲୋବାଲ ଏଡୁଫେଷ୍ଟ–୨୦୨୪ ସଫଳତାର ସହ ଉଦ୍‌ଯାପିତ ହୋଇଛି । ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଏମ୍ବିବିଏସ୍, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଅଧ୍ୟୟନ, ଶିକ୍ଷା ପ୍ରକ୍ରିୟା, ବିଶ୍ବବିଦ୍ୟାଳୟ ଚୟନ ଏବଂ କ୍ୟାରିୟର ପରାମର୍ଶ ଉପରେ ବିସ୍ତୃତ ମାର୍ଗଦର୍ଶନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖୁଥିଲା।

ଏହି କାର୍ଯ୍ୟକ୍ରମରେ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ, ରୁଷିଆ, ଉବେକିସ୍ତାନ, ଜର୍ଜିଆ, କାଜାଗାସ୍ନାନ ଏବଂ ଆର୍ମେନିଆ ସମେତ ବିଭିନ୍ନ ଦେଶରେ ଏମ୍ବିବିଏସ୍, ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଅନୁସରଣ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତେ ଏହି ରାଷ୍ଟ୍ରଗୁଡିକରେ ଉପଲବ୍ଧ ବିଭିନ୍ନ ଶିକ୍ଷାଗତ ସୁଯୋଗ ବିଷୟରେ ଜ୍ଞାନ ଆହରଣ କରିଥିଲେ ତଥା ବିଶେଷଜ୍ଞମାନେ ଏହି ଦେଶଗୁଡିକର ଶୀର୍ଷ ବିଶ୍ଵବିଦ୍ୟାଳୟ ଗୁଡିକର ଆବେଦନ ପ୍ରକ୍ରିୟା, ନାମଲେଖା ମାନଦଣ୍ଡ ଏବଂ ଏକାଡେମିକ ପରିବେଶ ବିଷୟରେ ମୂଲ୍ୟବାନ ବିବରଣୀ ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ୧୫୦ ଏମ୍‌ବିବିଏସ୍ ସ୍ନାତକ ଯେଉଁମାନେ ସଫଳତାର ସହିତ ଏଫଏମ୍ଜିଇ, ଓପିଏସ୍‌ସି, ପିଜି ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଛନ୍ତି ସେମାନଙ୍କ ସମେତ ଆଲମିନିକ ସଫଳତାକୁ ପାଳନ କରିଥିଲେ। ୫୦୦ରୁ ଅଧିକ ଆଶାୟୀ ଏହି କାର୍ଯ୍ୟରେ ଯୋଗଦେଇ ନାମଲେଖା ପ୍ରକ୍ରିୟା ଏବଂ ବିଦେଶରେ ଥିବା ବିଶ୍ବବିଦ୍ୟାଳୟଗୁଡିକରେ ଅଧ୍ୟୟନର ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ମୂଲ୍ୟବାନ ଜ୍ଞାନ ଆହରଣ କରିଥିଲେ ।

ଏହି ଉତ୍ସବରେ ବିଶେଷଜ୍ଞମାନେ ଯୋଗଦେଇ ସେମାନଙ୍କ ଅଭିଜ୍ଞତା ଓ ଅନ୍ତର୍ନିହିତ ଜ୍ଞାନକୁ ବାଣ୍ଟିଥିଲେ। ଗ୍ଲୋବାଲ ଫୋକସ ଏଜୁକେସନ ସଂସ୍ଥା, ଯାହାକୁ ୨୦୧୧ରୁ ଅନ୍ତଦେଶୀୟ ଶିକ୍ଷା ସଂପର୍କରେ ଜ୍ଞାନ ଆହରଣ କରିବା ପାଇଁ ପରାମର୍ଶ ଦେଇଥାଏ। ଏଥ‌ିରେ ପ୍ରତିଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଅବଦୁଲ ଜାହିରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପଥପ୍ରଦର୍ଶକ ଡ. ରାଜିକ୍ ମୀର୍ଜା ଉପସ୍ଥିତ ରହି ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ଭାବେ ଆରାଇଜ୍ ମେଡିକାଲ ଏକାଡେମୀର ନିର୍ଦ୍ଦେଶକ ଡ. ମହମ୍ମଦ ଖଲିଲ ଅହମ୍ମଦ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଅନନ୍ତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ ସେଣ୍ଟରର ସହକାରୀ ପ୍ରଫେସର ପ୍ରିୟାଂସ ଜୈନ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ସେହିପରି ଅନ୍ୟତମ ଅତିଥ୍ ଭାବେ କ୍ୟାପିଟାଲ ହସ୍ପିଟାଲର ଡ.ଅମନ ମୋଦୀ, ହାଇଟେକ୍ ମେଡିକାଲ କଲେଜ ଏଣ୍ଡ୍‌ ହସ୍ପିଟାଲର ଡ. ସତ୍ୟବ୍ରତ ମିଶ୍ର, ଷ୍ଟେଟ୍ ଆର୍ମଡ ଫୋର୍ସର ଅବସରପ୍ରାପ୍ତ କମାଣ୍ଡାଣ୍ଟ ହୃଷିକେଶ ରଥ, ଖ୍ୟାତନାମା ଚାଟାର୍ଡ ଆକାଉଟାଣ୍ଟ ଚିତ୍ତରଞ୍ଜନ ମାନସିଂ, ଗ୍ଲୋବାଲ ଫୋକସ ଏଜୁକେସନ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଅବଦୁଲ ଜାହିର, ନିର୍ଦ୍ଦେଶକ ଅମୂଲ୍ୟ ଦାସ, ସହକାରୀ ନିର୍ଦ୍ଦେଶକ ଫାଲଗୁନି ମଲ୍ଲିକ, ପ୍ରଶାସନିକ ମୁଖ୍ୟ ମନୋରଂଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ।

You might also like
Leave A Reply

Your email address will not be published.