Odia news portal

ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡିଯିବା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି : ବିଜେଡି


ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀ ମର୍ମାହତ, ଦୁଃଖିତ ଏବଂ ଲଜ୍ଜିତ
ଉପ-ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନ
ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମାପନ କରିବାକୁ ନିବେଦନ

ଭୁବନେଶ୍ୱର : ଗତକାଲି ପୁରୀରେ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଛି ତାହା କେବଳ ମତେ ବ୍ୟଥିତ କରିନାହିଁ ବରଂ ସାଢେ ୪ କୋଟି ଓଡିଶାବାସୀ ତଥା ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ସଭିଏଁ ମର୍ମାହତ, ଦୁଃଖିତ ଏବଂ ଲଜ୍ଜିତ ମଧ୍ୟ । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମେୟର୍ ତଥା ବିଜେଡି ନେତ୍ରୀ ଶ୍ରୀମତି ସୁଲୋଚନା ଦାସ । ଶ୍ରୀମତି ଦାସ କହିଛନ୍ତି, ଚତୁର୍ଦ୍ଧାମୂର୍ତିଙ୍କ ଆଡପମଣ୍ଡପ ବିଜେ ବେଳେ ମହାପ୍ରଭୁ ବଳଭଦ୍ର ମୁହଁ ମାଡି ତଳେ ପଡିଯିବା ଘଟଣା ସଭିଙ୍କ ମନରେ ଗଭୀର ଦୁଃଖ ଓ କଷ୍ଟ ଦେଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆଦୈା ଗ୍ରହଣଯୋଗ୍ୟ ନୁହଁ ।

ଏଭଳି ଅକ୍ଷମଣୀୟ ତ୍ରୁଟି କାହିଁକି ହେଲା ତାକୁ ଅନୁଧ୍ୟାନ କରିବା ବଦଳରେ ଉପ-ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହାକୁ ମହାପ୍ରଭୁଙ୍କ ଇଛା ବୋଲି ସେମାନେ ରଖିଥିବା ଉକ୍ତି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପ୍ରତି ଉପହାସ ସଦୃଶ । ଏଭଳି ପ୍ରତିକ୍ରିୟା ସଭିଁଙ୍କ ମନରେ ଗଭୀର ଆଘାତ ଦେଇଛି ବୋଲି ଶ୍ରୀମତି ଦାସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆଶା କରୁଛୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମାପନ କରିବାକୁ ସରକାର ଯତ୍ନବାନ ହେବେ । ଏଥିପାଇଁ ଆମେ ସଭିଁଙ୍କୁ ନିବେଦନ କରୁଛୁ ।

You might also like
Leave A Reply

Your email address will not be published.