Odia news portal

ରୋମରେ ଚମକିବେ ଛଅ ଓଡ଼ିଆ

ଭୁବନେଶ୍ବର,(ଚକ୍ରଧର ମାଝି) : ରୋମରେ ଚମକିବେ ଛଅ ଓଡ଼ିଆ ଆଗକୁ ରୋମରେ ଅନୁଷ୍ଠିତ ହେବାକୁ ଥିବା ଆଇଟିଟିଏଫ ୱାର୍ଲଡ ମାଷ୍ଟର୍ସ ଟେବୁଲ ଟେନିସ ଚାମ୍ପିୟାନସିପରେ ଯୋଗଦେବେ ଛଅ ଓଡ଼ିଆ । ରାଜ୍ୟରୁ ଦେବଦତ୍ତ ମହାନ୍ତି, ତ୍ରୈଲୋକ୍ୟ ନାଥ ରାଉତ, ସ୍ମର୍ତିରଞ୍ଜନ ଦାସ, ପି. କେ ସାମନ୍ତ ରାୟ, ବିଜନ ଦାସ ମହାପାତ୍ର, ସନ୍ଦିପ ଚକ୍ରବର୍ତ୍ତୀ ଅଂଶଗ୍ରହଣ କରୁଛନ୍ତି ।

ଜୁଲାଇ ୬ ରୁ ୧୪ ତାରିଖ ଯାଏ ଏହି ପ୍ରତିଯୋଗିତା ହେବାକୁ ଥିବା ବେଳେ ମାଷ୍ଟର୍ସର ବିଭିନ୍ନ ବର୍ଗରେ ଏହି ସମସ୍ତ କ୍ରୀଡ଼ାବିତ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ବିଭିନ୍ନ ଦେଶରୁ ପ୍ରାୟ ୬୦୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବା ବେଳେ ଭାରତରୁ ମଧ୍ୟ ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଓଡିଶାରୁ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳି ନିଜ ବର୍ଗରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

ଏହି ସମସ୍ତ ଖେଳାଳି ନିଜ ବର୍ଗରେ ଦେଶକୁ ପ୍ରତିନିଧିତ୍ବ କରିବାକୁ ଥିବା ବେଳେ ବିପକ୍ଷରେ ଥିବା ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ ଆଦି ଦେଶ ବିପକ୍ଷରେ ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରିଥିବା କହିଛନ୍ତି ।

You might also like
Leave A Reply

Your email address will not be published.