Odia news portal

୪ର୍ଥ ଇଣ୍ଡିଆନ୍‌ ଓପନ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା : ଓଡିଶାରୁ ଭାଗନେବେ ୧୦ ପ୍ରତିଯୋଗୀ


ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ବିହାରର ପାଟନାଠାରେ ୪ର୍ଥ ଇଣ୍ଡିଆନ୍‌ ଓପନ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡିଶାରୁ ୧୦ ଜଣ ଆଥଲିଟ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଓଡ଼ିଶାର ଅନିମେଶ କୁଜୁର ଏବଂ ରେୟାନ୍‌ ବାଶା ୧୦୦ ମିଟର ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବାବେଳେ ଅଭିଷେକ ଦଳବେହେରା ଓ ସୁଖୀ ବାସ୍କେ ୧୦୦ମିଟର ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

ସେହିପରି ଭାବେ ଆସ୍ତିକ ପ୍ରଧାନ ୪୦୦ ମିଟର ଦୌଡ ପ୍ରତିଯୋଗିତା, ଜଶବୀର୍ ନାୟକ ଡେକାଥଲନ୍‌, ଲକ୍ଷ୍ମୀପ୍ରିୟା କିଶାନ ଓ ଦୟାନିଧି ମୁଣ୍ଡା ୮୦୦ମିଟର ଦୌଡ ପ୍ରତିଯୋଗିତା, ନିଖିଲ କୁମାର ଦାସ ହାଇଜମ୍ପ ଏବଂ ସୁସ୍ମିତା ତିଗ୍ଗା ସ୍ଟିପଲଚେଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ପ୍ରକାଶଯୋଗ୍ୟ ଯେ, ଓଡିଶାରୁ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀ ଓଡିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର ଠାରେ ପ୍ରଶିକ୍ଷଣ ନେଉଛନ୍ତି। ଓଡିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରର ପ୍ରଶିକ୍ଷକ ମାର୍ଟିନ୍‌ ଓୱେନ୍ସ ସମସ୍ତ କ୍ରୀଡାବିତ୍ ମାନେ ଇଣ୍ଡିଆନ୍‌ ଓପନ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ପ୍ରତିଯୋଗିତା ପାଇଁ ଓଡ଼ିଶାର ସମସ୍ତ ପ୍ରତିଯୋଗୀମାନେ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ କ୍ରୀଡ଼ାବିତ୍‌ ମାନେ ଓଡ଼ିଶା ପାଇଁ ପଦକ ଜିତିବେ ବୋଲି ଆମର ଆଶା ରହିଛି ବୋଲି ମାର୍ଟିନ୍‌ ମତପ୍ରକାଶ କରିଛନ୍ତି।

You might also like
Leave A Reply

Your email address will not be published.