Odia news portal

ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ, ଇଣ୍ଡିଆ ତରଫରୁ ୧୩ ତମ ଦିନିକିଆ ସତସଙ୍ଗ ଅନୁଷ୍ଠିତ

ଭୁବନେଶ୍ୱର : ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ଓ ସଭାପତି ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଭଜନ ଓ ମା ଅନନ୍ତ… ତାର କଥା ଅନନ୍ତ (ଦେବି ମହାତ୍ମ୍ୟ )ଦିନିକିଆ ସତସଙ୍ଗ ହଟକେଶ୍ୱର ମନ୍ଦିର ସହିଦନଗରରେ ଅନୁଷ୍ଠିତ ହୋଇ ଯାଇଛି ।

ପ୍ରଥମେ କେ ଲଷ୍ମୀ ନାରାୟଣ ଅନାମିକା ସ୍ୱାଇଁ ପଟନାୟକ ଭାରତୀ ଭୂଷଣ ପଟ୍ଟନାୟକ ସ୍ଵର୍ଣ୍ଣଲତା ପାଣି, ଶୁଭଶ୍ରୀ ମିଶ୍ର, ପୁଷ୍ପଳତା ରାଉତ ରାୟ ତ୍ରିଲୋଚନ ନାୟକ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ସଂମ୍ମାନୀୟ ଅତିଥି ଭାବେ ରବିନାରାୟଣ ମହାପାତ୍ର, ରବି ନାରାୟଣ ମିଶ୍ର, ଡ଼ ଆରତୀ କର ପ୍ରମୁଖ ଯୋଗ ଦେଇଥିଲେ ।

ଆଜିର କାର୍ଯ୍ୟକ୍ରମରେ ତ୍ରିଲୋଚନ ନାୟକ, ସୁରେଶ ମିଶ୍ର, ଅକ୍ଷୟ ସାହୁ, ବଂଶୀଧର ନାୟକ, ଅଚ୍ୟୁତ ବେହେରା, ତନ୍ମୟ କୁମାର ସାହୁ, ଶ୍ରୀନିବାସ ରାଓ, ଅଜୟ ଚୌଧୁରୀ ଓ ଭୁବନେଶ୍ୱର ଲେଡ଼ିଜ ଫୋରମର ସଂମ୍ମାନିୟା ମହିଳା ମାନେ ଉପସ୍ଥିତ ରହି ପ୍ରବଚନ ଶୁଣିବା ସହ ସହଯୋଗ କରିଥିଲେ । କଥା ସେବକ ଶ୍ରୀ ସୁଧୀର କୁମାର ଜେନା, ଓ ପ୍ରମୋଦ କୁମାର ନାୟକ ଦେବୀ ମହାତ୍ମ୍ୟ ମା ଅନନ୍ତ. ତାର କଥା ଅନନ୍ତ..ଉପରେ ତାଙ୍କ ଆଶ୍ରିବଚନ ଅତି ସୁଦର ଭାବେ ବର୍ଣନା କରିଥିଲେ ‌ ଏହା ସମସ୍ତଙ୍କୁ ଆନନ୍ଦିତ କରିଥଲା ।

You might also like
Leave A Reply

Your email address will not be published.