Odia news portal

ନବୀନ ସରକାରଙ୍କ ୪୦ରୁ ଉର୍ଦ୍ଧ୍ୱ ଲୋକପ୍ରିୟ ଯୋଜନାର କପି ପେଷ୍ଟ, ଡବଲ ଇଞ୍ଜିନ ସରକାରରେ ଡବଲ ନୈରାଶ୍ୟ ବଜେଟ

ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ

ଭୁବନେଶ୍ୱର : ବିଜେପି ସରକାରଙ୍କ ଦ୍ୱାରା ଆଜି ପ୍ରସ୍ତୁତ କରା ଯାଇଥିବା ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ବଜେଟ ସମ୍ପୂର୍ଣ ନୈରାଶ୍ୟଜନକ ବୋଲି କହିଛନ୍ତି। ମୋହନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବଜେଟରେ କୌଣସି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ପ୍ରାୟ ଚାଳିଶରୁ ଉର୍ଦ୍ଧ ଲୋକପ୍ରିୟ ଯୋଜନା ଗୁଡିକର କପି ପେଷ୍ଟ କରାଯାଇ କେବଳ ଏହାର ନାମ ପରିବର୍ତ୍ତନ କରାଯାଇଛି।

ବହୁ ପ୍ରଚାରିତ ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳା ମାନେ ଲାଭବାନ ହେବେ ବୋଲି ଆଶା ବାନ୍ଧି ବସିଥିବା ବେଳେ ଏଥିପାଇଁ ମାତ୍ର ଦଶ ହଜାର କୋଟି ଟଙ୍କା ଘୋଷିତ ହୋଇଥିବାରୁ ଅତି ବେଶୀରେ ରାଜ୍ୟର କୋଡିଏ ଲକ୍ଷ୍ୟ ମହିଳା ଏଥିରୁ ଲାଭ ପାଇବେ। ସେହିପରି ମଧୁବାବୁ ପେନଶନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା ୩୦୦୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କେବଳ ୮୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପେନଶନ ବୃଦ୍ଧି କରାଯାଇଛି ଯାହା ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ନିରାଶ କରିଛି ।

ଅପରପକ୍ଷରେ ଅର୍ଥନୈତିକ ଦୂରଦୃଷ୍ଟୀ, ଶିଳ୍ପ, ରୋଜଗାର, ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି ଆଦି ବିଷୟରେ ଏ ବଜେଟ ସଂପୂର୍ଣ୍ଣ ନିରବ । ଡବଲ ଇଂଜିନ ସରକାର ହେଲେ ରାଜ୍ୟରେ ବିକାଶର ତ୍ୱରାନ୍ୱିତ ହେବ ବୋଲି ବିଜେପି ଡିଣ୍ଡିମ ପିଟୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟର ବଜେଟ ରାଜ୍ୟବାସୀଙ୍କୁ ଡବଲ ନିରାଶ କରିଛି ।

You might also like
Leave A Reply

Your email address will not be published.