Odia news portal

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୭ତମ କଥାମୃତ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ଗୁରୁବାର ମହାପ୍ରଭୁଙ୍କ ଅଧରପଣା ଅବସରରେ ସଭାପତି ସଞ୍ଚିତା ମହାନ୍ତି ଓ ସମ୍ପାଦକ ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଶ୍ରୀଜଗନ୍ନାଥ ମନ୍ଦିର କୋଳଥୀଆ ଖଣ୍ଡଗିରି ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୭ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆଜିର ଭଜନ କାର୍ଯ୍ୟକ୍ରମରେ କେ ଲଷ୍ମୀ ନାରାୟଣ, ସୌଦାମିନୀ ପଣ୍ଡା, ଅନାମିକା ସ୍ୱାଇଁ ପଟ୍ଟନାୟକ ପୁଷ୍ପଲତା ରାଉତରାୟ ଦିବ୍ୟରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି ଦେବେନ୍ଦ୍ର ଷଡ଼ଙ୍ଗୀ, ବିମ୍ବାଧର ପଣ୍ଡା ଭାରତୀ ଭୂଷଣ ପଟ୍ଟନାୟକ ପ୍ରମୁଖ ଭଜନ ଗାଈ ଥିଲେ ।

ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ସ୍କନ୍ଦ ପୁରାଣ ଉପରେ ସମ୍ୟକ ସୂଚନା ସମସ୍ତଙ୍କୁ ଦେଇଥିଲେ । କୋଳଥୀଆ ଶ୍ରୀ ଜଗନ୍ନାଥ ମନ୍ଦିର ରଥ ଯାତ୍ରା ସୁଚାରୁ ରୂପେ ପରିଚାଳଣା ପାଇଁ ଭୁବନେଶ୍ୱରରେ ପ୍ରଥମ ହୋଇ ଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରି କୋଳଥିଆ ଶ୍ରୀଜଗନ୍ନାଥ ମନ୍ଦିରର ସଭାପତି ସତ୍ୟବ୍ରତ ଦାସ ଓ ସମସ୍ତ କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା ଓ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ପଣ୍ଡିତ ଗୁରୁପ୍ରସାଦ ମହାପାତ୍ର ସ୍କନ୍ଦ ପୁରାଣ ଅନୁଯାଇ ଶ୍ରୀଜଗନ୍ନାଥଙ୍କ ବିଷୟରେ ପ୍ରାଞ୍ଜଳ ଭାବେ ସମସ୍ତଙ୍କୁ ଜଣାଇ ଥିଲେ, ଏହି ଅବସରରେ ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା ଉପ ଦେଷ୍ଟା ରବି ନାରାୟଣ ମିଶ୍ର, ନିରଞ୍ଜନ ପଣ୍ଡା, ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରି ଚନ୍ଦନ, ଅଖିଳ ସାହୁ, ଅକ୍ଷୟ ସାହୁ, ତ୍ରିଲୋଚନ ନାୟକ ବଂଶୀଧର ନାୟକ ଶ୍ରୀନିବାସ ରାଓ ସାନ୍ଧ୍ୟରାଣୀ ନାୟକ ପ୍ରମୁଖ ଓ ମନ୍ଦିରର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ ।

You might also like
Leave A Reply

Your email address will not be published.