Odia news portal

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜି ଶନିବାର ଅବସରରେ ସଭାପତି ସଞ୍ଚିତା ମହାନ୍ତିଙ୍କ ଅନୁପସ୍ଥିତରେ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଅଧକ୍ଷ୍ୟତାରେ କଷମୋପଲ୍ଲୀ ଆପାର୍ଟମେଣ୍ଟ ଶ୍ରୀଜଗନ୍ନାଥ ମନ୍ଦିର ଡ଼ୁମଡ଼ୁମା ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆଜିର ଭଜନ କାର୍ଯ୍ୟକ୍ରମରେ କେ ଲଷ୍ମୀ ନାରାୟଣ, ସୌଦାମିନୀ ପଣ୍ଡା, ପୁଷ୍ପଳତା ରାଉତରାୟ, ଦେବେନ୍ଦ୍ର ଷଡ଼ଙ୍ଗୀ, ବିମ୍ବାଧର ପଣ୍ଡା ପ୍ରମୁଖ ଭଜନ ଗାଈ ଥିଲେ ।

ଉପଦେଷ୍ଟା ରବିନାରାୟଣ ମିଶ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ପରିଷଦ ଉପରେ ସମ୍ୟକ ସୂଚନା ଦେଇଥିଲେ, ପଣ୍ଡିତ ଗୁରୁ ପ୍ରସାଦ ମହାପାତ୍ର ସ୍କନ୍ଦ ପୂରଣ ବର୍ଣିତ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ବହୁ ରୋଚକ ପୂର୍ଣ୍ଣ କଥା ସମସ୍ତଙ୍କୁ ଜଣାଇ ଥିଲେ । ଏହି ଅବସରରେ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଅକ୍ଷୟ ସାହୁ ମଳୟ ଜେନା, ତ୍ରିଲୋଚନ ନାୟକ ବଂଶୀଧର ନାୟକଅକ୍ଷୟ ଉପାଧ୍ୟାୟ ଶ୍ରୀନିବାସ ରାଓ ରାଜ ଲଷ୍ମୀ ବେହୁରା ଓ ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ ।

You might also like
Leave A Reply

Your email address will not be published.