Odia news portal

କେୟାର ହସ୍ପିଟାଲ ଭୁବନେଶ୍ଵରେ ଭାରତରପ୍ରଥମ ମିକୁ ଭର୍ଜିଆଲ୍ ରିଏଲିଟି ବ୍ରେନ୍ ସର୍ଜରୀ

ଭୁବନେଶ୍ଵର : ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍ ଅତିକ୍ରମ କରିଛି କେୟାର ହସ୍ପିଟାଲ ଭୁବନେଶ୍ଵର । ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଆତ୍ମାରଞ୍ଜନ ଦାଶ ଓ ତାଙ୍କ ଟିମ୍ ଆପେଲ୍ ଭିଜନ୍ ପ୍ରୋ ବ୍ୟବହାର କରି ବିଶ୍ଵର ସବୁଠାରୁ ଅତ୍ୟାଧୁନିକ ମିକୁ ଭର୍ଟୁଆଲ୍ ରିଅଲିଟି ଟେକ୍ନୋଲୋଜି ସାହାଯ୍ୟରେ ଦେଶର ପ୍ରଥମ ନ୍ୟୁରୋ ସର୍ଜରୀ (ଏଣ୍ଡୋସ୍କୋପିକ୍ ବ୍ରେନ୍ ଓ ମେରୁଦଣ୍ଡ ସର୍ଜରୀ) ସଫଳତାର ସହିତ କରିଛନ୍ତି। ଏହି ନୂତନ ସଫଳତା କେୟାର ହସ୍ପିଟାଲର ଉନ୍ନତ ଚିକିତ୍ସାର ଦୃଢ଼ ପ୍ରତିବଦ୍ଧତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ଵାରା ରୋଗୀ ସେବା କ୍ଷେତ୍ରରେ ବେଶ୍ ସହାୟକ ହେବ। ଆପଲ୍ ଭିଜନ୍ ପ୍ରୋ ଭର୍ଟୁଆଲ ରିଏଲିଟି ସିଷ୍ଟମ୍ ଦ୍ଵାରା ପରିଚାଳିତ ଏହି ନ୍ୟୁରୋ ସର୍ଜରୀରେ ଅପରେସନ୍‌ର ସଠିକତା ଏବଂ ରୋଗୀ ସଫଳତା ବେଶ୍ ଅଧିକ। ଏହି ଅବସରରେ ଆୟୋଜିତ ଏକ ପ୍ରେସ୍ ମିଟ୍‌ରେ କେୟାର ହସ୍ପିଟାଲ୍ ଭୁବନେଶ୍ଵରର ବରିଷ୍ଠ ନ୍ୟୁରୋସର୍ଜନ୍ ଡାକ୍ତର ଆତ୍ମାରଞ୍ଜନ ଦାଶ କହିଛନ୍ତି, ଗତ ୮ ଜୁଲାଇ ତାରିଖରେ ପ୍ରଥମ ଥର ପାଇଁ ଆପଲ୍ ଭିଜନ୍ ପ୍ରୋ ଭର୍ଟୁଆଲ ରିଏଲିଟି ସିଷ୍ଟମ୍ ବ୍ୟବହାର କରି ଜଣେ ୬୫ ବର୍ଷୀୟା ମହିଳାଙ୍କ ବ୍ରେନ୍‌ରେ ପିଟୁଟାରୀ ଗ୍ଲାଣ୍ଡରେ ଥିବା ଟିମ୍ପୁର ଏବଂ ପରେ ବାଇ ପୋର୍ଟାଲ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ସାଇନ୍ସ ର୍ଜରୀ କରାଯାଇଥିଲା। ଏହା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ଏହା ହେଉଛି ପ୍ରଥମ ଅପରେସନ୍ଯା ହାକି ଅତ୍ୟାଧୁନିକ ମିକୁ ଭର୍ଟୁଆଲ୍ ରିଅଲିଟି ଟେକ୍ନୋଲୋଜି ସାହାଯ୍ୟରେ କରାଯାଇଥିଲା।

ବର୍ତ୍ତମାନ ରୋଗୀମାନେ ସମ୍ପୂର୍ଣ ସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲରୁ ଘରକୁ ଫେରି ପୂର୍ବ ଭଳି ସମସ୍ତ କାମ କରୁଛନ୍ତି | ବିଭିନ୍ନ ପ୍ରକାର ବ୍ରେନ୍ ଓ ମେରୁଦଣ୍ଡ ରୋଗର ସଫଳ ଚିକିତ୍ସା କରିବାରେ କେୟାର ହସ୍ପିଟାଲ ଭୁବନେଶ୍ୱର ସବୁବେଳେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କେବଳ ସେତିକି ନୁହେଁ ଏକ ଦକ୍ଷ ନ୍ୟୁରୋସର୍ଜରୀ ଟ୍ରେନିଂ ସେଣ୍ଟର୍ ଭାବରେ ଏହାର ରହିଛି ଏକ ସ୍ଵତନ୍ତ୍ର ପରିଚୟ । ନିକଟରେ ମାଲେସିଆ, ଇଜିପ୍ଟ, ସାଉଦି ଆରବ, ଇରାକ୍ସ ମେତ ଦେଶ ବିଦେଶର ଅନେକ ଡାକ୍ତର ଏଠାକୁ ଅତ୍ୟାଧୁନିକ ବାଇ-ପୋର୍ଟାଲ୍ ଏଣ୍ଡୋସ୍କୋପିକ୍ ସ୍ପାଇନ୍ ସର୍ଜରୀ ଟ୍ରେନିଂ ନେବାକୁ ଆସିଥିଲେ।‌କେୟାର ହସ୍ପିଟାଲର ଏସିଓଓ କିସଲେ ଆନନ୍ଦ ଏହି ସଫଳତା ପାଇଁ ଡାକ୍ତର ଆତ୍ମାରଞ୍ଜନ ଦାଶ ଓ ତାଙ୍କ ପୁରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଭର୍ଟୁଆଲ ରିଏଲିଟି ସିଷ୍ଟମ୍ ସାହାଯ୍ୟରେ ସଫଳତାର ସହିତ ବ୍ରେନ୍ ଓ
ମେରୁଦଣ୍ଡ ସର୍ଜରୀ କରିବା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ପାଇଁ ଏକ ଗୌରବର କଥା। ତା ସହିତ କେୟାର ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଅପରେସନ୍ ଥିଏଟର ଏବଂ ଅଭିଜ୍ଞ ଡାକ୍ତର ଓ ନର୍ସଙ୍କ ଟିମ୍ ଦ୍ଵାରା ଏହି ସଫଳତା ସମ୍ଭବ ହୋଇଛି। କେୟାର ହସ୍ପିଟାଲ ଭୁବନେଶ୍ଵରଠାରେ ବ୍ରେନ୍ ଓ ମେରୁଦଣ୍ଡ ଚିକିତ୍ସା କରିବା ପାଇଁ
ସମସ୍ତ ପ୍ରକାର ବୀମା କମ୍ପାନୀର ମଧ୍ୟ ସହଭାଗୀତା ରହିଛି।

ସମୟ ସହିତ ଉନ୍ନତି ହୋଇଛି ଚିକିତ୍ସା ବିଜ୍ଞାନ। ଭର୍ଟୁଆଲ୍ ରିଅଲିଟି ଟେକ୍ନୋଲୋଜି ସାହାଯ୍ୟରେ ଟ୍ରେନ୍ ଓ ମେରୁଦଣ୍ଡ ସର୍ଜରୀ କରିବା ଏକ ଉନ୍ନତଧରଣର ଚିକିତ୍ସା ପଦ୍ଧତି। ଏଥିରେ ଡାକ୍ତରଙ୍କୁ ସର୍ଜରୀ ପ୍ଲାନିଂ ଓ ସର୍ଜରୀ କରିବା ଅଧିକ ସହାର୍ଯ୍ୟ କରିଥାଏ, ଯାହା ଫଳରେ ଅପରେସନ୍ ସଫଳତା ହାର ମଧ୍ୟ ବେଶ ଅଧିକ ଥାଏ । ବିଗତ କିଛି ବର୍ଷ ହେବ କେୟାର ହସ୍ପିଟାଲ ଭୁବନେଶ୍ଵର ବ୍ରେନ୍ ସର୍ଜରୀରେ ଅନେକ ସଫଳତା ହାସଲ କରିଛି । କେବଳ ଚିକିତ୍ସା ନୁହେଁ ଏକ ଡାକ୍ତରୀ ଶିକ୍ଷା ଓ ଟ୍ରେନିଂ ସେଣ୍ଟର ଭାବରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି ।

You might also like
Leave A Reply

Your email address will not be published.