Odia news portal

ଚାଷୀଙ୍କୁ ଶୀଘ୍ର ମିଳୁ ଫସଲ ବୀମା : ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର : ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀଙ୍କ ଫସଲ ଉଜୁଡ଼ିଯାଉଛି। ଏଭଳି ଦୟନୀୟ ସ୍ଥିତିରେ ବୀମା ହିଁ ଚାଷୀଙ୍କ ଏକମାତ୍ର ଭରସା। କିନ୍ତୁ ବୀମା ରାଶି ମିଳୁ ନଥିବାରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ଠିକ୍ ସମୟରେ ଫସଲ ବୀମା ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ।

ରାଜ୍ଯସଭାରେ ଶୂନ୍ଯକାଳରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଏଭଳି ଦାବି ଉପସ୍ଥାପନ କରିଛନ୍ତି। ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉଦାସୀନତା ଏବଂ ବୀମା କମ୍ପାନୀଙ୍କ ଏକଚାଟିଆ ଲାଭଖୋର ମନୋଭାବ ଯୋଗୁଁ ଚାଷୀମାନେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି ମାନସ ।

କୃଷକମାନଙ୍କ ଭରସାକୁ କେନ୍ଦ୍ର ସରକାର ଧୋକା ଦେଇଛନ୍ତି ବୋଲି ମଧ୍ଯ ସେ କହିଛନ୍ତି । ତେଣୁ ଶୀଘ୍ର ବୀମା ରାଶି ଦେବା ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ମାନସ ଦାବି ଦୋହରାଇଛନ୍ତି।

You might also like
Leave A Reply

Your email address will not be published.