Odia news portal

ତନିସ୍କ ପକ୍ଷରୁ ‘ଫେଷ୍ଟିଭାଲ୍ ଅଫ୍ ଡାଏମଣ୍ଡ୍’ ; ପ୍ରାକୃତିକ ହୀରାର ଆକର୍ଷଣକୁ ଆବିଷ୍କାର କରିବାର ସୁଯୋଗ

ଭୁବନେଶ୍ୱର : ଭାରତର ସର୍ବବୃହତ୍ ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କ ଆଣିଛି ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’ । ତନିସ୍କର କାଳଜୟୀ ହୀରା ସହିତ ଜୀବନର ପ୍ରିୟ ଅବସରଗୁଡ଼ିକୁ ପାଳନ କରିବାକୁ ଏହା ସୁଯୋଗ ପ୍ରଦାନ କରୁଛି। ଏହା ମାଧ୍ୟମରେ ପ୍ରାକୃତକ ହୀରାର ଯାଦୁଗରୀକୁ ଆଲିଙ୍ଗନ କରିବା ସହ ଏହାର କାଳଜୟୀ ସୌନ୍ଦର୍ଯ୍ୟ ସହ ନିଜକୁ ସଜାଇପାରିବେ ଗ୍ରାହକ। ସ୍ବତନ୍ତ୍ର ଅବସର ପାଇଁ ଅପେକ୍ଷା କରିବାର ନାହିଁ । ତନିସ୍କ ଉତ୍କୃଷ୍ଟ ହୀରାର ଚମକ ଦ୍ଵାରା ଗ୍ରାହକଙ୍କ ଆଭ୍ୟନ୍ତରୀଣ ଚମକ ଏବଂ ଆନନ୍ଦକୁ ପରିବର୍ଜିତ କରୁଛି। ତନିସ୍କର ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’ ମାଧ୍ୟମରେ ଗ୍ରାହକ ୧୦,୦୦୦ରୁ ଊର୍ଦ୍ଧ୍ବ ପ୍ରାକୃତିକ ହୀରା ଗହଣାର ବ୍ୟାପକ ଡିଜାଇନ୍‌ରୁ ନିଜ ମନ ପସନ୍ଦର ଗହଣା ଚୟନ କରିପାରିବେ ।

ପ୍ରତ୍ୟେକ ପସନ୍ଦ ଏବଂ ଅବସର ପାଇଁ ଏଗୁଡ଼ିକ ଉଦ୍ଦିଷ୍ଟ। ଉତ୍କୃଷ୍ଟ ଲାଳିତ୍ୟକୁ ଦର୍ଶାଉଥିବା କାଳଜୟୀ ସଲିଟାୟାରଠାରୁ ଆରମ୍ଭ କରି ବିଶେଷ କଳାକୃତିକୁ ଦର୍ଶାଉଥିବା ଜଟିଳ ମଲ୍ଟି-ଷ୍ଟୋନ୍ ଡିଜାଇନ୍, ପ୍ରତ୍ୟେକ ପିସ୍ ଗହଣା ହୀରାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଚମକକୁ ପ୍ରଦର୍ଶିତ କରୁଛି । ନ୍ୟୁନତମ ଡିଜାଇନ୍ ହେଉ ଅବା ଷ୍ଟେଟ୍‌ମେଣ୍ଟ୍‌ ପିସ୍, ତନିସ୍କ ଆକର୍ଷଣୀୟ ବର୍ଗର କଟ୍, କ୍ୟାରେଟ୍ ଏବଂ ସେଟିଙ୍ଗ୍‌ ପ୍ରଦାନ କରୁଛି। ବ୍ୟକ୍ତିଗତ ଷ୍ଟାଇଲ୍‌କୁ ଦର୍ଶାଉଥିବା ଉପଯୁକ୍ତ ହୀରା ସହ ନିଜ ସ୍ଵତନ୍ତ୍ର ଅବସରକୁ ଗ୍ରାହକ ସ୍ମରଣୀୟ କରିପାରିବେ । ଗ୍ରାହକ ଏ ଅବସରରେ ହୀରା କାନଫୁଲ, ବ୍ରେସ୍‌ଲେଟ୍‌, ନେକ୍‌ସ୍‌, ମୁଦି ଏବଂ ଅନ୍ୟାନ୍ୟ ଗହଣାର ବିସ୍ତୃତ ତଥା ନୂଆ ଡିଜାଇନ୍ ପାଇପାରିବେ । ଏ ଅବସରରେ ତନିସ୍କ ପକ୍ଷରୁ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହାସହିତ ଗ୍ରାହକ ୧୦୦% କରେଣ୍ଟ ଭ୍ୟାଲ୍ୟା ସହ ନିଜ ପୁରୁଣା ସୁନାକୁ ବଦଳାଇ ଆକର୍ଷଣୀୟ ନୂଆ ହୀରା ଗହଣା ପାଇପାରିବେ । ପ୍ରାକୃତିକ ହୀରା ଗହଣାର ବ୍ୟାପକ ରେଞ୍ଜ୍ ତନିସ୍କ ହୀରାର ଭରସା ଏବଂ ପ୍ରତିଶ୍ରୁତି ସହ ଆସୁଛି । ଉଚ୍ଚମାନର ହୀରା ସହ ଗହଣାଗୁଡ଼ିକ ପ୍ରସ୍ତୁତ । ତନିସ୍କର ଅତ୍ୟାଧୁନିକ କଲେକ୍ସନର ସୁନ୍ଦରତାକୁ ଚୟନ କରି ଗ୍ରାହକ ଏହି ଗହଣାକୁ ନିଜ ସ୍ବତନ୍ତ୍ର ଯାତ୍ରାର ସାକ୍ଷୀ ବନାଇପାରିବେ । ପ୍ରକୃତ ହୀରା ସହ ନିଜର କାହାଣୀକୁ ପାଳନ କରିପାରିବେ। ଏହି ଆକର୍ଷଣୀୟ ହୀରା ଗହଣା ପାଇଁ ଗ୍ରାହକ ନିକଟସ୍ଥ ତନିସ୍କ ଷ୍ଟୋର କିମ୍ବା http://www.tanishq.co.in/diamonds?lang=en_IN କୁ ଯାଇ ଶପିଂ କରିପାରିବେ।

ତନିସ୍କ ସମ୍ପର୍କରେ: ତନିସ୍କ ଟାଟା ଗ୍ରୁପ୍ ପକ୍ଷରୁ ପ୍ରସ୍ତୁତ ଭାରତର ବହୁ ପସନ୍ଦଯୋଗ୍ୟ ଗହଣା ବ୍ରାଣ୍ଡ । ଆକର୍ଷଣୀୟ କାରିଗରୀ, ସ୍ବତନ୍ତ୍ର ଡିଜାଇନ ଏବଂ ଗ୍ୟାରେଣ୍ଟିଯୁକ୍ତ ପ୍ରଡ଼କ୍ଟ କ୍ଵାଲିଟି ସହ ଏହା ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସେବା ପ୍ରଦାନ କରିଆସୁଛି । ଭାରତୀୟ ମହିଳାଙ୍କ ମନକୁ ବୁଝି ସେମାନଙ୍କ ପସନ୍ଦ ମୁତାବକ ପାରମ୍ପରିକ ଏବଂ ସମସାମୟିକ ଗହଣା ଯୋଗାଇବାରେ ଏହା ଦେଶର ଏକମାତ୍ର ଗହଣା ବ୍ରାଣ୍ଡ ଭାବେ ଲୋକପ୍ରିୟତା ହାସଲ କରିଛି। ଶୁଦ୍ଧ ଗହଣା ଯୋଗାଇବାର ପ୍ରତିଶ୍ରୁତିକୁ ପାଳନ କରିବା ପୂର୍ବକ ସମସ୍ତ ତନିସ୍କ ଷ୍ଟୋରରେ କ୍ୟାରେଟ୍‌ମିଟର ରହିଛି, ଯାହାକି ପ୍ରଭାବଶୀଳ ଉପାୟରେ ଗ୍ରାହକଙ୍କୁ ସୁନାର ଶୁଦ୍ଧତା ମାପିବାକୁ ସକ୍ଷମ କରାଉଛି। ୨୪୦ରୁ ଉର୍ଦ୍ଧ୍ୱ ସହରରେ ତନିସ୍କ ରିଟେଲ ଚେନ୍‌ର ୪୦୦ରୁ ଊର୍ଦ୍ଧ୍ଵ ଏକ୍ସକ୍‌ସିଭ୍ ଚୁଟିକ୍ ରହିଛି।

You might also like
Leave A Reply

Your email address will not be published.