Odia news portal

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ଶାଶ୍ବତ ମିଶ୍ର ଅର୍ଥ ଓ ଶକ୍ତି ସଚିବ

ଭୁବନେଶ୍ୱର : ରାଜ୍ୟରେ ଆଇଏଏସ ସ୍ତରରେ ବୁଧବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡ୍‌କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଅତିରିକ୍ତ ଭାବେ ଏହି ଦାୟିତ୍ୱରେ ଥିବା ଆଇଏଏସ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱମୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହି ବିଭାଗରେ ପୂର୍ବରୁ ଅତିରିକ୍ତ ଭାବେ କାର୍ଯ୍ୟରତ ଆଇଏଏସ ଜି. ମାଥିଭାଥନନ୍‌ଙ୍କୁ ଅପସାରିତ କରାଯାଇଛି।

ସେହିପରି ଜି. ମାଥିଭାଥନନ୍‌ଙ୍କ ମୂଳ ନିଯୁକ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀରୁ ବଦଳି କରାଯାଇ ତାଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ, ଟ୍ରେନିଂ ସଂଯୋଜନ ଭାବେ ବଦଳି କରାଯାଇଛି। ସେହିପରି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ଶର୍ମା ପୂର୍ବପରି ଇପିକଲ୍‌ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଅପରପକ୍ଷେ ଲ୍ୟାଣ୍ଡ ରେକର୍ଡ ଏବଂ ସେଟେଲମେଣ୍ଟ କମିଶନର ଭାସ୍କର ଜ୍ୟୋତି ଶର୍ମା ଏଣିକି କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ବିଭାଗର କମିଶନର ତଥା ସଚିବ ଭାବେ ନୂଆ ଦାୟିତ୍ୱ ତୁଲାଇବେ। ଆଇଏଏସ ତଥା କ୍ରୀଡ଼ା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ଆର୍‌. ଭିନିଲ୍‌ କ୍ରୀଷ୍ଣାଙ୍କୁ ସରକାର ଉକ୍ତ ବିଭାଗରୁ ବଦଳି କରି ଲ୍ୟାଣ୍ଡ ରେକର୍ଡ ଏବଂ ସେଟେଲମେଣ୍ଟ କମିଶନର ଭାବେ ଅବସ୍ଥାପିତ କରିଛନ୍ତି

You might also like
Leave A Reply

Your email address will not be published.