Odia news portal

ବିଜେପି ସବୁ ପ୍ଳାନ୍‌ରେ ବିଫଳ ହେବାପରେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ କରୁଛି : କାର୍ତ୍ତିକ ପାଣ୍ଡିଆନ୍‌

ଭୁବନେଶ୍ବର : ବିଜେପି ପ୍ରତି ପର୍ଯ୍ୟାୟରେ ଗୋଲ ପୋଷ୍ଟ ଚେଞ୍ଜ କରୁଛି। ଯେତେବେଳେ ନିଜେ ବିଜେପି ଉଠାଇଥିବା ପ୍ରସଙ୍ଗ ସବୁ ଫେଲ୍‌ ମାରିଲା, ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ କରିବା ଆରମ୍ଭ କରିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିବା ବିଜେପି ପାଇଁ ବୁମେରାଂ ହେବ । ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ମହାପ୍ରଭୁଙ୍କ କାମରେ ବାଧା ଦେଇଥିଲା । ବିଜେପି ବାରମ୍ବାର ଗୋଲ୍ ପୋଷ୍ଟ ପରିବର୍ତ୍ତନ କରୁଛି । ପ୍ରଥମେ ଓଡ଼ିଆ ଅସ୍ମିତା କଥା ଉଠାଇଥିଲା ବିଜେପି । ସେମାନେ କଣ କରିଛନ୍ତି ପ୍ରଶ୍ନ ହେବାରୁ ଗୋଲ ପୋଷ୍ଟ ଚେଞ୍ଜ କଲେ। ଅପପୃଷ୍ଠି,ଭିତ୍ତିଭୂମୀ, ଆଦି କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ପଛରେ ଅଛି ବୋଲି କହୁଥିଲେ । ସତ ସାମ୍ନାକୁ ଆସିବା ପରେ ସେମାନେ ଚୁପ୍ ରହିଲେ । କାରଣ ଗୁଜୁରାଟ ଏ କ୍ଷେତ୍ରରେ ବହୁ ପଛରେ ଥିବା ବେଳେ ଓଡ଼ିଶା ଜାତୀୟ ହାର ଠାରୁ ଭଲ ସ୍ଥିତିରେ ଅଛି । ୪୦ ବର୍ଷ ହେବ ରତ୍ନ ଭଣ୍ଡାର ଖୋଲାଯାଇନାହିଁ ।

ବିଜେପି ତାହାକୁ ପ୍ରସଙ୍ଗ କରିଥିଲା। ମୁଖ୍ୟମନ୍ତ୍ରୀ ତାହାକୁ ଲୁଚାଇ ବାର କୌଣସି କାରଣ ନାହିଁ । ହାଇକୋର୍ଟର ନିର୍ଦ୍ଦେଶରେ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସତ ସାମ୍ନାକୁ ଆସିବା ପରେ ବିଜେପିର ମୁଣ୍ଡ ଗୋଲ ହୋଇଗଲା। ଏହା ବିଜେପି ନିଜର ଷ୍ଟ୍ରାଟେଜି ପରିବର୍ତ୍ତନ କଲା । ସବୁ ରାଜ୍ୟରେ ବ୍ୟକ୍ତିଗତ ଆକ୍ଷେପ କରେ ବିଜେପି । ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା। ଓଡିଶାବାସୀ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନକୁ ଗ୍ରହଣ କରିବେ ନାହିଁ । ଓଡିଶାବାସୀ କେବେ ଆମ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସମ୍ମାନ ହେବା ଭଳି କଥାକୁ ପସନ୍ଦ କରିବେନାହିଁ । ଓଡିଶା ବାସୀ ଶାନ୍ତି ପ୍ରିୟ ଲୋକ ଚୁପ୍ ରହିବେ ଭୋଟରେ ଦେଖାଇବେ ବୋଲି ପାଣ୍ଡିଆନ କହିଛନ୍ତି।

ଏଥି ସହିତ ମହାନଦୀ ପ୍ରସଙ୍ଗରେ ଏକ ପାଖିଆ ନିଷ୍ପତ୍ତି ନେଇଥିବା କେନ୍ଦ୍ର ସରକାର ଓ ରାଜ୍ୟର କେନ୍ଦ୍ରମନ୍ତ୍ରୀ କିପରି ଛତିଶଗଡ ସାଙ୍ଗରେ ହାତ ମିଶାଇ ଓଡ଼ିଶା ବିରୋଧରେ କାମ କଲେ । ଏହାକୁ ଓଡିଶାବାସୀ କେବେ ଭୁଲି ପାରିବେନି । ମହାପ୍ରଭୁ, ମହାନଦୀ, ମହାନ୍ ଜନ ନାୟକ ବିଜୁ ପଟ୍ଟନାୟକ ଓଡ଼ିଶାର ପରିଚୟ । ବିଜୁବାବୁଙ୍କ ପରୀ ଜଣେ ମହାନ୍ ନେତାଙ୍କୁ ଭାରତ ରତ୍ନ ନଦେବା ଦୁଃଖର କଥା । ଏହା ଓଡିଶାବାସୀଙ୍କୁ କଷ୍ଟ ଦେଇଛି । ଓଡିଶାର କଣ ଜଣେ ବି ନାହାଁନ୍ତି ଭାରତରତ୍ନ ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ନବୀନ ପଟ୍ଟନାୟକ ଓଡିଶା ଓ ଭାରତର ଲୋକପ୍ରିୟ ନେତା । ୨୪ ବର୍ଷ ହେଲା ପ୍ରତ୍ୟେକ ନିର୍ବାଚନରେ ଅଧିକରୁ ଅଧିକ ଆସନରେ ବିଜୟ ଲାଭ କରୁଛନ୍ତି । ଏମିତି ଜଣେ ଲୋକପ୍ରିୟ ନେତାଙ୍କୁ ବାହାରୁ ଆସୁଥିବା ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ଅଶାଳୀନ ଭାଷାରେ ଗାଳି କରିବା ସହ ଅସମ୍ମାନ କରୁଛନ୍ତି ।

ତାହାକୁ ଓଡିଶା ବାସି କେବେ ଭୁଲିବେ ନାହିଁ । ନିର୍ବାଚନରେ ବିଜେପି ର ଏହି ୪ଟି ଭୁଲ ସେମାନଙ୍କ ପାଇଁ ବୁମେରାଂ ହୋଇଛି । ଓଡିଶାର ଭାଇ ଓ ଭଉଣୀ ମାନେ ଏହାର ଉଚିତ୍ ଜବାବ ଦେବେ । ଯାହା ଆସନ୍ତା ୪ ତାରିଖ ଦିନ ସ୍ପଷ୍ଟ ହୋଇଯିବ । ତେଣୁ ଯେତେ ଗୋଲ ପୋଷ୍ଟ ଚେଞ୍ଜ କଲେ ବି କିଛି ଫରକ୍ ପଡ଼ିବନି । ଓଡ଼ିଶାରେ ବିଜେପିର ସ୍ଥିତି ନାହିଁ । ସେମାନେ ନିଯୁକ୍ତି, ଅଭିବୃଦ୍ଧି, ଦରଦାମ ଆଦି କ୍ଷେତ୍ରରେ କିଛି କହିପାରିବେ ନାହିଁ । ଯାହା ସାଧାରଣ ଜନତାଙ୍କୁ ଛୁଇଁ ପାରିବ । ଓଡ଼ିଶାକୁ କେମିତି ସଶକ୍ତ ରାଜ୍ୟ କରିବେ, ତାହା ଉପରେ କେବେ ବିତର୍କ କରୁ ନାହିଁ ବିଜେପି ।

ଭୋଟ ଆଦାୟ ପାଇଁ ବିଜେପି ଯେଉଁ ରାଜନୀତି ଓ ରଣନୀତି କରୁଛି ତାହା ସେମାନଙ୍କ ପାଇଁ ବୁମେରାଂ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିକୁ ସେବା ଭାବେ ଗ୍ରହଣ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଓଡ଼ିଶା ବାସୀ ତାହା ଭଲ ଭାବେ ଜାଣିଛନ୍ତି, ତେଣୁ ଉଚିତ୍ ଜବାବ ଦେବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

You might also like
Leave A Reply

Your email address will not be published.