Odia news portal

ପଟିଆରେ ଆଇ ଡେଷ୍ଟିନିର ନୂଆ ସୋରୁମ

ଭୁବନେଶ୍ବର : ପ୍ରମୁଖ ସ୍ମାର୍ଟ ଫୋନ ବ୍ରାଣ୍ଡ ଆପଲର ଅଧ୍କୃତ ରିସେଲର ଷ୍ଟାର ଆଇ ଡେଷ୍ଟିନିର ନୂଆ ଷ୍ଟୋର ପଟିଆରେ ଶୁଭାରମ୍ଭ ହୋଇଛି। ସ୍ଥାନୀୟ ୟୁଡି ସିଟି ମଲରେ ସ୍ଥାପିତ ଏହି ସୋରୁମକୁ ଅତିଥ୍‌ ଭାବେ ଯୋଗ ଦେଇ ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, କମ୍ପାନୀର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି।

ଭୁବନେଶ୍ବର, କଟକ ସମେତ ଆଖପାଖ ଅଞ୍ଚଳର ଆପଲ ଗ୍ରାହକଙ୍କ ଲାଗି ଏହା ନୂଆ ଡେଷ୍ଟିନେସନ ପାଲଟିବ ବୋଲି ଆଶା କରାଯାଉଛି। ଏବେ ରାଜଧାନୀର ଏସପ୍ଲାନେଡ଼ ମଲ ଏବଂ ଜନପଥରେ ଏଭଳି ଷ୍ଟୋର ରହିଛି। ଗ୍ରାହକଙ୍କୁ ଉତ୍ପାଦ, ସର୍ଭିସ, ବିଶ୍ବାସ, ସୁଲଭତା ସହ ପୁରୁଣା ମଡେଲ ବଦଳାଇଲେ ଉଣ୍ଡିତ କ୍ରୟ ଅଭିଜ୍ଞତା ମିଳିବ। ସେବା ଯୋଗାଣରେ ଅତୁଳନୀୟ ଅଭିଜ୍ଞତା ଲାଗି ଗ୍ରାହକଙ୍କ ଭଲ ପାଇବା ସହ ଗ୍ରହଣୀୟତା ବଢ଼ିଛି ବୋଲି ଆଇଡେଷ୍ଟିନିର ନିର୍ଦେଶକ ବିଜୟ ଦୁଗର କହିଛନ୍ତି।

ଏହି ସୋରୁମରେ ଆପଲର ବିସ୍ତୃତ ବର୍ଗ ଉତ୍ପାଦ ଏବଂ ତୃତୀୟ ପକ୍ଷ ଆସେସୋରିଜ ଉପଲବ୍ଧ ହେବ। ଅଧିକାଂଶ ଆସେସୋରିଜ ଏଠାରେ ମିଳିପାରିବ। ମ୍ୟାକ ବୁକ କ୍ଲବ କିମ୍ବା ଆଇପ୍ୟାଡ଼, ସଦ୍ୟତମ ମ୍ୟାକ ଆସେସରିଜ ଏବଂ ମ୍ୟାକ, ଆଇ ପ୍ୟାଡ଼ ଓ ଆଇଫୋନର ବ୍ୟାପକ ରେଞ୍ଜ ଆସେସୋରିଜ ଏଠାରେ ଗ୍ରାହକ ପାଇବେ । ଏଠାରେ ଆପଲର ଡେସ୍କଟପ, ଲ୍ୟାପଟପ, ମୋବାଇଲ ଏବଂ ଆଇ ପ୍ୟାଡ଼ ପ୍ରଦର୍ଶନ କରା ଯାଇଥିବା ବିଜନେସ ହେଡ ଶୌନକ ରୟ କହିଛନ୍ତି। ଷ୍ଟୋରରେ ଥିବା ପ୍ରଶିକ୍ଷିତ କର୍ମଚାରୀ ଆପଲର ସଦ୍ୟତମ ଉତ୍ପାଦ ଏବଂ ଆସେସରିଜ ସଂପର୍କରେ ଗ୍ରାହକଙ୍କୁ ସୂଚନା ପ୍ରଦାନ କରିବେ। ସର୍ବୋତ୍ତମ ଗ୍ରାହକ ସେବା ଯୋଗାଣ ଉପରେ ଏହି ଷ୍ଟୋର କାମ କରିବ ବୋଲି ମାର୍କେଟିଙ୍ଗ ମୁଖ୍ୟ ଶଶି ଶର୍ମା କହିଛନ୍ତି।

ଏଠାରେ ସହଜ ଇଏମଆଇ ଏବଂ ବାଏ ବ୍ୟାକ ସୁବିଧା ମିଳିବ। ୩ମାସରୁ ୨ବର୍ଷ ଯାଏ କିସ୍ତି ଚୟନ କରି ପାରିବେ ଗ୍ରାହକ। ଛାତ୍ରଛାତ୍ରୀ ଏବଂ ବାଣିଜ୍ୟିକ ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ଅଫର ରହିଛି ବୋଲି ଅପରେସନ ମ୍ୟାନେଜର ସୋମନାଥ ଦତ୍ତ କହିଛନ୍ତି।

You might also like
Leave A Reply

Your email address will not be published.