Odia news portal

ଓଡ଼ିଶା ସବ୍‌ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା


ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ଜାତୀୟ ସବ୍‌ ଜୁନିୟର ଟେନିସ୍ ବଲ୍‌ କ୍ରିକେଟରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ବିଭାଗର ସଚିବ ଆର୍ ଭିନିଲ କ୍ରିଷ୍ଣା ଅତିଥ୍‌ ଭାବେ ଯୋଗଦେଇ ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ରାଜ୍ୟ ଟେନିସ୍ ବଲ୍‌ କ୍ରିକେଟ ସଂଘର କର୍ମକର୍ତ୍ତାମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଓଡ଼ିଶା ଦଳର ଖେଳାଳି ଏବଂ ରାଜ୍ୟ ସଂଘ କର୍ମକର୍ତ୍ତାମାନେ ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮ତମ ସବଜୁନିୟର ଟେନିସ୍ ବଲ୍ କ୍ରିକେଟ୍ଟୁ ର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୮ଟି ଦଳ ଭାଗ ନେଇଥିଲେ ଏବଂ ଓଡ଼ିଶା ଦଳ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଥିଲା।

You might also like
Leave A Reply

Your email address will not be published.