Odia news portal

ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ରୌପ୍ୟପଦକ ବିଜୟୀ ନାରାୟଣ ବାରିକଙ୍କୁ ସମ୍ବର୍ଦ୍ଧିତ କଲା ତୁଷାର ଜିମ୍‌


ଭୁବନେଶ୍ୱର : ଦକ୍ଷିଣ କୋରିଆଠାରେ ଅନୁଷ୍ଠିତ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୬୦ କେଜି ବର୍ଗରେ ଭୁବନେଶ୍ୱରର ନାରାୟଣ ବାରିକ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।

ନାରାୟଣଙ୍କ ଏହି ସଫଳତା ପାଇଁ ତାଙ୍କୁ ନୟାପଲ୍ଲୀସ୍ଥିତ ତୁଷାର ଜିମ୍ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ତୁଷାର ଜିମ୍‌ର ସଭାପତି ଜିତେନ୍ଦ୍ର ଜେନା, ସମ୍ପାଦକ ବିବେକ ବାରିକ ଓ ସମାଜସେବୀ ଜଗନ୍ନାଥ ପ୍ରଧାନ, ରଶ୍ମୀ ସାହୁ, ଗୌତମ ବେହେରା, ଜଗା ବେହେରା, ରାଜେନ୍ଦ୍ର ଜେନା, ଜିତୁ, ପପୁ, ରାଜା ଓ ଜମିର ସଦସ୍ୟମାନେ ପ୍ରମୁଖ ନାରାଞ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

You might also like
Leave A Reply

Your email address will not be published.