Odia news portal

ବ୍ରାଇଟ୍‌ ଏଞ୍ଜେଲ୍‌ ପାରାଡାଇଜ୍‌ ସ୍କୁଲରେ ଶିଶୁ ଦିବସ ପାଳିତ


ଭୁବନେଶ୍ବର : ବ୍ରାଇଟ୍‌ ଏଞ୍ଜେଲ୍‌ ପାରାଡାଇଜ୍‌ ସ୍କୁଲ ପରିସରେ ମଙ୍ଗଳବାର ପୂର୍ବାହ୍‌ଣରେ ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ପାଇଁ ରାଇମ୍ସ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ପ୍ଲେ, ନର୍ସରି, ଏଲ୍‌କେଜି ଓ ୟୁକେଜି ଗ୍ରୁପର ଶିଶୁମାନେ ଅଂଶଗ୍ରହଣ କରିଥିଲେ। ପିଲାମାନେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଅଭିନୟର ସହିତ ରାଇମ୍ସ ପାଠ କରିଥିଲେ। କୁନିପିଲାମାନଙ୍କୁ ଉପହାର ଦିଆଯାଇଥିଲା

ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ପାଠୀ କହିଲେ ଯେ, ଶିଶୁର ସାମଗ୍ରିକ ଉନ୍ନତି ପାଇଁ ଆମକୁ ସେମାନଙ୍କର ଉପରେ ନଜର ରଖିବାକୁ ହେବ। ପିଲାର ଗତିବିଧିକୁ ଦୃଷ୍ଟିରେ ରଖି ତାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ। ସେହିପରି ବିଦ୍ୟାଳୟର ଅଧ୍ୟକ୍ଷା ସୀମା ଶତପଥୀ କହିଲେ ଯେ, ଆଜିର ଶିଶୁମାନେ ହେଉଛନ୍ତି, ଆଗାମୀ କାଲିର ଭବିଷ୍ୟତ।

ପିଲାକୁ ବିକଶିତ ମଣିଷ ଭାବେ ଗଢ଼ିବାକୁ ହେଲେ କେବଳ ଶିକ୍ଷକଙ୍କ ଉପରେ ଛାଡ଼ି ଦେଲେ ହେବ ନାହିଁ। ବରଂ ଏଥି ପାଇଁ ଅଭିଭାବକଙ୍କୁ ମଧ୍ୟ ଗୁରୁତ୍ବ ଦେବାକୁ ପଡ଼ିବ ଶିଶୁଟିଏ ୨୪ ଘଣ୍ଟା ମଧ୍ୟରୁ ବିଦ୍ୟାଳୟ ପରିସରରେ ମାତ୍ର ୪ ଘଣ୍ଟା ରହିଥାଏ। ଅବଶିଷ୍ଟାଂଶ ସମୟ ଅଭିଭାବକଙ୍କ ପାଖରେ ବିତାଇଥାଏ। ତେଣୁ ସମୟକୁ ଗୁରୁତ୍ବପୂର୍ଣ୍ଣ ମନେକରି ଶିଶୁର ମନରେ ମାନବିକତାର ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ଆମେ ଯତ୍ନବାନ ହେବା ଉଚିତ।

ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଶିଶୁ ଦିବସ ଅବସରରେ ‌ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାମୁନୀ ପ୍ରଧାନ, ଅମ୍ବିକା ସ୍ବାଇଁ, ସୁପ୍ରିୟା ଦାଶ, ରଶ୍ମୀରେଖା ତ୍ରିପାଠୀ ଓ ଅଞ୍ଚଳି ବିଶ୍ବାଳ ସଂଯୋଜନା କରିଥିଲେ। ସମାରୋହରେ ଶିଶୁମାନଙ୍କର ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ।

You might also like
Leave A Reply

Your email address will not be published.