Odia news portal

ରାଜଧାନୀରେ ନୂଆ ରିଟେଲ୍ ଷ୍ଟୋର୍‌ର ଶୁଭାରମ୍ଭ କଲା ସୂତା

ଭୁବନେଶ୍ୱର : ଘରୋଇ ଆର୍ଟିସ୍‌ନାଲ ବ୍ରା ସୂତା ଭୁବନେଶ୍ୱରରେ ଏକ ନୂଆ ଷ୍ଟୋର୍ ସହିତ ଏହାର ରିଟେଲ୍ ଉପସ୍ଥିତିକୁ ବିସ୍ତାର କରିଛି । ଚନ୍ଦ୍ରଶେଖରପୁରର ସାମନ୍ତ ବିହାରରେ ଅବସ୍ଥିତ ଏହି ଷ୍ଟୋର୍ ହେଉଛି ସୂତାର ୭ମ ବ୍ରିକ୍‌-ଆ୍‌-ମୋର୍ଟାର୍ ଷ୍ଟୋର୍ ଏବଂ ଏହା ଏହି ସହର ସହିତ ବ୍ରାର ଦୀର୍ଘସ୍ଥାୟୀ ସମ୍ପର୍କକୁ ଅଧିକ ମଜଭୁତ କରିଛି ।

୧୬୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଷ୍ଟୋର୍ ଭୁବନେଶ୍ୱର ଜନଗହଳିର୍ପୂ ଓ ସହଜରେ ପହଂଚଯୋଗ୍ୟ ସିଟି ସେଂଟର୍‌ରେ ଅବସ୍ଥିତ ରହିଛି । ଏହାର ଅର୍ଦି ଟୋନ୍‌, ଚମତ୍କାର ଆର୍ଚ ଓ ଷ୍ଟେନ୍‌ଡ ଗ୍ଲାସ୍‌ର ସ୍ପର୍ଶ ସହିତ ଏହା ହେଉଛି ଭାରତର ସମୃଦ୍ଧ କାରିଗରୀ ଐତିହ୍ୟର ପ୍ରଶଂସକଙ୍କ ପାଇଁ ନବୀକରଣର ଏକ ସ୍ଥାନ ।

ସହରର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଷ୍ଟୋର୍‌ର ଇଂଟେରିୟର୍‌ରେ ପଚିତ୍ର, ଚିତା ଓ ଧାତୁ କଳା ସମେତ ବିଭିନ୍ନ ସ୍ୱଦେଶୀ କଳାକୃତି ସାମିଲ କରାଯାଇଛି ଯାହାକୁ ସ୍ଥାନୀୟ କାରିଗରମାନେ ନିର୍ମାଣ କରିଛନ୍ତି । ଏହା ସ୍ଥାନୀୟ କାରିଗରଙ୍କୁ ସଶକ୍ତ କରିବା ସହିତ ସ୍ୱଦେଶୀ କଳାକୁ ସଂରକ୍ଷିତ ରଖିବା ପାଇଁ ସୂତାର ପ୍ରତିବଦ୍ଧତାର ଏକ ସଚେତନ ବିସ୍ତାର । ଏସମ୍ପର୍କରେ ସୂତାର ସହପ୍ରତିଷ୍ଠାତା ସୁଜାତା ବିଶ୍ୱାସ କହିଛନ୍ତି, ଆମେ ଏକ ଶାଢୀ ସହିତ ଆମର ଗ୍ରାହକଙ୍କ ପ୍ରଥମ ଅନୁଭୂତିର ସ୍ମୃତିକୁ ପୁଣିଥରେ ଉଜ୍ଜୀବିତ କରିବା ପାଇଁ ପାରମ୍ପରିକ ଫ୍ୟାବ୍ରିକ୍‌ର ବ୍ୟବହାର କରିଛୁ ।

ଏହି ଷ୍ଟୋର୍ ସ୍ପେଶ୍ ଟେକ୍ସଚର ଓ କଲର୍‌ର ଏକ ସ୍ୱତନ୍ତ୍ର ମିଶ୍ରଣକୁ ପ୍ରଦର୍ଶିତ କରୁଛି ଏବଂ ଆମେ ବ୍ୟବହାର କରିଥିବା ସାମଗ୍ରୀଗୁଡିକର ଅନ୍ତର୍ନିହିତ ଗୁଣବତା ଓ ବୈଶିଷ୍ଟ୍ୟତାକୁ ବଜାୟ ରଖିବା ଲାଗି ପ୍ରୟାସ କରାଯାଇଛି । ଏହି ଷ୍ଟୋର୍ ଏକ ଚାପୌଲ୍‌୍ ଚାରିପଟେ କେନ୍ଦ୍ରିତ ରହିଛି ଯାହା ଷ୍ଟୋର୍‌ର ସଂଯୋଜିତ କେନ୍ଦ୍ର ହେବା ସହିତ ଆମ ଗ୍ରାହକଙ୍କ ପାଇଁ ଏକ ଆରାମର ସ୍ଥାନ ଭାବେ କାର୍ଯ୍ୟ କରୁଛି ।

କିନ୍ତୁ ଏହି ଷ୍ଟୋର୍ ସୂତା ପାଇଁ କାହିଁକି ଏକ ସ୍ୱତନ୍ତ୍ର ସ୍ଥାନ ଧାରଣ କରିଛି ତାହାର ଏଠାରେ ଆଉ ଏକ ଅଧିକ ବ୍ୟକ୍ତିଗତ କାରଣ ରହିଛି । ସେସମ୍ପର୍କରେ ସୂତାର ସହ ପ୍ରତିଷ୍ଠାତା ତାନିୟା ବିଶ୍ୱାସ କହିଛନ୍ତି, ସୁ ଓ ମୁଁ ୧୯୯୧ରେ ଭୁବନେଶ୍ୱରକୁ ଆସିଥିଲୁ- ଆମର ପିତାମାନଙ୍କ ବାରମ୍ବାର ବଦଳି ହେଉଥିବା ଚାକିରି ଆମକୁ ସାରା ଭାରତରେ ଭ୍ରମଣ କରାଇଥିଲା । କିନ୍ତୁ ଆମେ ଭୁବନେଶ୍ୱରରେ ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ ରହିଥିଲୁ ଏବଂ ଏଠାରେ ବଢିବା ସମୟର ଅନେକ ବିଶେଷ ସ୍ମୃତି ରହିଛି ।

ବାସ୍ତବରେ ଏହିଠାରେ ହିଁ ସୂତା ପାଇଁ ମଞ୍ଜି ବୁଣାଯାଇଥିଲା । ଅନେକ ଉପାୟରେ ଭୁବନେଶ୍ୱରରେ ସୂତାର ଏକ ଷ୍ଟୋର ଖୋଲିବା ଘରକୁ ଫେରିବା ଭଳି ମନେ ହେଉଛି ।
ବ୍ରାର ବେଷ୍ଟ-ସେଲିଙ୍ଗ୍ ଡିଜାଇନ୍‌ଗୁଡିକ ବ୍ୟତୀତ ଏହି ଷ୍ଟୋର୍‌ର ସୂତାର ସଦ୍ୟତମ ଫେଷ୍ଟିଭ୍ ଲଂଚ୍‌ଗୁଡିକ ସାମିଲ ରହିବ ଯେଉଁଥିରେ ଦେଶର ବିଭିନ୍ନ ଅଂଶରୁ ବୁଣାକାରମାନଙ୍କ କାରିଗରୀ ସାମିଲ ରହିଛି । ଏହି ସ୍ୱତନ୍ତ୍ର କଲେକ୍ସନ ଅଳଙ୍କୃତ କିନ୍ତୁ ବ୍ରିଦେବୁଲ ଫ୍ୟାବ୍ରିକ୍‌ରେ ଚିକାନକାରୀ, ମାଶ୍‌ରୁ ଓ ଜାମଦାନି ସମେତ ବଂଶଗତ ବୁଣା ପଦ୍ଧତିଗୁଡିକୁ ପୁନର୍ଜୀବିତ କରିଛି ।

ଏହି କଲେକ୍ସନ ସହିତ ସୂତାର ଲକ୍ଷ୍ୟ ହେଉଛି ସମସ୍ତ ବୟସ ବର୍ଗର ପରିଧାନକାରୀଙ୍କ ପାଇଁ ଓ ସମସ୍ତ ଶାରୀରିକ ଆକାର ପାଇଁ ଆରାମ ଓ ସୌନ୍ଦର୍ଯ୍ୟତାକୁ ଏକତ୍ରିତ କରୁଥିବା ବିକଳ୍ପ ପ୍ରଦାନ କରିବା । ଏହି ଷ୍ଟୋର୍ ସୂତାର ୱେବ୍‌ସାଇଟ୍ ଓ ଆପ୍‌ରେ ଉପଲବ୍ଧ ହେଉନଥିବା ସ୍ୱତନ୍ତ୍ର ଉତ୍ପାଦଗୁଡିକୁ ଷ୍ଟକ୍ କରିବ ଏବଂ ସମୟ ସମୟରେ ରିହାତି ଓ ଡିଲ୍ ପ୍ରଦାନ କରିବ ବୋଲି ପ୍ରତିଷ୍ଠାତାଙ୍କ ପକ୍ଷରୁ କୁହାଯାଇଛି ।

You might also like
Leave A Reply

Your email address will not be published.