Odia news portal

ଶାରଦା ବିଦ୍ୟାପୀଠ ପକ୍ଷରୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳିତ

ପୁରୁଷୋତ୍ତମପୁର ସ୍ଥିତ ଭୀମପୁର ପଞ୍ଚାୟତ ଚାଟ୍ଟମୁଣ୍ଡଳୀ ଗ୍ରାମ ଠାରେ ଶାରଦା ବିଦ୍ୟାପୀଠ ପକ୍ଷରୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ କମୋଲ ଲୋଚନ ମହାପାତ୍ରଙ୍କ ତତ୍ଵାଵଧାନରେ ଆୟୋଜିତ ହୋଇଯାଇଛି ପବିତ୍ର ଜନ୍ମାଷ୍ଟମୀ ସାମାରୋହ।

ଏଥିରେ ମୁଖ୍ୟ ଅତିଥିଭାବେ ଆସ୍କା ସାସଂଦ ଶ୍ରୀମତୀ ପ୍ରମିଳା ବିଶୋଇ, ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ସମ୍ମାନିତ ଅତିଥିଭାବେ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ‘ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ସ୍ଥାନୀୟ ସରପଞ୍ଚ ମାମାଲି ଦାସ, ସମିତି ସଭ୍ୟ ଜଗନ୍ନାଥ ପାତ୍ର, ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ନୀଳକଣ୍ଠ ମହାପାତ୍ର ‘ସମାଜ ସେବୀ ଲଡ଼ୁ କିଶୋର ସାହୁ,ପ୍ରମୁଖ ଯୋଗ ଦେଇଥିଲେ । ଆନୁଷ୍ଠାନିକ ଶିଶୁ ସମାରୋହରେ କୃଷ୍ଣ ଓ ରାଧା, ଯଶୋଦା ବେଶ ସାଜିଥିବା କୁନି ପ୍ରତିଭା ସମସ୍ତଙ୍କୁ ଉତ୍ସାହିତ କରିଥିଲା ।

ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସ୍ୱାଗତନୃତ୍ୟ ଏବଂ କୁନି ପିଲାମାନଙ୍କର ପରିବେଷିତ ରାଧାକୃଷ୍ଣ ଲୀଳାନୃତ୍ୟ ଦେଖି ସମସ୍ତେ ଖୁସିବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସଂସ୍ଥାନ ସହିତ ଜଡିତ ବହୁ ମାଆ, ଭଉଣୀ ଓ ଭାଇ ମାନେ ସକ୍ରୀୟ ଅଂଶଗ୍ରହଣ କରିଥିଲେ

You might also like
Leave A Reply

Your email address will not be published.