Odia news portal

ରକ୍ତହୀନତା ରୋଗୀଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଖୋର୍ଦ୍ଧା : ରକ୍ତହୀନତାରେ ପୀଡ଼ିତ ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଖୋର୍ଦ୍ଧା ଜିଲ୍ଲା ନରସିଂହପୁର ପଂଚାୟତ ଅନ୍ତର୍ଗତ ବେଗୁନିଆ ବ୍ଲକର ଗୁଡ଼ୁମ ଗ୍ରାମର ରମେଶ ଚନ୍ଦ୍ର ଦାଶ ନାମକ ଜଣେ ବ୍ୟକ୍ତି ରକ୍ତହୀନତାରେ ରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ।

ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ଏ + ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସୌଭାଗ୍ୟବସତଃ ଏହି ସମୟରେ ସେହି ଡାକ୍ତରଖାନାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସର କାର୍ଯ୍ୟରତ ସହାୟକ, ଅସିତ୍ କୁମାର ସ୍ୱାଇଁ ଉକ୍ତ ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ ଏବଂ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ରୋଗୀଙ୍କ ବ୍ଲଡଗ୍ରୁପ ଅନୁଯାୟୀ ସମାନ ଥିଲା ।

ତେଣୁ ସେ ଆଉ କୌଣସି ପ୍ରକାର ବିଳମ୍ବ ନକରି ତୁରନ୍ତ ଯାଇ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ରକ୍ତ ଦାନ କରିଥିଲେ । ଏଭଳି ଜଟିଳ ପରିସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ପାଇଁ ତାଙ୍କୁ ସଭିଏଁ ସାଧୁବାଦ ଜଣାଇଛନ୍ତି ।

You might also like
Leave A Reply

Your email address will not be published.