Odia news portal

ଏବେ ମାଗଣାରେ କରାନ୍ତୁ ଆଧାର ଅପଡେଟ୍ ! ସିମିତ ସମୟ ପାଇଁ ନିୟମ ଲାଗୁ

ଭୁବନେଶ୍ୱର : ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି ତାହେଲେ ତୁରନ୍ତ ତ୍ରୁଟିକୁ ସୁଧାରିନିଅନ୍ତୁ । କାହିଁକି ନା ଏବେ ଆଧାର କାର୍ଡ ସଂସୋଧନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । କିଛି ଦିନ ପାଇଁ ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଲୋକଙ୍କୁ ସୁଯୋଗ ଦେଇଛି ୟୁଆଇଡିଏଆଇ । ଏହା କେବଳ ଅନଲାଇନ୍ ଆଧାର ଅପଡେଟ୍ ପାଇଁ ଲାଗୁ ହୋଇଛି ।

ତେବେ ଏହି ନିୟମ ମାର୍ଚ୍ଚ ୧୫ତାରିଖରୁ ଜୁନ୍ ୧୪ତାରିଖ ଯାଏଁ ଲାଗୁ ରହିବ । ୧୦ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡକୁ ସଂଶୋଧନ କରିବା ପାଇଁ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି । ୟୁଆଇଡିଏଆଇ ଅନୁସାରେ, ମାଇଁ ଆଧାର ପୋର୍ଟାଲକୁ ଯାଇ ସେଠାରେ ପରିଚୟ ପତ୍ର ଏବଂ ଠିକଣା ଦେଇ ଆଧାରକାର୍ଡକୁ ରିଭ୍ୟାଲିଡ୍ କରିପାରିବେ ।

ଆଧାରକାର୍ଡରେ ନାମ ଭୁଲ ଥିଲେ ପରିଚୟ ପତ୍ରର ସ୍କାନ୍ କପି ଦେବାକୁ ପଡିବ । ସେହିପରି ଜନ୍ମ ତାରିଖ ଭୁଲ ଥିଲେ ଜନ୍ମ ପ୍ରମାଣ ପତ୍ରର ସ୍କାନ୍ କପି ଦେବାକୁ ପଡିବ । ଜେଣ୍ଡର ପରିବର୍ତ୍ତନ କରିବାକୁ ଥିଲେ କୌଣସି ପ୍ରମାଣ ପତ୍ର ଦେବାକୁ ପଡିବ ନାହିଁ ।

You might also like

Leave A Reply

Your email address will not be published.

9 + 6 =