ଭୁବନେଶ୍ୱର : ଆସନ୍ତା ୧୫ ମାର୍ଚ୍ଚ ୨୦୨୩ ଦିନ କିଛି ସଂଘ ରାଜ୍ୟ ବ୍ୟାପୀ ଡ୍ରାଇଭର, ଧର୍ମଘଟ ଏବଂ ଅଖ, ଚକ, ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନର ଡାକରା ଦେଇଛନ୍ତି । ବାସନ୍ତୀ ଦୁର୍ଗା ମିନି ଟ୍ରକ ଓନର୍ସ ଆସୋସିଏସନ ଏହି ଆନ୍ଦୋଳନରେ ସାମିଲ ହେଵନାହିଁ ।

ଏହା ପୂର୍ବରୁ ମଧ୍ୟ ଦୁଇଥର ଚକାବନ୍ଦର ଡାକରା ଦେଇଥିଲେ ଏବଂ ମିଳିତ ମଞ୍ଚ କରାଯାଇଥିଲା । କିନ୍ତୁ ସେଥିରେ ମଧ୍ୟ କୌଣସି ଆଲୋଚନା ନକରି ଦଣ୍ଡଯାତ୍ରା ଘୋଷଣା କରିଥିଲେ। ଏଥିରେ କୌଣସି ନିର୍ଦ୍ଦିଷ୍ଟ ଦାବି ଉପସ୍ଥାପନା କରାଯାଇ ନାହିଁ । ଏଣୁ ବାସନ୍ତୀ ଦୁର୍ଗା ମିନି ଟ୍ରକ ଓନର୍ସ ଆସୋସିଏସନ ଏଭଳି ଅଗଣତାନ୍ତ୍ରିକ ପଦ୍ଧତିରେ ଧର୍ମଘଟ ଡାକରା ଦିଆ ଯାଇଥିବା ହେତୁ ମାଲିକ ମାନଙ୍କର ଘୋର କ୍ଷତି ହେବାର ସମ୍ଭାବନା ରହିଛି ।

ଆମ୍ଭେମାନେ ଏହି ଧର୍ମଘଟକୁ ସମର୍ଥନ କରିବ ନାହିଁ ବୋଲି ସଫା ମନା କରିଛି ଵାସନ୍ତୀ ଦୁର୍ଗା ମିନି ଟ୍ରକ ଓନର୍ସ ଆସୋସିଏସନ । ଏ ଭଳି ଡାକରା ଦେଇ ଆମ ମାନଙ୍କୁ ହଇରାଣ କରୁଛନ୍ତି । କେବଳ ଏତିକି ନୁହେଁ ଡ୍ରାଇଭର ମହାସଂଘରେ, ଡ୍ରାଇଭର ଠାରୁ ମାଲିକ ବେଶୀ ଅଛନ୍ତି । ସେମାନେ ଯୋଉ ଦାବି ଉଠାଇଛନ୍ତି ତାହା କିଏ ନେବ ବୋଲି ପ୍ରଶ୍ନ କରିଛି ଵାସନ୍ତୀ ଦୁର୍ଗା ମିନି ଟ୍ରକ ଓନର୍ସ ଆସୋସିଏସନ । ତେଣୁ ଏହା ଗୋଟେ ଷଡ଼ଯନ୍ତ୍ର ବୋଲି ଆସୋସିଏସନ କହିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ନିଖିଲ ରାଉତରାୟ, ସମ୍ପାଦକ ସୁଶାନ୍ତ କୁମାର ରଣା, ଉପସଭାପତି ବିଜୟ କୁମାର ରାଉତରାୟ, ସହ ସମ୍ପାଦକ ଦେବାଶିଷ ବିଶ୍ୱାଳ, କୋଷାଧ୍ୟକ୍ଷ ସମୀର କୁମାର ବେହେରା, ଉପଦେଷ୍ଟା ତ୍ରିଲୋଚନ ରାଉତରାୟ, ଘନଶ୍ୟାମ ରାଉତ, ରାମଚନ୍ଦ୍ର ସାହୁ, ପ୍ରଭାତ କୁମାର ବେହେରା, ପ୍ରମୋଦ କୁମାର ସ୍ୱାଇଁ, ବୈକୁଣ୍ଠ ବିହାରୀ ସାହୁ, କାଳିଆ ବେହେରା ଓ ଭାଗ୍ୟରଥୀ ସାହୁ ଉପସ୍ଥିତ ଥିଲେ ।