Odia news portal

ଆସ୍ଥା ଫାଉଣ୍ଡେସନ ତରଫରୁ ବୃଦ୍ଧାଶ୍ରମରେ ତୃତୀୟ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର : ସମୟ ଗଡି଼ ଚାଲିଛି, ତା’ ଭିତରେ କର୍ମମୟ ଜୀବନ। ସେହି ସମୟ ଭିତରୁ କିଛି ସମୟ ସମାଜର ମଙ୍ଗଳ ପାଇଁ ଏବଂ ମହାମାରୀ ରୂପେ ଉଭା ହୋଇଥିବା ଜଳବାୟୁ ପରିବର୍ତନ ରୋକିବା ପାଇଁ ଆଜିକୁ ୩ବର୍ଷ ପୂର୍ବେ ଶ୍ରୀଯୁକ୍ତ ଶୁଭକାନ୍ତ ସାମଲଙ୍କ ନେତୃତ୍ୱରେ ସୃଷ୍ଟି ହୋଇଥିଲା ।

ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ। ଦେଖୁ ଦେଖୁ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟର ୩ ବର୍ଷ ପୁରିଗଲା ୟା ଭିତରେ ସମାଜ ମଙ୍ଗଳକାରୀ ବିଭିନ୍ନ ପ୍ରକାରର ସେବାକାର୍ଯ୍ୟ ହାତକୁ ନେଇଛି ଯଥା ଜଳ ସୁରକ୍ଷା, ଜଳ ସଞ୍ଚୟ, ଜଳ ପ୍ରଦ୍ୟୁଷଣ ରୋକିବା, ବୃକ୍ଷ ରୋପଣ, ମୂର୍ତ୍ତିକା ସଂରକ୍ଷଣ, ବାୟୁ ପ୍ରଦ୍ୟୁଷଣ ରୋକିବା, ଖାଦ୍ୟ ବଣ୍ଟନ, ଜଳଛତ୍ର, ସଫେଇ, ମେଡିକାଲ୍ ଚେକ୍ ଅପ, ଆର୍ଥିକ ସହାୟତା, ରକ୍ତଦେବା, ଚକ୍ଷୁ ଶିବିର, ବସ୍ତ୍ର ବଣ୍ଟନ, ମାନସିକ ବିକୃତ ଙ୍କ ସେବା, ଆଶ୍ରମ ସେବା ଏବଂ ସଚେତନତା କାର୍ଯ୍ୟକ୍ରମ ଆଜି ପର୍ଯ୍ୟନ୍ତ ଜାରୀ ରହିଛି ।

ଆଜିର ଏଇ ପବିତ୍ର ଦିନରେ ଆମ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପରିବାରର ଜନ୍ମ ଉତ୍ସବ । କୋଟି ବ୍ରହ୍ମାଣ୍ଡର ଅଧିପତି ଜଗତର ନାଥ ଜଗନ୍ନାଥଙ୍କ ଆଶିର୍ବାଦ, ଏବଂ ଓଡ଼ିଶାର ସମସ୍ତ ବୁଦ୍ଧିଜୀବି, ସାମାଜିକ ଅନୁଷ୍ଠାନ, ସାମାଜିକ କର୍ମୀ ଏବଂ ଆମ ସମାଜର କିଛି ସହୃଦୟର ବେକ୍ତି ମାନଙ୍କ ସହଯୋଗ ଓ ଆମ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପରିବାରର ସମସ୍ତ କର୍ମକର୍ତ୍ତାଙ୍କ ସାହାଯ୍ୟ ହାତରେ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି ।

ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶୁଭକାନ୍ତ ସାମଲ କହିଛନ୍ତି ଯେ ଆଜି ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟର ୩ୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ବରର, ରଙ୍ଗବଜାର ସ୍ଥିତ ଏକାମ୍ରନିଲୟରେ ରହୁଥିବା ନିରାଶ୍ରୟ ଲୋକମାନଙ୍କର ଗହଣରେ ପତକା ଉତ୍ତୋଳନ ସହିତ, ଟିଫିନ, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ଦନ୍ତଚିକିତ୍ସା, ମାଧ୍ୟାନ୍ନ ଭୋଜନ ସହିତ ନାଚ ଗୀତ କାଯ୍ୟକ୍ରମ କରାଯାଇ ଏହି ଦିବସକୁ ସୁନ୍ଦର ଭାବରେ ପାଳନ କରାଯାଇଛି ।

ଏହାକୁ ସଫଳ କରିବା ପାଇଁ ଅରୁଣିମା ମାଡାମ, ବବିତା ମାଡାମ, ତୃପ୍ତି ମାଡାମ, ଆଲୋକ ସାର ଏବଂ ଅନୁଷ୍ଠାନର ସମସ୍ତ କାଯ୍ୟକର୍ତ୍ତା ମାନେ ସମ୍ପୂର୍ଣ ସହଯୋଗ କରିଥିଲେ. ସେଥିପାଇଁ ପ୍ରତିଷ୍ଠାତାଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

You might also like

Leave A Reply

Your email address will not be published.

3 × four =