କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ୟା। ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ନାବାଳକ ଦୁଷ୍କର୍ମ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ନାବାଳିକା ଜଣକ ଦିନ ଦ୍ୱି ପହରରେ ଗ୍ରାମ ନିକଟସ୍ଥ ଝରଣାକୁ ଏକୁଟିଆ ଗାଧୋଇବାକୁ ଯାଇଥିଲେ । ଲୁଗା ପଟା ସଫା କରି ଶୁଖାଇବା ସମୟରେ ସେହି ଗ୍ରାମର ଦୁଇ ଜଣ ଯୁବକ ଉକ୍ତ ନାବାଳିକାକୁ ଏକୁଟିଆ ଥିବା ସୁଯୋଗ ପାଇ ବଳ ପୂର୍ବକ ଦୁଷ୍କର୍ମ କରିଥିବା ନେଇ ନାବାଳିକା ପରିବାର ପକ୍ଷରୁ ଥାନରେ ଲିଖିତ ଅଭଯୋଗ ହୋଇଛି ।
ଅଭିଯୋଗ ପାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେଥି ମଧ୍ୟରୁ ଦୁଷ୍କର୍ମକାରୀ ଜଣେ ନାବାଳକ ଥିବା ସୂଚନା ମିଳିଛି ।