Odia news portal

ନଭେମ୍ବର ୨୬ ରେ ମହାତ୍ମା ଗାନ୍ଧୀ ମାର୍ଗ ରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଶକ୍ତି ପ୍ରଦର୍ଶନ

ଭୁବନେଶ୍ଵର : ତା ୨୩-୧୧ ବିଗତ ୨୦୧୮ ମସିହା ଜୁନ ମାସ ୨୫,୨୬ ଓ ୨୭ ତାରିଖ ଏକ ବୃହତ ଗଣ ଆନ୍ଦୋଳନ କରଯାଇଥିଲା।ଢୁ ଢୁ ବର୍ଷା କୁ ଖାତିର ନକରି ଓଡିଶାର କୋଣ ଅନୁକୋଣ ରୁ ହଜାର ହଜାର ଆଉଟସୋର୍ସିଙ୍ଗ କର୍ମଚାରୀ ଯୋଗଦେଇଥିଲେ। ଯାହାକୁ ସମ୍ମାନ ଦେଇ ଓଡିଶାର ତତତ୍କାଳୀନ ମୁଖ୍ୟ ଶାସନ ସଚିବ ଙ୍କ ଅଫିସ ଦପ୍ତର ଏକ ଲିଖିତ ପ୍ରତିଶୃତି ଦେଇଥିଲେ ଏକ ମାସ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି କରି ସମସ୍ୟା ର ଆସୁ ସମାଧାନ କରାଯିବ ବୋଲି କିନ୍ତୁ ବିଡମ୍ବନାର ବିଷୟ ଇତି ମଧ୍ୟରେ ଚାରି ବର୍ଷ ଶେଷ ହେବାକୁ ବସିଲାଣି କିନ୍ତୁ କୌଣସି ସୁଫଳ ମିଳିଲାନି।

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୧୫-୧୦-୨୦୨୨ ରିଖ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଐତିହାସିକ ନିଷ୍ପତି ଘୋଷଣା କଲେ। ଓଡିଶା ରେ ଦୀର୍ଘ ଦିନ ଧରି ପ୍ରଚଳିତ ଏକ କୁସ୍ଛିତ ପ୍ରଥାର ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ କଲେ। କିନ୍ତୁ ରାଜ୍ୟର ବିଭିନ୍ନ ଅଫିସ ଦପ୍ତର ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଅସହାୟ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଅଦ୍ୟାବଧି କୌଣସି ନିଷ୍ପତି ନେଇ ନାହାନ୍ତି। ଆଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବର୍ଗର କର୍ମଚାରୀ ମାନଙ୍କୁ ମଧ୍ୟ ସମୟାନୁକ୍ରମେ ଉପଯୁକ୍ତ ନ୍ୟାୟ ଦେବେ । କିନ୍ତୁ ଅଦ୍ୟାବଧି ସରକାରଙ୍କ ତରଫରୁ କିଛି ନିଷ୍ପତି ନିଆଯାଇ ନାହିଁ ଯାହା ଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶାସନକୁ ଆସିବା ବେଳେ ଓଡିଶାର ଆର୍ଥିକ ଅବସ୍ତା ସ୍ଵଚ୍ଛଳ ନଥିଲା ସେହି ସମୟରେ ଓଡିଶା ସରକାର ସମସ୍ତ ପ୍ରକାର ନିଯୁକ୍ତି ପ୍ରକ୍ରିୟା ରଦ୍ଦ କରିବା ପାଇଁ ଡିଫଆଇଡି ସାଙ୍ଗେ ଚୁକ୍ତି କରିଥିଲେ। ସେହି ସମୟରେ କାର୍ଯ୍ୟର ଆବଶ୍ୟକତା ଆଳରେ, ପରୋକ୍ଷ ଭାବେ ଆଉଟସୋର୍ସିଙ୍ଗ ପ୍ରଥାକୁ ଆପଣେଇ ନେଲେ, ତାଙ୍କ ପାଖରେ ପ୍ରତି ଜିଲ୍ଲାରେ ନିଜର ନିୟୋଜନ ସଂସ୍ଥା ଥାଇ ମଧ୍ୟ, ସେଇ କଳଙ୍କିତ ପ୍ରଥାକୁ ସେହି ସମୟର ଓଡିଶାର ଯୁବକ ଯୁବତୀ ଆପଣେଇ ନେଲେ । ଆଜି ରାଜ୍ୟରେ ବଳକା ବଜେଟ, ଯାହାର ଶ୍ରେୟ ଏହି ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ । ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରାଜ୍ୟ ପାଇଁ ଦିନରାତିକୁ ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ଭାଗ୍ୟ ଆଜି ଅନ୍ଧକାର ଭିତରେ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଦାବି ବିଷୟରେ ଯଥା ଶୀଘ୍ର ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ନଚେତ କର୍ମଚାରୀ ମାନେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନକୁ ଓହ୍ଲେଇବେ।

ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ଓଡିଶାର ବରିଷ୍ଠ ଲୋକପ୍ରିୟ କର୍ମଚାରୀ ନେତା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ପ୍ରତି ସହାନୁଭୁତିଶୀଳ ଅଛନ୍ତି। ଶାନ୍ତିପୂର୍ଣ୍ଣ ସଦଭାବନାର ସହ ଚାପ ସୃଷ୍ଟି କଲେ ସରକାରରେ ଥିବା ଅମଲା ମାନେ ବିଳମ୍ବରୁ ନିବୃତ ରହି ଏ କୁସ୍ଛିତ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରନ୍ତୁ ଓ ଆଉଟସୋର୍ସିଙ୍ଗ ପ୍ରଥାକୁ ତୁରନ୍ତ ପ୍ରତ୍ୟାହାର କରି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ଯେଉଁ ମାନଙ୍କୁ ଚାକିରିରୁ ଅନ୍ତର କରିଦିଆଯାଇଛି ସେମାନଙ୍କୁ ତୁରନ୍ତ ଥଇଥାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ଵାନ ଦେଇଥିଲେ।

You might also like

Leave A Reply

Your email address will not be published.

16 + 1 =