Odia news portal

ୱାର୍ଡ଼ ନଂ – ୩୭ରେ ନୀଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଭୁବନେଶ୍ୱର : ନୂଆପଲ୍ଲୀ ୩୭ ନଂ ୱାର୍ଡରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା । କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ , ସମାଜସେବୀ ଅର୍ଜୁନ ବେହେରାଙ୍କ ପ୍ରଚେଷ୍ଟା ଓ ଭୁବନେଶ୍ୱର ଏମ୍ସ ମେଡ଼ିକାଲର ଅଭିଜ୍ଞ ଡାକ୍ତରଙ୍କ ସହଯୋଗରେ ଏହି ଶିବିର ଆୟୋଜନ କରାଯାଇଥିଲା ।

ସ୍ଥାନୀୟ ଗୋଲାପ ରେସର୍ଟ ଠାରେ ଆୟୋଜିତ ଏହି ଶିବିରରେ ୱାର୍ଡର ବହୁ ବରିଷ୍ଠ ନାଗରିକ (ବୃଦ୍ଧ ବୃଦ୍ଧା) ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ, ଡାଇବେଟିସ, ରକ୍ତଚାପ, ଆଣ୍ଠୁ ଗଣ୍ଠି, ଚର୍ମ, ଆଖି ଆଦିର ଚିକିତ୍ସା କରାଯିବା ସହ ମାଗଣା ଔଷଧ ଯୋଗାଇ ଦିଆଯାଇଥିଲା ।

ଏହି ଶିବିରରେ ୱାର୍ଡର ମାସ୍ ମେମ୍ବର ମାନେ ସହଯୋଗ କରିଥିଲେ ନୂଆପଲ୍ଲୀ ବରିଷ୍ଠ ନାଗରିକ ସୋସାଇଟି ସଭାପତି ସମ୍ପାଦକ ୧୦୦ ରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ , ଆଗକୁ ମଧ୍ୟ ଏହି ସେବା ୱାର୍ଡର ବିଭିନ୍ନ ସ୍ଥାନରେ ଉପଲବ୍ଧ କରାଇ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ କରିବାକୁ ପ୍ରୟାସ ଜାରି ରହିବ ବୋଲି କର୍ପୋରେଟର କହିଛନ୍ତି ।

You might also like

Leave A Reply

Your email address will not be published.

two × 1 =