Odia news portal

ୱାର୍ଡ଼ ନଂ – ୪ର ଦୀର୍ଘଦିନ ରହି ଲାଗିରହିଥିବା ଜଳବନ୍ଦୀ ଓ ଡ୍ରେନେଜ ସମସ୍ୟା ଉପରେ ଆଲୋଚନା

ଭୁବନେଶ୍ବର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୪ ନ. ୱାର୍ଡ ଅନ୍ତର୍ଗତ ଜୟପୁର, ରୁଦ୍ରପୁର, ନହରକଣ୍ଟା ପାହାଳ ପ୍ରଭୃତି ଅଂଚଳରେ ଲାଗିରହିଥିବା ବର୍ଷାଜଳ ନିଷ୍କାସନ ଓ ଜଳବନ୍ଦୀ ସମସ୍ୟାର ସମାଧାନ ନିମନ୍ତେ ଗତକାଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ବିଭିନ୍ନ ସରକାରୀ ବିଭାଗୀୟ ଅଧୁକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ।

ଦୀର୍ଘଦିନ ରହି ଲାଗିରହିଥିବା ଏହି ଜଳବନ୍ଦୀ ଓ ଡ୍ରେନେଜ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯିବା ସହିତ ସହିତ ଏହି ବିଷୟକୁ ପ୍ରାଥମିକତା ଦେଇ ଏହାର ସମାଧାନ ନିମନ୍ତେ ଯଥାଶୀଘ୍ର ଏକ ସ୍ୱତନ୍ତ୍ର ଟିମ ଗଠନ କରି କରି ପ୍ରଭାବିତ ସ୍ଥାନଗୁଡିକୁ ପର୍ଯ୍ୟବେକ୍ଷଣ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାପାଇଁ ମାନ୍ୟବର ବିଧାୟକ ଉପସ୍ଥିତ ଅଧୁକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମରର ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ଭୁବନେଶ୍ଵର ତହସିଲଦାର ପ୍ରଦୀପ କୁମାର ସାହୁ, ବି ଏମ ସିର ସିଟି ଇଂଜିନିୟର ଅରୁଣ କୁମାର ନାୟକ, ଟ୍ରେନେଜ ବିଭାଗର ବରିଷ୍ଠ ଯନ୍ତ୍ରୀ ଗୌତମ ଦାସ, ସହକାରୀ ଯନ୍ତ୍ରୀ ଶୋଭେନ କୁମାର ପାତ୍ର, ପ୍ରାଚୀ ଡିଭିଜନର ବରିଷ୍ଠ ଯନ୍ତ୍ରୀ ବି ଆର ପୁରୋହିତ ଏବଂ ଏନ ଏଚ ଆଇ ରୁ ଅଧୁକାରୀ ମାନଙ୍କ ମଧ୍ୟରେ ଚିତ୍ତ ରଞ୍ଜନ ପଟ୍ଟନାୟକ, ନନ୍ଦ କୁମାର ସିଂ ଓ ଅମିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ଏଣୁ ସହିତ ୱାର୍ଡ ନଂ ୪ର ପୂର୍ବତନ କର୍ପୋରେଟର ଅକ୍ଷୟ କୁମାର ଲେଙ୍କା, ଦୀପକ ସାମନ୍ତରାୟ, ପୁର୍ଣ ଚନ୍ଦ୍ର ବାରିକ, ଜଗନ ଜେନା, ପ୍ରକାଶ ଜେନା ଓ ବୁଦ୍ଧିଜୀବୀ ଲକ୍ଷ୍ମୀଧର ବେହେରା ଉକ୍ତ ବୈଠକରେ ଉପସ୍ଥିତ ରହି ସ୍ଥାନୀୟ ବାସିନ୍ଦାଙ୍କର ଦାବିକୁ ଉପସ୍ଥାପନା କରିଥିଲେ ।

You might also like

Leave A Reply

Your email address will not be published.

16 + twelve =