Odia news portal

ଜିଏମଏଟି ଅନଲାଇନ ପରୀକ୍ଷାରେ ଉନ୍ନତି ଆଣିଛି ଜିଏମଏସି


ଭୁବନେଶ୍ୱର: ଗ୍ରାଜୁଏଟ ମ୍ୟାନେଜମେଂଟ ଆଡମିସନ ଟେଷ୍ଟଟିଏମ(ଜିଏମଏଟି)ର ପରିଚାଳକ ତଥା ଅଧିକାରୀ ଗ୍ରାଜୁଏଟ ମ୍ୟାନେଜମେଂଟ ଆଡମିସନ କାଉନସିଲଟିଏମ(ଜିଏମଏସି) ଗତମାସରେ ଏହାର ଜିଏମଏଟି ଅନଲାଇନ ପରୀକ୍ଷାରେ ଅନେକ ନୂଆ ଫିଚର ସାମିଲ କରି ଏଥିରେ ଉନ୍ନତି ଆଣିଛି । ଯାହାଦ୍ୱାରା ପରୀକ୍ଷାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଏବଂ ନିଜ ବିଜନେସ ସ୍କୁଲ ଲକ୍ଷକୁ ଆତ୍ମବିଶ୍ୱାସର ସହିତ ପୁରା କରିବାପାଇଁ ବର୍ତମାନ ଛାତ୍ରଛତ୍ରୀମାନଙ୍କ ପାଖରେ ଅଧିକ ବିକଳ୍ପ ଏବଂ ସୁବିଧା ରହିଛି ।

ଏହି ପରୀକ୍ଷାରେ ବର୍ତମାନ ଛାତ୍ରଛାତ୍ରୀମାନେ ଆନାଲିଟିକ ରାଇଟିଙ୍ଗ ଆସେସମେଂଟ(ଏଡବ୍ଲୁଏ), ସେକ୍ସନ ଅର୍ଡର ଚୟନ କରିବା, ୮ ମିନିଟର ଦୁଇଟି ଇଚ୍ଛାଧିନ ବିରତି, ପରୀକ୍ଷା ଶେଷ ହେବା ପରେ ତୁରନ୍ତ ସ୍କ୍ରିନରେ ଅନ୍‌ଅଫିସିଆଲ ସ୍କୋର ଦେଖିବା ଆଦି ସୁବିଧା ପାଇପାରିବେ । ଏପରିକି ଛାତ୍ରଛାତ୍ରୀମାନେ ଜିଏମଏଟି ଅନଲାଇନ ପରୀକ୍ଷା ଆପଏଂଟମେଂଟକୁ ୬ମାସ ପର୍ଯ୍ୟନ୍ତ ଆଗରୁ ନର୍ଦ୍ଧାରଣ କରିପାରିବେ । ଛାତ୍ରଛାତ୍ରୀମାନେ ଜିଏମଏଟି ଅନଲାଇନ ପରୀକ୍ଷାରେ ହୋଇଥିବା ଏହି ଉନ୍ନତିଗୁଡ଼ିକ ବିଷୟରେ ଜ୍ଞଭବ.ମକ୍ଟଜ୍ଞ/ଶଜ୍ଞବଗ୍ଧକ୍ଟଦ୍ଭକ୍ଷସଦ୍ଭର ରୁ ଆହୁରି ଅଧିକ ଭଲଭାବରେ ଜାଣିପାରିବେ ।
ଏହା ସମ୍ପର୍କରେ ଚିଫ ପ୍ରଡକ୍ଟ ଅଫିସର ଏବଂ ଜେନେରାଲ ମ୍ୟାନେଜର ଆସେସମେଂଟ ଶ୍ରୀ ଜଏ ଜୋନସ କହିଛନ୍ତିଯେ, “ଆମେ ବିଶ୍ୱାସ କରୁ ଯେ ପରୀକ୍ଷାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପରୀକ୍ଷାର୍ଥୀଙ୍କ ପାଖରେ ସେମାନେ କିଭଳି ପରୀକ୍ଷା ଦେବେ ତାହା ଚୟନ କରିବାର କ୍ଷମତା ରହିବା ଆବଶ୍ୟକ । ଜିଏମଏଟି ଅନଲାଇନ ପରୀକ୍ଷାରେ ଆମର ଜାରି ରହିଥିବା ଉନ୍ନତିଗୁଡ଼ିକ ପରୀକ୍ଷାର୍ଥୀ ଯେଉଁଠାରେ ପରୀକ୍ଷା ଦେବା ପାଇଁ ପସନ୍ଦ କରନ୍ତୁ ନା କାହିଁକି ବିକଳ୍ପଗୁଡ଼ିକ ଯେଭଳି ସୁସଂଗଠିତ ରହେ ତାହା ସୁନିଶ୍ଚିତ କରିବାରେ ସାହାଯ୍ୟ କରିଥାଏ । ବିଦ୍ୟାଳୟ ଏବଂ ପରୀକ୍ଷାର୍ଥୀମାନଙ୍କର ଦୀର୍ଘକାଳୀନ ଆବଶ୍ୟକତାକୁ ସମାଧାନ କରିବା ପାଇଁ ଆମେ ନମନୀୟତା ଏବଂ ସହାୟତା ପ୍ରଦାନ ଉପରେ ଧ୍ୟାନ ଦେଇଛୁ ।”
ଭାରତର ପ୍ରାର୍ଥୀମାନେ ଜିଏମଏମଟି ଅନଲାଇନ ପରୀକ୍ଷା ପଞ୍ଜିକରଣ ପ୍ରକ୍ରିୟା ସମୟରେ ଆଧାରକାର୍ଡ କିମ୍ବା ପାସପୋର୍ଟ ବ୍ୟବହାର କରି ସେମାନଙ୍କର ପରିଚୟ ବୈଧ କରିବାର ବିକଳ୍ପ ଚୟନ କରିପାରିବେ, ଯେପର୍ଯ୍ୟନ୍ତ କାର୍ଡଟି ବୈଧ ଏବଂ ବର୍ତମାନର ହୋଇଥିବ । ଜିଏମଏଟି ପରୀକ୍ଷାର ପରୀକ୍ଷା କେନ୍ଦ୍ର ଭର୍ସନ ପାଇଁ ପାସପୋର୍ଟ ଏକମାତ୍ର ଗ୍ରହଣୀୟ ପରିଚୟ ପତ୍ର ଭାବେ ରହିଛି । ଜିଏମଏଟି ପରୀକ୍ଷାର ଅନଲାଇନ ଭର୍ସନ ପାଇଁ ଆଧାରକାର୍ଡ କେବଳ ଏକ ବିକଳ୍ପ ପରିଚୟ ପତ୍ରଭାବେ ଉପଲବ୍ଧ ।

ଜିଏମଏସି, ସାଉଥ ଏସିଆର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଗୌରବ ଶ୍ରୀବାସ୍ତବ କହିଛନ୍ତିଯେ, “ବର୍ତମାନ ଉନ୍ନତ ହୋଇଥିବା ଜିଏମଏଟି ଅନଲାଇନ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ନମନୀୟତା ଓ ସହଜ ଉପଲବ୍ଧତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆମେ ଆଧାର କାର୍ଡକୁ ଏକ ଗ୍ରହଣୀୟ ପରିଚୟ ପତ୍ର ଭାବେ ପରିଚିତ କରାଇଛୁ । ଏହି ନୂଆ ଫିଚରଗୁଡ଼ିକ ମାଧ୍ୟମରେ ଅପହଂଚ ଅଂଚଳରେ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଆଧାରକାର୍ଡ ବ୍ୟବହାର କରି ଯେକୌଣସି ସ୍ଥାନରୁ ଭର୍ଚୁଆଲ ଭାବେ ଏହି ଅନଲାଇନ ପରୀକ୍ଷା ଦେବା ଆହୁରି ସହଜ ହୋଇଯାଇଛି ।”

You might also like

Leave A Reply

Your email address will not be published.