Odia news portal

ସୁବିଧା ବଦଳରେ ସାମ୍ବାଦିକଙ୍କୁ ଲଲିପପ୍ !

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସାମ୍ବାଦିକମାନଙ୍କୁ ପ୍ରଣ୍ଟ ଲାଇନ ଵା ଆଗଧାଡିର କୋଭିଡି ଯୋଦ୍ଧାଭାବରେ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କୁ ବେଶ ବାହା ବା ମିଳିଛି। ସତେ ଯେମିତି ଦେଶରେ ଆଉ କୌଣସି ରାଜ୍ୟରେ ଏଭଳି ଘୋଷଣା ହୋଇନାହିଁ । କିନ୍ତୁ ଓଡ଼ିଆରେ ନାଁ କୁ ମାତ୍ର ଏହି କୋଭିଡ ଯୋଦ୍ଧା ଘୋଷଣା କରାଯାଇଛି। ଖୋଦ୍ ରାଜଧାନୀ ଭୁବନେଶ୍ବରରେ ସାମ୍ବାଦିକଙ୍କୁ ଏହି କୋଭିଡ ଯୋଦ୍ଧା ଘୋଷଣାର ଅର୍ଥ କିଛି ନାହିଁ। ଭୁବନେଶ୍ବର ମହାନଗର ନିଗମ ଟିକାକରଣକୁ ନିଜ ହସ୍ତମୁଦି ମାହାଲ କରିଥିବା ବେଳେ ବିମେସି ଅଧିକାରୀମାନେ ଯାହାକୁ ଚାହୁଁଛନ୍ତି ତାଙ୍କୁ ଟିକା ଦେଉଛନ୍ତି। ବଡ଼ବଡ଼ିଆଙ୍କ ପରିବାରଙ୍କୁ ପ୍ରଥମେ ଟିକା ଯୋଗାଇ ଦିଆଯାଉଛି। ସେମାନେ ସୁବିଧାରେ କିପରି ପାଇବେ ତାର ଵ୍ୟଵସ୍ଥ ମଧ୍ୟ ହେଉଛି। କୋଭିଡି ଯୋଦ୍ଧା ନାଁରେ ସାମ୍ବାଦିକମାନଙ୍କୁ ଟିକାକରଣ କରିବାରେ ଘୋଷଣା କରି ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ତାଲିକାକୁ ଯୋଗ୍ୟତା ଦିଆଯାଇଛି।

ଯେଉଁମାନେ ଏହି ତାଲିକାରେ ଅଛନ୍ତି ସେମାନେ କେବଳ ସାମ୍ବାଦିକ ବୋଲି ସରକାର ଧରି ନେଇଛନ୍ତି ଓ ସେହିମାନଙ୍କୁ ଟିକା ଦେଇଛନ୍ତି। ଯେଉଁମାନେ ଏହି ତାଲିକାରେ ନାହାନ୍ତି ସେମାନେ ଯେତେ ବର୍ଷ ଧରି ସାମ୍ବାଦିକତା କରନ୍ତୁ ଅବା କର୍ମ କ୍ଷେତ୍ରରେ ଯେତେ ଚଳଚଞ୍ଚଳ ଥାଆନ୍ତୁ ସରକାରଙ୍କ ନଜରରେ ଅଣ ସାମ୍ବାଦିକ ହୋଇ ଯାଉଛନ୍ତି। ସାମ୍ବାଦିକଙ୍କୁ ଟିକା ନାଁରେ ରାଜଧାନୀରେ ଗତ ମାସ ହେଲାଣି ଏକ ଫାର୍ସ ଚାଲିଛି ବୋଲି ଅନେକ ସାମ୍ବାଦିକ ମତ ଦେଇଛନ୍ତି। ବିମେସି କର୍ତୃପକ୍ଷ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ଯେଉଁମାନେ ତାଲିକାଭୁକ୍ତ ହୋଇ କାର୍ଡ ପାଇଛନ୍ତି ସେହିମାନଙ୍କୁ ଟିକା ଦେବାକୁ ପଦକ୍ଷେପ ନିଆଯାଉଛି ଏବଂ ‘ଦୟାର ପାତ୍ର’ କରାଯାଇ ଟିକା ଦିଆଯାଉଛି। ଉଲ୍ଲେଖ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅଧିକାଂଶ ସାମ୍ବାଦିକ ତାଲିକା ଭୁକ୍ତ ହୋଇନାହାନ୍ତି।

ଯେହେତୁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଵିଧିଵଦ୍ଦଭାବ ସୁଯୋଗ ଦେଇନଥିଲେ ତେଣୁ ଅନେକ ସାମ୍ବାଦିକ ଏଥିରେ ନାହାନ୍ତି। ଗତବର୍ଷ ମଧ୍ୟ କୋଭିଡ କାରଣରୁ ଏହି ଯୋଜନାର ତାଲିକାରେ ନୂତନ ସଂଯୋଗ ହୋଇନାହିଁ । ଏବର୍ଷ ସରକାର ଏବେ ସେହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଶ୍ନ ଉଠେ ମୁଖ୍ୟମନ୍ତ୍ରୀ ଯେତେବେଳେ ସାମ୍ବାଦିକ ମାନଙ୍କୁ ଆଗଧାଡିର କୋଭିଡ ଯୋଦ୍ଧା ବୋଲି ଘୋଷଣା କଲେ ସେତେବେଳେ ଏହି ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାର ତାଲିକା ସର୍ଭଟିକୁ ରଖିଥିଲେ କି? ଯଦି ରଖିନଥିଲେ ତେବେ ଏହି ସର୍ଭଟି କେଉଁ ଵ୍ୟକ୍ତଙ୍କ ମସ୍ତିଷ୍କରୁ ଵାହାରିଲା? ଯଦି ଏହି ସର୍ଭ ଲାଗୁହେଲା ତେଵେ ଏହି ଯୋଜନାରେ ଯେଉଁମାନେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ସେମାନେ କଣ ଅଣସାମ୍ଵାଦିକ ନା କୋଭିଡ ଯୋଦ୍ଧା ନୁହଁନ୍ତି ନା ସେମାନଙ୍କର ଟିକା ନେଵାର ଅଧିକାର ନାହିଁ । କେଵଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ସ୍ଥିତି ଏଭଳି। ସବୁଠି ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧାର ଏହି ଲଲିପପ୍ ଦିଆଯାଉଛି। ଯେତେବେଳେ ସାମ୍ବାଦିକ ଏବଂ ବିଭିନ୍ନ ସମ୍ବାଦପତ୍ର ବା ଇଲେକ୍ଟ୍ରୋନିକ୍ସ ମିଡିଆରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀ ମାନେ ଜୀବନ ସହ ବାଜି ଲଗାଇ କାର୍ଯ୍ୟ କ୍ଷେତ୍ରରେ ରହୁଛନ୍ତି ସେତେବେଳେ ସରକାର ଘୋଷଣା ଓ କାର୍ଯ୍ୟକାରିତାରେ ଫରକ ଉପହାସ ଭଳି ହୋଇଯାଉଛି

You might also like

Leave A Reply

Your email address will not be published.