Odia news portal

ପୁରୁଷଙ୍କ ଏସବୁ ଜିନିଷ ପ୍ରତି ଆକର୍ଷିତ ହୁଅନ୍ତି ମହିଳା, ଜାଣନ୍ତୁ କ’ଣ…

ମହିଳା ଓ ପୁରୁଷ ଜଣେ ଜଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି , ହେଲେ କାହିଁକି ହୁଅନ୍ତି ଏହି ଘଟଣାକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ବୁଝିପାରି ନାହାନ୍ତି। ତଥାପି, ଅନୁସନ୍ଧାନ, ଅଧ୍ୟୟନ ଏବଂ ଅନେକ ପରୀକ୍ଷଣ ମାଧ୍ୟମରେ, ଏହା ବୁଝାପଡ଼ୁଛି। ଏହି ସମସ୍ତ ଅଧ୍ୟୟନ ଏବଂ ଅନୁସନ୍ଧାନରୁ ଜଣାପଡିଛି ଯେ, ପୁରୁଷମାନଙ୍କ ଏସବୁ ଗୁଣ ମହିଳାମାନଙ୍କୁ ଆକର୍ଷିତ କରେ। ଜାଣନ୍ତୁ ସେ ସମ୍ପର୍କରେ…

ଆମେରିକାର ରଟଗର୍ସ ୟୁନିଭରସିଟିର ପ୍ରଫେସର ତଥା ବିଶିଷ୍ଟ ଲେଖକ ହେଲେନ ଫିସର କହିଛନ୍ତି ଯେ ଅଧିକାଂଶ ମହିଳା ଯେଉଁ ପୁରୁଷଙ୍କୁ ପ୍ରଶଂସା ପ୍ରତି ଆଗ୍ରହ ଦେଖାନ୍ତି। ସାଇକୋଲୋଜି ଟୁଡେ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ହେଲେନ କହିଛନ୍ତି, ତାଙ୍କର ପ୍ରଶଂସା ଶୁଣି ଯେଉଁ ମହିଳାମାନେ ହସନ୍ତି, ଲାଜ କରନ୍ତି ଏବଂ ପୁରୁଷଙ୍କ କଥା ପ୍ରତି ଅଧିକ ଧ୍ୟାନ ଦିଅନ୍ତି। ଅଧିକାଂଶ ମହିଳା ପୁରୁଷଙ୍କ ସହ ଫ୍ଲର୍ଟ କରିବାକୁ ପସନ୍ଦ କରନ୍ତି।

ମହିଳା ଶୀଘ୍ର ସେମାନଙ୍କ ବ୍ୟକ୍ତିତ୍ୱ ସହିତ ମେଳ ଖାଉଥିବା ଲୋକମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏକ ଅନଲାଇନ ଡେଟିଂ ସାଇଟରେ ୬୦ ପୁରୁଷ ଏବଂ ୬୦ ମହିଳାଙ୍କୁ ନେଇ ଅଧ୍ୟୟନ ହୋଇଥିଲା। ଅଧ୍ୟୟନରେ ଜଡିତ ଏହି ବ୍ୟକ୍ତିମାନେ ସେହି ପୁରୁଷ ଏବଂ ମହିଳାଙ୍କ ପ୍ରତି ଆଗ୍ରହ ଦେଖାଇଥିଲେ, ଯେଉଁମାନେ ସେମାନଙ୍କ ପରି। ବିଶେଷଜ୍ଞମାନେ କହିଛନ୍ତି, ଜଣେ ଯେତେବେଳେ ନିଜ ଅପେକ୍ଷା ଭଲ ହୋଇଥାଏ ଭୟ ଲାଗେ। କାରଣ ସେମାନଙ୍କର ଅନ୍ୟ କାହାସହ କୌଣସି ସମ୍ପର୍କ ଥାଇପାରେ, ଯେତେବେଳେ କମ ଆକର୍ଷଣ ଦେଖାଯାଏ, ଲାଗେ ମୁଁ ମଧ୍ୟ ଏକ ଭଲ ପାର୍ଟନର ପାଇ ପାରିଥା’ନ୍ତି ।

୨୦୧୦ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ମହିଳାମାନେ ସେମାନଙ୍କ ବୟସ ଠାରୁ ବଡ଼ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି। ବିଶେଷକରି ମହିଳାମାନେ ରୋଜଗାର କ୍ଷେତ୍ରରେ ଏହାକୁ ବିଶେଷ ଦେଖିଥାନ୍ତି। ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟରେ ୧୭୭ ପୁରୁଷ ଏବଂ ୩୫୧ ମହିଳାଙ୍କୁ ନେଇ ହୋଇଥିବା ଅଧ୍ୟୟନରେ ଅଧିକାଂଶ ମହିଳା ହାଲକ୍‌ା ଦାଢ଼ି ରଖିଥିବା ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥିଲେ।

You might also like

Leave A Reply

Your email address will not be published.