Odia news portal

ମୋଦୀ ମୃତ୍ୟୁର ସୌଦାଗର : ଶିଵରାମ

ଭୁବନେଶ୍ୱର : ବିଶ୍ୱର ବିଭିନ୍ନ ଦେଶରେ କରୋନା ନିୟନ୍ତ୍ରଣରେ ରହିଛି। ଭାରତରେ ସ୍ଥିତି ଅସମ୍ଭାଳ। ଚିକିତ୍ସା, ବେଡ଼, ଅକ୍ସିଜେନ, ଶେଷକୃତ୍ୟ ସବୁକିଛି ନିୟନ୍ତ୍ରଣ ବାହାରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭୁଆଁବୁଲା ବାହାସ୍ପୋଟିଆ ମିଛ ପ୍ରଚାରରେ ବ୍ୟସ୍ତ। ଦେଶରେ ଏହି ଭୟଙ୍କର ଅବସ୍ଥା ପାଇଁ ମୁଖ୍ୟତଃ କୁମ୍ଭମେଳା ଓ ନିର୍ବାଚନ ଜନ ସମାବେଶ ଦାୟୀ। ମୋଦି – ଅମିତ ସାହା ମୃତ୍ୟୁର ସୌଦାଗର ସାଜିଛନ୍ତି। ରାତାରାତି ଲକଡାଉନ ଘୋଷଣା କରି ଦେଶକୁ ଠପ କରିଦେଇଥିବା ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଯେତେବେଳେ କୋଭିଡ଼ କଟକଣାକୁ ଫୁ କରି ରାଜ୍ୟରୁ ରାଜ୍ୟ ବୁଲି ନିର୍ବାଚନ ପ୍ରଚାରରେ ମସଗୁଲ ରହିଲେ। ୟୁପିରୁ ହଜାର ହଜାର ଲୋକଙ୍କୁ ବୋହି ନେଇ ପଶ୍ଚିମ ବଙ୍ଗ ନିର୍ବାଚନ ରାଲି କରାଇଲେ।

ମୋଦୀ ସୁପର ସ୍ପ୍ରେଡର ଭାବେ ଉଭା ହୋଇଛନ୍ତି। ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ଅଭିଜ୍ଞ ଡାକ୍ତରମାନେ ମଧ୍ୟ ମୋଦିଙ୍କୁ ଦେଶର ସୁପର ସ୍ପ୍ରେଡର ଆଖ୍ୟା ଦେଇ ସାରିଛନ୍ତି। ଅନ୍ୟ ଦଳମାନେ ମଧ୍ୟ ସମାନ ପଦାଙ୍କ ଅନୁସରଣ କଲେ। ଅନ୍ୟପକ୍ଷରେ ଶ୍ରମିକଟିଏ, ସାଧାରଣ ବେପାରୀଟିଏ, ଅତି ସାଧାରଣ ଲୋକଟିଏ ସରକାରୀ କଟକଣା ସାମାନ୍ୟ ଉଲଂଘନ କଲେ ଅସହ୍ୟ ଯନ୍ତ୍ରଣା ଦେଉଥିବା ସରକାର, ପ୍ରଶାସନ ଓ ପୋଲିସ କୁମ୍ଭମେଳା ପାଇଁ ଅନୁମତି ଦେଇ ଲକ୍ଷ ଲକ୍ଷ ଲୋକଙ୍କୁ ଆଜି ନର୍କ ମଧ୍ୟକୁ ଠେଲି ଦେଇଛନ୍ତି। ଏହି ମୃତ୍ୟୁର ସୌଦାଗର ମାନଙ୍କୁ କି ଦଣ୍ଡ ଦେବା ଉଚିତ। ଗୋଟିଏ ପଟରେ ମୃତ୍ୟୁର ତାଣ୍ଡବ ରଚନା କରିଛନ୍ତି ଅନ୍ୟ ପକ୍ଷରେ କରୋନା ମୁକାବିଲାର ମିଛ ନାଟକ କରୁଛନ୍ତି। ଏକ ବର୍ଷ ସମୟ ଯଥେଷ୍ଟ ଥିଲା ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ କିନ୍ତୁ ଏହି ମହାବିପତ୍ତି ସମୟକୁ ମହା ସୁଯୋଗ ଭାବେ ବ୍ୟବହାର କରି ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଆହୁରୀ ରୁଗ୍ଣ କରି ସ୍ୱାସ୍ଥ୍ୟ ମାଫିଆଙ୍କ ହାତକୁ ଟେକି ଚାଲିଲେ। ଶ୍ରମିକ ବିରୋଧୀ କୃଷକ ବିରୋଧୀ ନୀତି ପ୍ରଣୟନ କରି ଚାଲିଲେ। ଦେଶକୁ କର୍ପୋରେଟ ସଂସ୍ଥାଙ୍କ ହାତରେ ଟେକି ଚାଲିଲେ।

ଏହାର କୁପରିଣତି ସ୍ୱରୂପ ସମଗ୍ର ଦେଶର ଲୋକେ ଆଜି ହନ୍ତସନ୍ତ ହେଉଛନ୍ତି। ଦେଶରେ ସ୍ୱାସ୍ଥ୍ୟ ଏମାରଜେନ୍ସି ଲାଗୁ କରିବାକୁ ସବୁ ମହଲରେ ଦାବି ହେବା ଜରୁରୀ। ସବୁ ଲାଭଖୋରୀ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ସରକାରୀ ନିୟନ୍ତ୍ରଣକୁ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସେବାକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ କରୋନାକୁ ସମ୍ପୂର୍ଣ୍ଣ ପରାସ୍ତ କରିବା ପର୍ଯ୍ୟନ୍ତ ଦେଶର ସବୁ ନାଗରିକଙ୍କ ଖାଦ୍ୟ ପାନୀୟର ସୁନିଶ୍ଚିତ କରିବା ଆବଶ୍ୟକ। ରକ୍ଷକ ହୋଇ ଭକ୍ଷକ ସାଜିଥିବା ଶାସକଙ୍କ ବିରୁଦ୍ଧରେ ଏବଂ କରୋନା ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ସରକାର ବିରୁଦ୍ଧରେ ଏକାଠି ହୋଇ ଗାଦିଚ୍ୟୁତ କରିବା ସମୟର ଆବଶ୍ୟକତା

You might also like

Leave A Reply

Your email address will not be published.