Odia news portal

ନ୍ୟୁଡ୍‌ ସିନ୍ ପାଇଁ ଏହି ଅଭିନେତ୍ରୀଙ୍କୁ ମିଳଥିଲା ଅନେକ‌ ଅଫର୍‌

ମୁମ୍ବାଇ : ‘ସ୍ପ୍ଲିଟ୍‌ସଭିଲ୍ଲା’ ସିଜନ୍‌-୩ରୁ ଟେଲିଭିଜନ୍‌ ଯାତ୍ରା ଆରମ୍ଭ କରିଥିଲେ ‘ବିଗ୍‌ ବସ୍‌-୧୪’ ପ୍ରତିଯୋଗୀ ପବିତ୍ରା ପୁନିୟା । ପାଠକ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ପରେ ତାଙ୍କୁ ନ୍ୟୁଡ୍‌ ସିନ୍‌ କରିବାକୁ ଅଫର୍‌ ମିଳିଥିଲା । ସେ କିନ୍ତୁ ଏମିତି କୌଣସି ପ୍ରୋଜେକ୍ଟରେ କାମ କରିବାକୁ ଚାହୁଁନଥିଲେ, ଯେଉଁଥିରେ ବୋଲ୍ଡ ସିନ୍‌ କରିବା ଆବଶ୍ୟକ ହେବ ।

ଏକ ସାକ୍ଷାତକାରରେ ପବିତ୍ରା କହିଛନ୍ତି ‘ରିଆଲିଟି ଶୋ’ ପରେ ମୋତେ ନ୍ୟୁଡ୍‌ ସିନ୍‌ କରିବାକୁ ଅଫର୍‌ ମିଳିଲା । ଅନେକ ୱେବ୍‌ସାଇଟ୍‌ ଓ ଫିଲ୍ମ ଅଛି, ଯାହା ବୋଲ୍ଡ ବିଷୟବସ୍ତୁ ଉପରେ କାମ କରୁଛି । ଏହାକୁ ‘ସଫ୍ଟ ପର୍ନ’ କୁହାଯାଇପାରେ । କିନ୍ତୁ ଆମେ ଏଭଳି ପରିବାରରେ ବଡ଼ ହୋଇଛୁ, ଯେଉଁଠି ଏବେ ବି ମା’ବାପାଙ୍କ ସହିତ ବସି ଚୁମ୍ବନ କିମ୍ବା ରୋମାଣ୍ଟିକ୍‌ ସିନ୍‌ ଦେଖିପାରୁନୁ । ଆମେ ଅସହଜ ମନେକରୁ । ସଙ୍ଗେସଙ୍ଗେ ସେଠାରୁ ଉଠି ଚାଲିଆସୁ ।

ମୁଁ ଅନୁଭବ କଲି ଯେ ମୋ ପରିବାର ମୋତେ ଟିଭିରେ ଦେଖିବାକୁ ପ୍ରସ୍ତୁତ ନ ଥିଲା । ଯଦି ସେମାନେ ମୋତେ ବୋଲ୍ଡ ସିନ୍‌ କରିବାର ଦେଖିଥାନ୍ତେ, ତେବେ ଖୁବ୍‌ ଦୁଃଖିତ ହୋଇଥାନ୍ତେ । ମୁଁ ନିଜ କ୍ୟାରିଅର୍‌ରେ କେବେ ବି ବୋଲ୍ଡ ସିନ୍‌ ପ୍ଲେ କରିବାରେ ସହଜ ଅନୁଭବ କରିବି ନାହିଁ । ଏଥିପାଇଁ ମୋତେ ଖୁବ୍‌ ସାହସ ଜୁଟାଇବାକୁ ପଡ଼ିବ, କିନ୍ତୁ ଏହା କେବେ ବି ସମ୍ଭବ ହେବ ନାହିଁ ବୋଲି ମୁଁ ଜାଣିଛି । ନ୍ୟୁଡ୍‌ ସିନ୍‌ କରୁଥିବା କଳାକାରଙ୍କୁ ମୁଁ ସଲାମ୍‌ କରୁଛି ।’

ପବିତ୍ରା ‘ୟେ ହୈ ମୋହବତେଁ’, ‘ସସୁରାଲ ସିମର୍‌ କା’ ଓ ‘ନାଗିନ୍‌-୩’ ଭଳି ଅନେକ ହିଟ୍‌ ଶୋ’ରେ କାମ କରିଛନ୍ତି । ‘ବିଗ୍‌ ବସ୍‌-୧୪’ରେ ମଧ୍ୟ ସେ ନଜର ଆସିଛନ୍ତି । ଶୋ’ ଜିତି ନ ପାରିଲେ ମଧ୍ୟ ସହ-ପ୍ରତିଯୋଗୀ ଏଜାଜ ଖାନ୍‌ଙ୍କ ସହ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି ।

You might also like

Leave A Reply

Your email address will not be published.