Odia news portal

ଆଜି ବି ରହସ୍ୟ ହୋଇ ରହିଛି ଦିବ୍ୟା ଭାରତୀଙ୍କ ମୃତ୍ୟୁ

ମୁମ୍ବାଇ : ଅଭିନେତା ସଲମାନ ଖାନଙ୍କ କ୍ୟାରିୟର ଟପ୍ ରେ ପହଞ୍ଚାଇଥିବା ସାଜିଦ ନାଡିଆଡୱାଲା ତାଙ୍କ କ୍ୟାରିୟର ଅପେକ୍ଷା ପର୍ସନାଲ ଲାଇଫ୍ କୁ ନେଇ ଅଧିକ ଚର୍ଚ୍ଚାରେ । ଯାହାର କାରଣ ତାଙ୍କର ପ୍ରଥମ ପତ୍ନୀ ଦିବ୍ୟା ଭାରତୀ । ଦିୱାନାର ସେହି ଚର୍ଚ୍ଚିତ ଦିୱାନୀଙ୍କ  ମୃତ୍ୟୁକୁ ନେଇ ସାଜିଦ ବିବାଦରେ ରହିଥିଲେ ।  ତେବେ ବଲିଉଡ୍ ର ଅନ୍ୟତମ ଶ୍ରେଷ୍ଠ ସୁନ୍ଦରୀ ଦିବ୍ୟା ଭାରତୀଙ୍କ ମୃତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି ।

ଖୁବ୍ କମ୍ ବୟସରେ ସାଉଥ୍ ସିନେମାରେ ପ୍ରସିଦ୍ଧ୍ ହାସଲ୍ କରିଥିବା ଦିବ୍ୟା ଭାରତୀ ଅଳ୍ପ ଦିନର ଫିଲ୍ମ କ୍ୟାରିୟର ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦେଇଥିଲେ । ୧୯ ବର୍ଷ ବୟସରେ ଦିବ୍ୟା ବଲିଉଡର ଟପ୍ ଅଭିନେତ୍ରୀ ହୋଇଯାଇଥିଲେ । ଶୋଲା ଔର ଶବନମ୍ ଫିଲ୍ମର ସୁଟିଂ ସମୟରେ ଗୋବିନ୍ଦା ଦିବ୍ୟାଙ୍କୁ ସାଜିଦ ନାଡିଆଡୱାଲାଙ୍କ ସହ ଭେଟ କରାଇଥିଲେ । ୧୯୯୨ ରେ ଦିବ୍ୟା ସାଜିଦଙ୍କୁ ବିବାହ କରିଥିଲେ । ଦିବ୍ୟା ସାଜିଦଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ମଧ୍ୟ ଗ୍ରହଣ କରିଥିଲେ । ଇସଲାମ ଗ୍ରହଣ କରିବା ପରେ ଦିବ୍ୟା ତାଙ୍କ ନାମ ସନା ରଖିଥିଲେ । ତାଙ୍କ ବିବାହ ବେଶ ଗୋପନୀୟ ହୋଇଥିଲା । କିନ୍ତୁ ଦିବ୍ୟାଙ୍କ ବାପା ଏହି ବିବାହରେ ଖୁସି ନଥିଲେ । ତେଣୁ ସେ ଦିବ୍ୟାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ବିବାହର ଏକ ବର୍ଷ ପରେ ଦିବ୍ୟାଙ୍କର ମୃତ୍ୟୁ ହୋଇଥିଲା ।  କୁହାଯାଏ ଯେ ଦିବ୍ୟା ତାଙ୍କ ସ୍ୱାମୀଙ୍କ ସହ ସବୁବେଳେ ଝଗଡା କରୁଥିଲେ ।

ଦିବ୍ୟାଙ୍କ ମୃତ୍ୟୁକୁ ଅନେକ ବର୍ଷ ବିତି ଗଲାଣି, କିନ୍ତୁ ପୋଲିସ ଅନୁସନ୍ଧାନରେ ବିଶେଷ କିଛି ତଥ୍ୟ ପାଇ ନଥିବାରୁ କେସ୍ ବନ୍ଦ ହୋଇଯାଇଥିଲା । କେହି କେହି ଏହାକୁ ହତ୍ୟା କହୁଥିବା ବେଳେ ଆଉ କେହି ଆତ୍ମହତ୍ୟା ବୋଲି କହିଛନ୍ତି । ମୃତ୍ୟୁ ପୂର୍ବରୁ ଦିବ୍ୟା ମୁମ୍ବାଇରେ ୪ ବିଏଚକେ ଫ୍ଲାଟ୍ କିଣି ତାହାର ଡିଲ୍ ଫାଇନାଲ୍ କରିଥିଲେ ।

ବାସ୍ତବରେ, ବିବାହ ପରେ ଦିବ୍ୟା ମୁମ୍ବାଇର ଆନ୍ଧେରି ପଶ୍ଚିମ୍ ଭର୍ସୋଭା ସ୍ଥିତ ତୁଲସି ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ରହୁଥିଲେ । ଏପ୍ରିଲ୍ ୪ ରେ, ଦିବ୍ୟା ଚେନ୍ନାଇରୁ ଏକ ଫିଲ୍ମର ସୁଟିଂ ଶେଷ କରି ଫେରିଥିଲେ, ପରଦିନ ଦିବ୍ୟାଙ୍କୁ ହାଇଦ୍ରାବାଦ ଯିବାର ଥିଲା, ଏହି ସମୟରେ ଜଣେ ବ୍ରୋକର ତାଙ୍କୁ ଫ୍ଲାଟ ବିଷୟରେ କହିଥିଲେ କାରଣ ସେ ଅନେକ ଦିନ ହେବ ଏକ ଫ୍ଲାଟ କିଣିବାକୁ ଚାହୁଁଥିଲେ । ଫ୍ଲାଟ ଡିଲ୍ କରି ଦିବ୍ୟା ଘରେ ପହଞ୍ଚିବା ପରେ, ଫ୍ୟାଶନ୍ ଡିଜାଇନର୍ ନୀତା ଲୁଲା ତାଙ୍କ ସ୍ୱାମୀଙ୍କ ସହିତ, ଦିବ୍ୟାଙ୍କ ପରବର୍ତ୍ତୀ ଫିଲ୍ମର ଡ୍ରେସ୍ ମାମଲାରେ କଥା ହେବା ପାଇଁ ରାତି ୧୦ ଟାରେ ତାଙ୍କ ଘରେ ପହଞ୍ଚିଥିଲେ 

ତିନିଜଣ ଏକାଠି କିଛି ଡ୍ରିଙ୍କ୍ସ କରିଥିଲେ । ଘରେ ମଧ୍ୟ ଦିବ୍ୟାଙ୍କର ଚାକରାଣୀ ଥିଲେ । ରାତି ପ୍ରାୟ ୧୧ ଟା ବେଳେ ଦିବ୍ୟା ଲିଭିଂ ରୁମକୁ ଯାଇଥିଲେ ଯେଉଁଠାରେ ବାଲକୋନି ନଥିଲା । ଝରକା ପାର୍କିଂ ଆଡକୁ ଖୋଲା ଥିଲା ଏବଂ ସେଥିରେ ଗ୍ରିଲ୍ ନଥିଲା । ଦିବ୍ୟା ଝରକା ଉପରେ ଚଢି ବାହାର ପଟକୁ ତାଙ୍କ ପାଦ ରଖି ବସିଥିଲେ।  ସାଙ୍ଗମାନଙ୍କ କହିବାନୁସାରେ, ଦିବ୍ୟା ପ୍ରାୟ ସମୟରେ ଏପରି ବସିଥାନ୍ତି ।

ପୋଲିସର ସୂଚନାନୁସାରେ, ଦିବ୍ୟା ଝରକାରେ ବସି ଲିଭିଂ ରୁମ୍ ଆଡକୁ ବୁଲି ଚାହିଁବା ସମୟରେ ତାଙ୍କ ହାତ ଖସି ଯାଇଥିଲା । ଦିବ୍ୟା ତଳେ ପଡ଼ିବା ମାତ୍ରେ ତାଙ୍କ ସାଙ୍ଗମାନେ ଦୌଡିଯାଇ ଦିବ୍ୟାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଦିବ୍ୟାଙ୍କ ମୃତ୍ୟୁ ପରେ ସାଜିଦଙ୍କ ଜୀବନରେ ୱର୍ଦ୍ଧା ଖାନ ଆସିଥିଲେ ଯିଏକି ଜଣେ ସାମ୍ବାଦିକ ଥିଲେ । କିନ୍ତୁ ଆଜିବି ସାଜିଦ୍ ଦିବ୍ୟାଙ୍କ ଫଟୋକୁ ନିଜ ଘରେ ଟଙ୍ଗାଇଛନ୍ତି ଏବଂ ପର୍ସରେ ରଖିଛନ୍ତି ।  ସାଜିଦଙ୍କ ପିଲାମାନେ ମଧ୍ୟ ଦିବ୍ୟାଙ୍କୁ ବଡ ମା ଭାବରେ ମାନିଥାନ୍ତି ।

You might also like

Leave A Reply

Your email address will not be published.