Odia news portal

କସ୍ତୁରବା ଶିକ୍ଷା ଶ୍ରମରେ ବିଜ୍ଞାନ ମେଳା ଅନୁଷ୍ଠିତ

ଭୁବନେଶ୍ୱର : ଆଜି ନୟାପଲ୍ଲୀ ସ୍ଥିତ କସ୍ତୁରବା ଶିକ୍ଷା ଶ୍ରମରେ ଅନୁଷ୍ଠିତ ହୋଇଅଛି ବିଜ୍ଞାନମେଳା, ବାଟିକା ପ୍ରଦର୍ଶନୀ, ତଥା ମୀନାବଜାର । ଉଦ୍‌ଘାଟନୀ ଏବଂ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥୁ ରୂପେ ୩୭ ନଂ ୱାର୍ଡର କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ବିଷୟରେ ଅନୁ ସନ୍ଧିତ୍ଵସୁ ହେବା ପାଇଁ ଆହ୍ୱାନ କରିଥିଲେ ।

ସମ୍ମାନୀତ ଅତିଥୁ ରୂପେ ସମାଜ ସେବୀ ଶ୍ରୀଯୁକ୍ତ ଅର୍ଜୁନ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ନିଜର ସ୍ଵପ୍ନକୁ ସାକାର କରିବା ପାଈ ଆପ୍ରାଣ ଉଦ୍ୟମ କରିବା ଉଚିତ୍ ବୋଲି କହିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟବକ୍ତା ରୂପେ ବ୍ୟାଙ୍କ ଅଫ ବରୋଦା ର ଜେନେରାଲ ମ୍ୟାନେଜର ଶ୍ରୀମତୀ ସ୍ବପ୍ନା ବନ୍ଦୋପାଧ୍ୟାୟ ଯୋଗଦେଇ କୁନି କୁନି ବୈଜ୍ଞାନିକ ମାନଙ୍କର ଉଚ୍ଚମାନର ପ୍ରକଳ୍ପ ର ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ନନ୍ଦ ଅତିଥ୍‌ଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

ସହ ପ୍ରଧାନାଚାର୍ଯ୍ୟା ପ୍ରଭାତ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ବିଜ୍ଞାନ ପ୍ରମୁଖ ସିଦ୍ଧାର୍ଥ ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୬୦ ରୁ ଉର୍ଦ୍ଧ୍ଵ ପ୍ରକଳ୍ପ ସ୍ଥାନ ପାଇଥିଲା । କୃତୀ ପ୍ରତିଯୋଗୀ ମାନ ଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ ଗୁରୁଜୀ – ଗୁରୁମା ଏବଂ ସେବାକ – ସେବିକା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହେବା ସହ ସ୍ଥାନୀୟ ଜନ ସାଧାରଣ ଙ୍କ ଦ୍ବାରା ଭୂୟସୀ ପ୍ରଶଂସା ଭାଜନ ହୋଇଥିଲା ।

You might also like
Leave A Reply

Your email address will not be published.