Odia news portal

ଜିତତ୍ତ୍ବ ପ୍ରତିଯୋଗିତାରେ କାଂସ୍ୟ ପଦକ ବିଜେତା ଅନୁପମାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ଆବୁଧାବୀ ଠାରେ ଶେଷ ହୋଇଥିବା ଆବୁଧାବୀ ବିଶ୍ବ ଜୁ- ଜିତଷୁ ପ୍ରତିଯୋଗିତାରେ ଓଡିଶା ର
ଆନ୍ତର୍ଜାତୀୟ ଜୁ- ଜିତଷୁ ଖେଳାଳି ଅନୁପମା ସ୍ବାଇଁ ମହିଳା white belt ୪୯ କିଲୋ ବିଭାଗରେ କାଂସ୍ୟ
ପଦକ ଲାଭକରିଥିଲେ ।

ଏହି ପ୍ରତିଯୋଗିତା ନିମନ୍ତେ ଅନୁପମା ଦୁବାଇର Attrixion Academy ଦୁବାଇ ଠାରେ ରେ ପ୍ରସ୍ତୁତି କରିଥିଲେ । ଅନୁପମା ଆଜି ଭୁବନେଶ୍ବର ରେ ପହଞ୍ଚିବା ପରେ ଓଡିଶା ଜୁ- ଜିତଷୁ ସଂଘ ଓ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ସ୍କୁଲ ପରିସରେ ତାଙ୍କୁ ଏହି ସଫଳତା ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡିଶା କ୍ରିଡା ବିଭାଗର ନିର୍ଦେଶକ ସିଦାର୍ଥ ଦାସ, BNP Group ର ଅଧ୍ୟକ୍ଷ ଡ. ବିଶ୍ବନାଥ ପଟ୍ଟନାୟକ ଓ ପ୍ରବନ୍ଧ ନିର୍ଦେଶକ ଅରୁଣ କର, ଇଂ ଚିତ୍ତରଞ୍ଜନ ମିଶ୍ର, ରାକେଶ ମହାନ୍ତି, ଖାରବେଳ ମଲ୍ଲିକ, ଅବିନାଶ ପୁନ୍ଦିର, ସମ୍ବିତ ଦାଶ, ଓଡିଶା ଜୁ-ଜିତଶୁ ସଂଘର ସମ୍ପାଦକ
ଔ ଡ. ହରି ପ୍ରସାଦ ପଟ୍ଟନାୟକ ଓ ସଭାପତି ଡ. ଗୌରି ମହାନ୍ତି ଏବଂ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ
କ୍ରୀଡାବିତ ମାନେ ଉପସ୍ଥିତ ଥିଲେ ।

ଅନୁପମା ଙ୍କ ଏହି ପ୍ରତିଯୋଗୀତା ନିମନ୍ତେ ଆବଶ୍ୟକ ଖର୍ଚ ଓଡିଶା ସରକାରଙ୍କ କ୍ରିଡା ବିଭାଗ ବହନ କରିଥିବା ବେଳେ ରହିବାର ଖର୍ଚ ଡ. ବିଶ୍ବନାଥ ପଟ୍ଟନାୟକ ଅଧକ୍ଷ BNP
Group ବହନକରିଥିଲେ ।

You might also like
Leave A Reply

Your email address will not be published.